ଇନସେନଟିଭ ପ୍ରଦାନରେ ବ୍ୟାପକ ଜାଲିଆତି ଅଭିଯୋଗ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକର ଓଡିଶା ଜୀବିକା ମିଶନ ଅଧିନରେ କାର୍ଯ୍ୟ କରୁଥିବା କମ୍ୟୁନିଟି ସପୋର୍ଟ ଷ୍ଟାଫ ଯଥା ଏମ. ବି. କେ, ସି. ଆର. ପି ଓ ବ୍ୟାଙ୍କ ମିତ୍ରଙ୍କ ପାରିଶ୍ରମିକ ପ୍ରଦାନରେ ବ୍ଲକ ଓଡିଶା ଜୀବିକା ମିଶନ କର୍ମଚାରୀଙ୍କ ଦ୍ୱାରା ବ୍ୟାପକ ଜାଲିଆତି ହୋଇଥିବା ନେଇ ଅଭିଯୋଗ ହୋଇଛି। ସୂଚନା ଥାଉ କି ମିଶନ ଶକ୍ତି ବିଭାଗ ଅଧିନରେ ଥିବା ଓଡିଶା ଜୀବିକା ମିଶନରେ କାର୍ଯ୍ୟ କରୁଥିବା ବିଭିନ୍ନ କାମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ମାସିକ ସ୍ଥାୟୀ ପାରିଶ୍ରମିକକୁ ସରକାର ଉଛେଦ କରି ୨୦୨୫ ଏପ୍ରିଲ ମାସ ଠାରୁ ଏହାକୁ ଇନସେନଟିଭ ଅନୁଯାଇ ଦେବା ପାଇଁ ନିଷ୍ପତି ନେଇଥିଲେ। ଏହି ଅନୁସାରେ ଡେରାବିଶ ବ୍ଲକରେ ୨୦୨୫ ଅପ୍ରେଲରୁ ୨୦୨୫ ସେପ୍ଟେ୍ଟମ୍ବର ପର୍ଯ୍ୟନ୍ତ ଛ ମାସର ପାରିଶ୍ରମିକ ସମସ୍ତ କାମ୍ୟୁନିଟି ଷ୍ଟାଫଙ୍କୁ ପ୍ରଦାନ କରାଯାଇଛି। ହେଲେ ଏଥିରେ ବ୍ୟାପକ ଜାଲିଆତି ହୋଇଥିବା ନେଇ ଅଭିଯୋଗ ହେଉଛି। କେତେକ ଷ୍ଟାଫ ନିଜ ନାମ ଗୋପନ ରଖି କହିଛନ୍ତିକି ବିପିଏମ ଦାୟିତ୍ୱରେ ଥିବା ଅମୀୟ କୁମାର ରାଉତ ପ୍ରତି କାମ୍ୟୁନିଟି ଷ୍ଟାଫଙ୍କ ଠାରୁ ମୋଟା ଅଙ୍କର ଲାଞ୍ଚ ନେଇ ସେମାନଙ୍କ ପାରିଶ୍ରମିକ ପ୍ରଦାନ କରିଛନ୍ତି। ଯେଉଁମାନେ ବିରୋଧ କଲେ ସେମାନଙ୍କୁ ଚାକିରରୁ ବାହାର କରିଦେବାର ଧମକ ମଧ୍ୟ ସେ ଦେଉଛନ୍ତି। ଖାଲି ଏତିକି ନୁହେଁ ପଞ୍ଚାୟତ ମହାସଂଘର କାର୍ଯ୍ୟକାରୀ ପରିଷଦର ସଭ୍ୟା ମାନଙ୍କ ପାଇଁ ଆସିଥିବା ସଭା, ମୋବାଇଲ ଓ ଯାତାୟତ ଭତ୍ତା ପ୍ରଦାନରେ ମଧ୍ୟ ଚଞ୍ଚକତା କରି ନିଜ ମନ ପସନ୍ଦର ମହିଳା ସଭ୍ୟାଙ୍କୁ ଭତ୍ତା ପ୍ରଦାନ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଏବାବଦରେ ସୂଚନା ଅଧିକାର ଆଇନ୍‌ରେ ତଥ୍ୟ ମାଗିଲେ ମଧ୍ୟ ତଥ୍ୟ ପ୍ରଦାନ କରାଯାଉନାହିଁ। ଏଥିରୁ ଅନୁମାନ କରାଯାଇପାରେ କି କିଭଳି ଢଙ୍ଗରେ ଜାଲିଆତି ଚାଲିଛି। ଏଥିରେ ଜିଲ୍ଲା ଓଡିଶା ଜୀବିକା ମିଶନ କାର୍ଯ୍ୟକର୍ତ୍ତା ଙ୍କ ସମର୍ଥନ ଥିବାର ଚର୍ଚ୍ଚା ହେଉଛି। ଏହି ଘଟଣା ଉପରେ ଏକ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ସତ୍ୟ ସାମନାକୁ ଆସିପାରିବ ବୋଲି ମହିଳା ମାନେ ଦାବି କରିଛନ୍ତି। ନଚେତ ଆଗାମୀ ଦିନରେ ଏହାକୁ ନେଇ ଏକ ବଡ଼ ଆନ୍ଦୋଳନ ସୃଷ୍ଟି ହେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ। ଏସମ୍ପର୍କରେ ଡେରାବିଶ ବ୍ଲକ ବିପିଏମଙ୍କୁ ଯୋଗାଯୋଗ କରାଯାଇଥିଲେବି ତାହା ସମ୍ଭବ ହୋଇପାରିନି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ