ଟ୍ରଷ୍ଟ ପକ୍ଷରୁ ବାଜିରାଉତ ଛାତ୍ରାବାସରେ ମେଧାବୃତ୍ତି ପ୍ରଦାନ

କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ):ବାଞ୍ଛାନିଧି ଦାସ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବାଜି ରାଉତ ଛାତ୍ରାବାସରେ ଜଣେ ଗରୀବ ମେଧାବୀ ଛାତ୍ରୀଙ୍କୁ ମେଧାବୃତ୍ତି ପ୍ରଦାନ କରାଯାଇଛି।ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ସୁଦୂର ଆମେରିକା ସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମରିଟସ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସଙ୍କ ପରାମର୍ଶ କ୍ରମେ ଟ୍ରଷ୍ଟ ପକ୍ଷରୁ ଏହି ମେଧାବୃତ୍ତି ପ୍ରଦାନ କରାଯାଇଛି। ଅନୁଗୁଳସ୍ଥିତ ବାଜିରାଉତ ଛାତ୍ରାବାସର ୮୦ତମ ବାର୍ଷିକ ଉତ୍ସବ ଅବସରରେ ମେଧାବୀ ଛାତ୍ରୀ ଅଭିପ୍ସା ପାତ୍ରଙ୍କୁ ବାଞ୍ଛାନିଧି ଦାସ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ୨୩ହଜାର ୮୫୦ଟଙ୍କାର ମେଧାବୃତ୍ତି ପ୍ରଦାନ କରାଯାଇଛି। ଟ୍ରଷ୍ଟର ଟ୍ରଷ୍ଟି ଭୁବନମୋହନ ଦାସ ଅଭିପ୍ସାଙ୍କୁ ଏହି ମେଧାବୃତ୍ତି ପ୍ରଦାନ କରିଛନ୍ତି। ଅଭିିପ୍ସା ବାଜି ରାଉତ ଛାତ୍ରାବାସରେ +୨ ବିଜ୍ଞାନର ଦ୍ୱିତୀୟ ବର୍ଷ ଛାତ୍ରୀ ଭାବେ ଅଧ୍ୟୟନରତ ଅଛନ୍ତି। ଏଥିସହିତ ବାଜିରାଉତ ଛାତ୍ରାବାସର ଅଧୀକ୍ଷିକା କ୍ରିଷ୍ଣା ମହାନ୍ତିଙ୍କୁ ଟ୍ରଷ୍ଟ ପକ୍ଷରୁ ‘ତୁଳସୀକ୍ଷେତ୍ର ସମ୍ମାନ’ ସ୍ୱରୂପ ଏକ ଶାଲ ଓ ମେଡାଲ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ସଭ୍ୟ ଶରତ ଚନ୍ଦ୍ର ନାୟକ ଉପସ୍ଥିତ ଥିଲେ। ଏଠାରେ ସୂଚନା ଯୋଗ୍ୟ ଯେ ଟ୍ରଷ୍ଟ ପକ୍ଷରୁ ବିଭିନ୍ନ ସମୟରେ ଗରୀବ ମେଧାବୀ ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି ପ୍ରଦାନ କରାଯିବା ସହ ଚିକିତ୍ସା ସହାୟତା ଏବଂ ବନ୍ୟା, ବାତ୍ୟା, ଅଗ୍ନିକାଣ୍ଡ ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମଧ୍ୟ ପିଡିତ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ