ଡଙ୍ଗରିଆଙ୍କ ଅଧାରେ ରହିଗଲା ଆବାସ ସ୍ବପ୍ନ ! ସମ୍ପୂର୍ଣ୍ଣ ହୋଇପାରୁନି ଘର
କଲ୍ୟାଣସିଂହପୁର(ଏଙ୍କେଟେଶ୍ୱର ପାଢ଼ୀ )ଦିନ ଥିଲା ଡଙ୍ଗରିଆ ଘର ଖଣ୍ଡିକ ପାଇବା ଓ କାର୍ଯ୍ୟ କରିବା ଭାବିଲେ ଆଶ୍ଚର୍ଯ୍ୟ ଲାଗୁଥିଲା। କିନ୍ତୁ ବର୍ତମାନ ନିୟମଗିରି ଆଦିମ ଜନଜାତିଙ୍କୁ ଘର ମିଳିଲା ଯାହାକି ସ୍ୱତନ୍ତ୍ର ବ୍ୟବସ୍ଥାରେ। କିନ୍ତୁ କଣ ହେବ ସବୁବେଳେ ସରକାରୀ ବାବୁଙ୍କ ଠାରୁ ଆରମ୍ଭକାରୀ ବେସରକାରୀ ସଂସା, ରାଜନୈତିକବ୍ୟକ୍ତି, ଠିକାଦାର ଓ ଲୋକ ପ୍ରତିନିଧି ଅବହେଳା ଯୋଗୁ ନିଜର ସ୍ୱପ୍ନର ଘରଖଣ୍ଡିକ ମଧ୍ୟ ସମ୍ପୂର୍ଣ ହୋଇ ପାରିଲା ନାହିଁ। ଏମିତି ଅଂଚଳ ରାୟଗଡା ଜିଲ୍ଲା ନିୟମଗିରି ପାହାଡ଼ ପାର୍ଶାଲି ପଞ୍ଚାୟତ ଘାଟି ଉପରେ ବସବାସ କରୁଥିବା ଆଦିମ ଜନଜାତି ଡ଼ଙ୍ଗରିଆ। କେନ୍ଦ୍ର ସରକାର ପିଏମ ଜନମନରେ ଅନ୍ତର୍ଭୁକ୍ତ କରି ସମସ୍ତ ପରିବାରକୁ ଆବାସ ଗୃହ ଯୋଗାଇଦେଲେ ଗତ ଦୁଇ ବର୍ଷ ପୂର୍ବେ।କଲ୍ୟାଣସିଂହପୁର ବ୍ଲକ ପ୍ରଶାସନର ଅବହେଳା ନା ଡାଙ୍ଗରିଆଙ୍କ ଭୁଲ ଯୋଗୁ ଆବାସ ଗୃହ ନିର୍ମାଣ କାର୍ଯ୍ୟ ଅଧାରେ ଅଟକି ରହିଛି? ଆବାସ ପାଇଁ ସରକାର ପ୍ରଦାନ କରୁଥିବା ଅନୁଦାନ କୁନେଇ ଠିକାଦାର ସକ୍ରିୟ ହୋଇ ପଡ଼ିଥିବା ବେଳେ ବ୍ଲକ ଅଧିକାରୀ ନୀରବ ଡ୍ରଷ୍ଟା ସଜିଥିବା ଘଟଣା ଆବାସ ଗୃହ ଵର୍ତମାନ ସ୍ୱପ୍ନ ହୋଇ ପଡିଛି। ପିଏମ ଜନମନ ଯୋଜନାରେ ଦୁଇ ଲକ୍ଷ ଟଙ୍କା ପ୍ରତି ହିତାଧିକାରୀଙ୍କ ଘରକୁ ପ୍ରଦାନ କରାଯାଉଛି। ଅଧିକ ଟଙ୍କା ଦେଖି ଦଲାଲ ଓ ଠିକାଦାର ନିୟମଗିରି ଡଙ୍ଗରିଆଙ୍କ ଆବାସ ଗୃହକୁ ୪ମାସରେ କରିଦେବି ବୋଲି କହି ଘରକାମ ହାତେଇ ନେଇଛନ୍ତି। କିନ୍ତୁ ନିମ୍ନମାନର ଫାଉଣ୍ଡେସନ ପକାଇ ବର୍ଷ ବର୍ଷ ଧରି ଘର ଗୁଡ଼ିକ ଅଧପନ୍ତରିଆ ଅବସ୍ଥାରେ ପକାଇ ରଖିଛନ୍ତି। ଜନଜାତିଙ୍କ ଆର୍ଥିକ ସ୍ଥିତି ଅନୁଧ୍ୟାନ କରିବା ସହ ଅଧପନ୍ତରିଆ ଆବାସ ଗୃହ କାର୍ଯ୍ୟ ସମ୍ପୂର୍ଣ୍ନ ପାଇଁ ଘର ଦୁଇ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ବିରଳ ଜନଜାତି ଡଙ୍ଗରିଆଙ୍କୁ। ନିୟମଗିରିର କଲ୍ୟାଣସିଂହପୁର ବ୍ଲକର ପାହାଡ଼ ଉପରେ ରହୁଥିବା ପିଏମ ଜନମନ ଅଧାରେ ଅଟକି ଯାଇଛି ଘର ଗୁଡାକ ବୋଲି ଡ଼ଙ୍ଗରିଆମାନେ ଅଭିଯୋଗ କରିଛନ୍ତି। ଅର୍ଥର ଅଭାବ ରହୁଥିବା ଫଳରେ ଅଧପନ୍ତରିଆ ଆବାସ ଗୃହର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରୁନି।ହିତାଧିକାରୀ ମାନେ ବ୍ୟାଙ୍କରୁ ଟଙ୍କା ଉଠାଇ ଅଧାରୁ ଅଧିକ ଟଙ୍କା ଠିକାଦାରଙ୍କୁ ଦେଇ ହରଡ଼ ଘଣାରେ ପଡିଯାଇଛନ୍ତି। କୁଆଡେ କିଛି ସରକାରି ବାବୁ ମାନେ ଠିକାଦାରଙ୍କୁ ଘର କାର୍ଯ୍ୟ ଦେବାପାଇଁ ପ୍ରବତାଇଥିବା ଅଭିଯୋଗ ହୋଇଛି । ପାର୍ସଲୀ ପଞ୍ଚାୟତର ଗ୍ରାମର ବିଭିନ୍ନ ଗ୍ରାମରେ ୧ ବର୍ଷ ତଳେ ପିଏମ ଜନମନ ଆବାସ ଗୃହ ପାଇଁ କାର୍ଯ୍ୟାଦେଶ ମିଳିଥିଲା ୨ଲକ୍ଷ ଅନୁଦାନ ମଧ୍ୟରୁ ଦୁଇଟି କିସ୍ତିରେ ମିଳିଛି ୧ ଲକ୍ଷ ଟଙ୍କା। ଉକ୍ତ ଅନୁଦାନରେ ଆବାସ ଗୃହ କାର୍ଯ୍ୟ ଫାଉଣ୍ଡେସନ ଠୁ ଆରମ୍ଭ କରି ନିଣ୍ଡାଲ ପର୍ଯ୍ୟନ୍ତ କିଛି କିଛି ଶେଷ ହୋଇଥିଲେ ମଧ୍ୟ ଅତି ନିମ୍ନମାନର କାର୍ଯ୍ୟ ହୋଇଛି।ଲାଖ ପଦରରେ ସେମିତି ଅନେକ ଘର ଫାଉଣ୍ଡେସନ ଟୁ ଭାଙ୍ଗିରୁଜି ଗଲାଣି। କେଉଁ ସରକାରିବାବୁ ମାନେ ଠିକାଦାରଙ୍କୁ ଦେବା ପରେ ଘର ନିର୍ମାଣ ଆଗକୁ ବଢିପାରୁନି। ବ୍ଲକ ପ୍ରସାସନ ଡ଼ଙ୍ଗରିଆ ଓ ଠିକାଦାରଙ୍କୁ ଡାକି ଆପସ ବୁଝାବଣା କାରି ସମାଧାନ କଲେ ଘର ଖଣ୍ଡିକ ହୋଇ ପାରିବ।ସରକାରୀ ୨ଲକ୍ଷ ଓ ଶ୍ରମିକ ମନରେଗା ବାବଦକୁ ତିରିଶି ହଜାର ଟଙ୍କା ଦେଉଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ଜନମନ ଯୋଜନାର ଘର ଘାଟି ଚଢି ପାରୁନି ଫେଲ ଏହି ଯୋଜନା। ୮୦ ପ୍ରତିଶତ ଡଙ୍ଗରିଆ ନିଜସ୍ୱ ଅର୍ଥ ନଥିବାରୁ ଠିକାଦାରଙ୍କୁ ନିଜର ଘର ଟେକି ଦେଇ ଛନ୍ତି।ସେହିପରି ଉକ୍ତ ପଞ୍ଚାୟତରେ କାର୍ଯ୍ୟ କରୁଥିବା ନଡାଲ ଅଧିକାରୀ,ଯନ୍ତ୍ରୀ, ଜିଆରଏସ, ପିଇଓ ଠିକ ଭାବେରେ ବିଲ କରୁନଥିବାରୁ ବ୍ଲକ ବ୍ୟାଙ୍କ କୁ ଦୌଡ଼ି ଦୌଡ଼ି ନୟନ୍ତ ହେଉଛନ୍ତି ତ କାହାର ମନେରଗା ଟଙ୍କା ଆଜିଯାଏ ମିଳୁନି ଓ ସରକାର ପ୍ରଦାନ କରୁଥିବା ଶ୍ରମିକଙ୍କ ମୂଲ୍ୟ ଠିକ ରୂପେ ମିଳୁନାହିଁ ବୋଲି ନିୟମଗିରି ସୁରକ୍ଷା ସମିତିର ସଭାପତି ଲଦ ଶୀକକା ଅଭିଯୋଗ କରିଛନ୍ତି। କେନ୍ଦ୍ର ସରକାର ବିରଳ ଡଙ୍ଗରିଆ ଜନଜାତି ବସବାସ କରୁଥିବା ୩୨ଟି ଗ୍ରାମର ହିତାଧିକାରୀଙ୍କୁ ଆବାସ ଯୋଜନାରେ ସାମିଲ୍ କରିଥିଲେ କାର୍ଯ୍ୟାଦେଶ ପ୍ରଦାନ ପରେ କିଛିକିଛି ଡଙ୍ଗରିଆ ନିଜ ଖର୍ଚ୍ଚରେ ନିଜ ଘର କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିଛନ୍ତି। ଅନେକ କାମ ସାରିପାରିନଥିବାରୁ କାହାର ନଜର ପଡୁନଥିବା ଦୁର୍ଭାଗ୍ୟ ଜନକ ବୋଲି ଘାଟି ଉପରେ ଥିବା ଲୋକ ଅଭିଯୋଗ କରିଛନ୍ତି।ଜିଲାପାଳ ଓ ଉନ୍ନୟନ ଅଧିକାରୀ ପରିଦର୍ଶନ ସମୟରେ ସମସ୍ୟା ସମ୍ପର୍କରେ ଅବଗତ କରିଥିଲେ।ରାଜ୍ୟ ସରକାରଙ୍କ ପକ୍ଷରୁ ୪ ମାସରେ ଘର ସାରିଲେ କୋଡିଏ ହଜାର, ୬ ମାସରେ ସାଟିଲେ ୧୦ ହଜାର ଟଙ୍କା ଅଧିକ ପ୍ରତ୍ସାହନ ରାଶି ପ୍ରଦାନ କରାଯିବ ବୋଲି ସଚେତନା ସୃଷ୍ଟି କରିଥିଲେ। ଲାଖ ପଦର, ପଟାଙ୍ଗ ପଦର, ଦଙ୍ଗାମାଠି,ଲମ୍ବା, ଗୁମା, ବଡ଼ ଡେଙ୍ଗ ଲେଲି, ପାର୍ଶାଲି, ନିର୍ଗୁଣ୍ଡି, ନିଶିଖାଲ, ତେଭାପଡା ଟାମକସିଲି, ପରମାଳି ହେଲେ କେବଳ ପ୍ରତିଶ୍ରୁତିରେ ହିଁ ସନ୍ତୁଷ୍ଟ ହେବାକୁ ପଡ଼ିଥିବା କହିଛନ୍ତି। ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ଡ଼ଙ୍ଗରିଆ ଜନଜାତି।ଗତ କିଛିଦିନ ପୂର୍ବେ ନିୟମଗିରି ଡାଙ୍ଗରିଆମାନେ ଜିଲାପାଳଙ୍କୁ ଭେଟି ନିଜର ଦୁଃଖ ଜଣାଇଥିଲେ। ପ୍ରତିଶୃତି ମଧ୍ୟ ଜିଲ୍ଲାପାଳ ଆଶୁତୋଷ କୁଲର୍ଣ୍ଣି ଦେଇଥିଲେ କାର୍ଯ୍ୟ କ୍ଷମ ହେବ ବୋଲି ଆଶା ପ୍ରକାଶ କରିଛନ୍ତି ନିୟମଗିରି ବାସି।କେବେ ସ୍ୱପ୍ନ ପୂରଣ ହେଉଛି ହେଖିବାକୁ ରହିଲା ବୋଲି ଡଙ୍ଗରିଆ ମାନେ ଆଶା ଆଶଙ୍କାରେ ରହିଛନ୍ତି।


