ବାବା ରମାନାଥ ଦାସଙ୍କ ଜନ୍ମ ଶତବାର୍ଷିକ ଉତ୍ସବ
ନାଉଗାଁ , (ଓ୍ବାଇଏନଏସ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ବେଣାପଡା ଗ୍ରାମର ଭାଗବତ ପ୍ରଚାରକ ପୂଜ୍ୟ ବାବା ରମାନାଥ ଦାସଙ୍କ ଜନ୍ମ ଶତବାର୍ଷିକ ଚୈତ୍ର ପୂର୍ଣମୀ ଗୁରୁବାର ମହା ସମାରୋହରେ ପାଳିତ ହୋଇଯାଇଛି | ଏହି ଉତ୍ସବରେ ଆଖପାଖରୁ ଆଠଗୋଟି ସଂକୀର୍ତନ ମଣ୍ଡଳୀଙ୍କ ଦ୍ୱାରା ଅଷ୍ଟମପ୍ରହର ନାମ ଯଜ୍ଞ କରାଯାଇଥିଲା | ଏହାକୁ ଅଭିରାମ ଯୁବକ ସଙ୍ଘର ସଦସ୍ୟ ତଥା ପୂର୍ବତନ ସରପଞ୍ଚ ନବକିଶୋର ମହାନ୍ତିଙ୍କ ନେତୃତ୍ୱରେ ନାରାୟଣ ଚନ୍ଦ୍ର ମହାନ୍ତି, ଶଶିଭୂଷଣ ମହାନ୍ତି , କୈଳାସ ଚନ୍ଦ୍ର ମହାନ୍ତି, ବାଦଲ ମହାନ୍ତି , ଜୟୀରାମ ମହାନ୍ତି , ତ୍ରିବିକ୍ରମ ମହାନ୍ତି , ଦୀପକ ମହାନ୍ତି,, ଅଶୋକ ମହାନ୍ତି , ତ୍ରିନାଥ ମହାନ୍ତି , ସଂଜୀବ ମହାନ୍ତି , ଫକୀର ମୋହନ ମହାନ୍ତି, ରମେଶ ଚନ୍ଦ୍ର ମହାନ୍ତି , ସନ୍ଦୀପ ମହାନ୍ତି , ପ୍ରଣୟ ମହାନ୍ତି , ତ୍ରୈଲୋକ୍ୟ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ |


