ବିଦେଶୀ ମଦ ଜବତ ଓ ୪ ଜଣ ଗିରଫ

ହାଟଡିହି (ଓ୍ବାଇଏନଏସ): କେନ୍ଦୁଝର ଅବକାରୀ ଅଧିକ୍ଷକ ଶ୍ରୀ ତେଯରାଜ ଯାନୀଙ୍କ ନିର୍ଦ୍ଦେଶକ୍ରମେ ଆନନ୍ଦପୁର ଅବକାରୀ ରେଞ୍ଜ ଓ  ହାଟଡିହି ଅବକାରୀ ଥାନା ପକ୍ଷରୁ ଅବକାରୀ ନିରୀକ୍ଷକ ଶ୍ରୀ ବ୍ରଜମୋହନ ମଲ୍ଲିକ ଏବଂ ହାଟଡିହି ଅବକାରୀ ଥାନା ଷ୍ଟାଫ ମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ନଦିପଦ ଥାନା ଅନ୍ତର୍ଗତ ଓରାଳି,ଅଁରା, ଅଞ୍ଚଳରେ ଚଢ଼ାଉ କରାଯାଇ ୧୦,୮୦୦ଲିଟର ଵିଦେଶୀ ମଦ ଜବତ କରିଵା ସହ ଉକ୍ତ ଗ୍ରାମର ମହେନ୍ଦ୍ର ଲେଙ୍କା, ଭିମସେନ ଯେନା, ସୁମନ୍ତ ଯେନା , ଅମୂଲ୍ୟ ଯେନା ପ୍ରମୁଖ ୪ଜଣଙ୍କୁ ଗିରଫ କରାଯାଇଛି। ଏଥିପାଇଁ ସେମାନଙ୍କ ନାମରେ ହାଟଡିହି ଅବକାରୀ ଥାନା ପକ୍ଷରୁ  ୪ଗୋଟି  ମାମଲା ରୁଜୁ କରାଯାଇଛି l ଉକ୍ତ ଚଢ଼ାଉରେ ହାଟଡିହି ଅବକାରୀ ଥାନା ସହ ଉପ-ନିରୀକ୍ଷକ,ଶ୍ରୀ ସୁଶାନ୍ତ ରାଉତ କନେଷ୍ଟବଳ ଜଗମୋହନ ବେହେରା, ଆରତୀ ବେହେରା, ସୁରେଶ ବେହେରା ପ୍ରମୁଖ କର୍ମଚାରୀ ମାନେ ସାମିଲ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ