ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉଦ୍‌ଯାପିତ

ବନ୍ତ,(ଚାନ୍ଦିନୀ ମହାନ୍ତି) : ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ ରବିବାର ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଖାଦ୍ୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଯୋଗ ଦେଇ ମନ ଦେଇ ପାଠ ପଢିଲେ ବାପାମାଆଙ୍କର ନାମ ରଖିବା ସହିତ ଏ ଅଞ୍ଚଳ ଏବଂ ରାଜ୍ୟର ନାମ ରଖି ପାରିବ ବୋଲି ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କହିଥିଲେ । ଟିଲୋରେ ୨୭ ବର୍ଷ ହେଲା ଆଥଲେଟିକ ଆସୋସିଏସ ପ୍ରତିଷ୍ଠା ହୋଇଛି । ସେ ମଧ୍ୟ କିଛି କମ କଥା ନୁହେଁ । ପାଠ ସହିତ ଖେଳରେ ମଧ୍ୟ ଏ ଅଞ୍ଚଳର ରୁଚି ଅଛି । ଏଠାରେ ଧୋନି, ଇଶାନ କିଶାନ ମଧ୍ୟ ଖେଳିଛନ୍ତି । ଏହା କମ ବଡ କଥା ନୁହେଁ । ଓଡିଶାର ବହୁତ କମ ଜାଗା ଥିବ ଯେଉଁଠି ଏଭଳି ଖେଳାଳୀ ମାନେ ଆସି ଖେଳିଛନ୍ତି । ଖାଲି ପାଠ ନୁହେଁ, ଖାଲି ଖେଳ ନୁହେଁ, ଖାଲି ସଂସ୍କୃତି ନୁହେଁ । ଏ ଅଞ୍ଚଳ ସବୁଥିରେ ଆଗରେ ଅଛି ବୋଲି ସେ କହିଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ରୀତାରାଣୀ ଦେଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ କବି ତଥା କଳିଙ୍ଗ ଟିଭିର କ୍ରିଏଟିଭ ଏଡିଟର ଡ.ରକ୍ଷକ ନାୟକ, ସମ୍ମାନୀତ ଅତିଥି ଭାବେ ଚଳଚିତ୍ର ସଂଳାପ ଲେଖକ ଡ.ରଜନୀ ରଞ୍ଜନ ଦାସ, ଅବସରପ୍ରାପ୍ତ ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଆଦିକନ୍ଦ ଦାସ, ପୁରାତନ ଛାତ୍ର ସଂସଦ ସଭାପତିି ନରୋତ୍ତମ ସ୍ୱାଇଁ, ସମ୍ପାଦକ ଡ.ମନ୍ମଥ କୁମାର ରାଉଳ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଟିଲୋ ଆଥଲେଟିକ ଆସୋସିଏସନ ପକ୍ଷରୁ ମାନ୍ୟବର ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ସେହିପରି ଜୟନ୍ତୀ କମିଟି ପକ୍ଷରୁ ସମସ୍ତ ଅତିଥିଙ୍କ ସମେତ ଅବସରପ୍ରାପ୍ତ ଶିକ୍ଷକ ସନାତନ ବେହେରା, ଧନେଶ୍ୱର ଜେନା, ପୂର୍ବତନ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ସତ୍ୟାନନ୍ଦ ବେହେରା, ଅନୁଷ୍ଠାନପ୍ରେମୀ ଦେବେନ୍ଦ୍ର ସାହୁ, ଅବସରପ୍ରାପ୍ତ ଶିକ୍ଷକ ତଥା ଅନୁଷ୍ଠାନପ୍ରେମୀ ଭାଗିରଥି ଖୁଣ୍ଟିଆଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଜୟନ୍ତୀ କମିଟି ଦ୍ୱାରା ପ୍ରକାଶିତ ‘ସୁବର୍ଣ୍ଣ ସ୍ମୃତି’ ସ୍ମରଣୀକା ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ପୁରାତନ ଛାତ୍ର ମାଧବାନନ୍ଦ ବେହୁରା ମଞ୍ଚ ସଂଯୋଜନା, ଇଂ.ଲକି ମାଷ୍ଟର ସ୍ୱାଇଁ ସ୍ୱାଗତ ଭାଷଣ, ପରମେଶ୍ୱର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ୨ୟ ଅଧିବେଶନରେ ଅତିଥି ଭାବେ ବ୍ୟାଙ୍ଗ କବି ଜ୍ଞାନ ହୋତା, ଅବସରପ୍ରାପ୍ତ ଶିକ୍ଷକ ଲିଙ୍ଗରାଜ ସ୍ୱାଇଁ, ବିଶ୍ୱନାଥ ଓଝା, ବିଦ୍ୟାଳୟର ପ୍ରତିଷ୍ଠାତା କାଳନ୍ଦି ଚରଣ ବେହେରା, ସରପଞ୍ଚ ସଂଗ୍ରାମ କେଶରୀ ଜେନା, ଭଣ୍ଡାରିପୋଖରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ରତିକାନ୍ତ ବେହେରା, ଇଂ.ପ୍ରଶାନ୍ତ କୁମାର ପୃଷ୍ଟିଙ୍କ ସମେତ ଜୟନ୍ତୀ କମିଟିର ସଭାପତି ଓ ସମ୍ପାଦକ ଯୋଗ ଦେଇଥିଲେ । ଏହି ଅବସରରେ ୧ମରୁ ୧୦ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟର ଟପର ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଉପଦେଷ୍ଟା ନାରାୟଣ ଚନ୍ଦ୍ର ସାମଲ, ସଭ୍ୟା ପଙ୍କଜିନୀ ଲେଙ୍କା, ସଭ୍ୟ ହୃଷିକେଶ ପୃଷ୍ଟି, ରମାକାନ୍ତ ପାଣିଗ୍ରାହୀ, ମକରଧ୍ୱଜ ଲେଙ୍କା, ସୁବାଷ ସ୍ୱାଇଁ, ପ୍ରଶାନ୍ତ ସାହୁ, ଏଲ.ଅମରଜିତ୍ ସ୍ୱାଇଁ, ଅଶୋକ ଖିଲାର, ପ୍ରଣବ କିଶୋର ଲେଙ୍କା, ସ୍ମୃତି ରଞ୍ଜନ ସ୍ୱାଇଁ, ସୁଧାଂଶୁ ଶେଖର ନାୟକ, ଆଲୋକ ରାଉତ, ସନ୍ତୋଷ ଜେନା, ପ୍ରମୋଦ ଗୋଛାୟତ, ସଞ୍ଜୟ ସାମଲ, ସନାତନ ଲେଙ୍କା, ତାଡକେଶ୍ୱର ମହାପାତ୍ର, ସୁଶାନ୍ତ ସାହୁ, ଧିରେନ୍ଦ୍ର ସାମଲ, ଧ୍ରୁବ ଚରଣ ସାହୁ, ମାଧବାନନ୍ଦ ବିଶ୍ୱାଳ, ପ୍ରଦୀପ ପଢିଆରୀ, ଦୀପକ କୁମାର ସାହୁ, ଅଶ୍ୱିନୀ ସାହୁ, ନିରୋଦ ଜେନା, ଅଜିତ ପଢିଆରୀଙ୍କ ସମେତ ଜୟନ୍ତୀ କମିଟିର ସମସ୍ତ ସଦସ୍ୟ ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ