ସରପଞ୍ଚଙ୍କ ହସ୍ତକ୍ଷେପ ପରେ ମୃତକ ଶ୍ରମିକଙ୍କ ପରିବାରକୁ ମିଳିଲା ୫ ଲକ୍ଷ ଟଙ୍କା

ପୋଲସରା, (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ପାଣ୍ଡିରିପଡା ପଞ୍ଚାୟତର ଝିକିରି ଗ୍ରାମର ଯୁବ ଶ୍ରମିକ ଅଶୋକ କୁମାର ପ୍ରଧାନ (୨୨) ମୁମ୍ବାଇର ବଦଲାପୁର ଅଞ୍ଚଳରେ ଏକ ଘରୋଇ ଗୃହ ନିର୍ମାଣ କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରିବା ସମୟରେ ପାଞ୍ଚ ମହଲା ଛାତରୁ ତଳକୁ ଖସି ପଡ଼ିଥିଲେ। ସେଠାରୁ ସଂଗେ ସଂଗେ ଅଶୋକଙ୍କୁ ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ଅଶୋକ କୁମାର ପ୍ରଧାନଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଗୃହ ନିର୍ମାଣ ସଂସ୍ଥା ଅଶୋକଙ୍କ ମରଶରୀରକୁ ଆମ୍ବୁଲାନ୍ସ ଯୋଗେ ନିଜ ଗାଁକୁ ପଠାଇଥିଲେ। ଖବର ପାଇ ପାଣ୍ଡିରିପଡା ସରପଞ୍ଚ ରଘୁନାଥ ଭୂୟାଁ ପରିବାର ଲୋକଙ୍କୁ ସ୍ୱାନ୍ତନା ଦେବା ସହ ଆମ୍ବୁଲାନ୍ସଟିକୁ ଅଟକାଇ କମ୍ପାନୀ ମାଲିକ ସହ ଯୋଗାଯୋଗ କରି ମୃତକ ଶ୍ରମିକଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତାର ବ୍ୟବସ୍ଥା କରିଥିଲେ।  ବାପାମାଆଙ୍କ ସେବା ଏବଂ ୪ ଭଉଣୀଙ୍କ ବାହାଘର କରିବା ଉଦ୍ଦେଶ୍ୟରେ ଭଲ ରୋଜଗାର ପାଇଁ ପରିବାରର ତିନି ଭାଇ ସାଙ୍ଗ ହୋଇ ମୁମ୍ବାଇ ଦାଦନ ଖଟିବାକୁ ଯାଇଥିଲେ। ସେଠାରେ ତିନି ଭାଇ ଭଲ ରୋଜଗାର କରି ବଡ଼ ଭଉଣୀର ବାହାଘର କରିପାରିଥିଲେ। ହେଲେ ବିଧିର ବିଧାନ ଥିଲା ଭିନ୍ନ। କାମ କରିବା ବେଳେ ୫ ମହଲା ଛାତରୁ ଖସି ପଡି ମଝିଆ ଭାଇ ଅଶୋକଙ୍କ ଜୀବନ ଚାଲିଯାଇଛି। ଭାଇକୁ ହରାଇ ୨ ଭାଇ ଓ ୪ ଭଉଣୀଙ୍କ ସହ ବାପା ଓ ମାଆ ଅସହାୟ ଅନୁଭବ କରୁଛନ୍ତି। ରୋଜଗାରିଆ ପୁଅର ମୃତ୍ୟୁ ହୋଇଥିବା ଯୋଗୁଁ ପରିବାରକୁ ରାଜ୍ୟ ସରକାର ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀଙ୍କ ତରଫରୁ ନିବେଦନ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ