ବିଧାୟକ ରାସ୍ତା ନିର୍ମାଣ ପ୍ରକଳ୍ପ କଲେ ଶିଳାନ୍ୟାସ

ବାଲେଶ୍ବର(ସରୋଜ ପଣ୍ଡା): ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର ବୁଆଁଳ ଓ ଓଡଙ୍ଗୀ ପଂଚାୟତରେ ତିନୋଟି ରାସ୍ତାର ପ୍ରଶସ୍ତିିକରଣ ପ୍ରକଳ୍ପ ପାଇଁ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ମୋଟ ୭କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ଅଟକଳରେ ଏହି ରାସ୍ତା ପ୍ରଶସ୍ତିକରଣ ପ୍ରକଳ୍ପ କାର୍ଯ୍ୟକାରୀ ହେବ । ମୁଖ୍ୟମନ୍ତ୍ରୀ ସଡକ ଯୋଜନା ଅଧିନରେ ୨କୋଟି ୮୯ଲକ୍ଷ ୮୨ ହଜାର ଟଙ୍କା ଖର୍ଚ୍ଚ ଅଟକଳରେ ବୁଆଁଳ ପଂଚାୟତର ଆରଡି ରାସ୍ତା ଠାରୁ ପାରଦୀପା ପର୍ଯ୍ୟନ୍ତ ରାସ୍ତା, ୨କୋଟି ୮ଲକ୍ଷ ୫୪ହଜାର ଟଙ୍କା ଖର୍ଚ୍ଚ ଅଟକଳରେ ବୁଆଁଳ ଠାରୁ କୁଡିଆ ପର୍ଯ୍ୟନ୍ତ ରାସ୍ତା ଓ ୨କୋଟି ୬୫ଲକ୍ଷ ୩୭ହଜାର ଟଙ୍କା ଓଡଙ୍ଗୀ ପଂଚାୟତର ତ୍ରିବେଣୀ ପୋଖରୀ ଠାରୁ ଜାତୀୟ ରାଜପଥ – ୬୦ର ନିଧିପଣ୍ଡା ପର୍ଯ୍ୟନ୍ତ ରାସ୍ତାକୁ ସାମିଲ କରାଯାଇଛି । ଏହି ପରିପ୍ରେକ୍ଷୀରେ ଆୟୋଜିତ ପୃଥକ ପୃଥକ କାର୍ଯ୍ୟକ୍ରମରେ ସଦର ବିଧାୟକ ମାନସ କୁମାର ଦତ୍ତ ମୁଖ୍ୟଅତିଥି ଭାବେ ଯୋଗଦେଇ ରାସ୍ତା ପ୍ରଶସ୍ତିକରଣ ପ୍ରକଳ୍ପଗୁଡିକର ଶୁଭ ଦେଇଥିଲେ । ଗ୍ରାମାଂଚଳକୁ ସହର ସହିତ ଯୋଡ଼ିବା ଲକ୍ଷ୍ୟରେ ଯାତାୟତ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ରାଜ୍ୟ ସରକାର ତ୍ୱରିତ ପଦକ୍ଷେପ ଗ୍ରହଣ ପୂର୍ବକ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି । ବାଲେଶ୍ୱର ସହର ଉପକଣ୍ଠ ଏକାଧିକ ପଂଚାୟତର ଲକ୍ଷାଧିକ ଲୋକ ଏହି ରାସ୍ତାର ଉନ୍ନତି ଦ୍ୱାରା ଉପକୃତ ହେବେ ବୋଲି ବିଧାୟକ ଶ୍ରୀ ଦତ୍ତ କହିଛନ୍ତି । ସଠିକ ମାନଦଣ୍ଡ ଓ ଗୁଣବତା ଯୁକ୍ତ ରାସ୍ତା ନିର୍ମାଣ ପାଇଁ ବିଧାୟକ ଶ୍ରୀ ଦତ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯୋଜନାବଦ୍ଧ ତଥା ଧାର୍ଯ୍ୟ ସମୟମୀମା ମଧ୍ୟରେ ସମସ୍ତ ପ୍ରକଳ୍ପଗୁଡିକର ନିର୍ମାଣ କାର୍ଯ୍ୟ ଲୋକଙ୍କ ଆଶା ମୁତାବକ ଶେଷ ହେବ ବୋଲି ଶ୍ରୀ ଦତ୍ତ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ଉପେନ୍ଦ୍ର ବେହେରା ଉପସ୍ଥିତ ଥିଲେ । ସରପଞ୍ଚ ଜିତେନ ଜେନା, ସମିତି ସଭ୍ୟ ମାୟାଧର ମହାଳିକ, ରବିନାରାୟଣ ମହାପାତ୍ର, ଗୌରାଙ୍ଗ ଦାସ, କାହ୍ନୁ ମହାଳିକ, ସୁଜାତା ଦାସ, ସୁଶାନ୍ତ ମହାପାତ୍ର, ମୁରଲୀଧର ମହାପାତ୍ର, ଜୟନ୍ତୀ ପଣ୍ଡା, ରାଜକିଶୋର ମହାପାତ୍ର, ବେଣୁଧର ପରିଡ଼ା, ଜନ୍ମଞ୍ଜୟ ମହାପାତ୍ର, ଶଶିକାନ୍ତ ବାରିକ, ଅନାଦି ସାହୁ, ସନ୍ୟାସୀ ନାୟକ, ସୁବାଷ ଖଟୁଆ, ଜୀବନ ସାମଲ, ରାମ ବୈଠ, ଅଶୋକ ମହାକୁଡ଼ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ । ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳର ଶତାଧିକ ଜନସାଧାରଣ ଯୋଗଦେଇଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ