କେନାଲରେ ପଶିଲା କାର ଅଳ୍ପକେ ବର୍ତିଲେ ପରିବାର ଲୋକେ
ଅସ୍ତରଙ୍ଗ/କାକଟପୁର,(ଶୁଭାଶିଷ ଖଣ୍ଡୁଆଳ) :କାର ଚାଳକଙ୍କ ଅସାବନତା ପାଇଁ କେନାଲରେ ପଶିଗଲା କାର । ପୁରୀ ଜିଲ୍ଲା ଅସ୍ତରଙ୍ଗ ବଜାର ହାଇସ୍କୁଲ ଛକ ନିକଟରେ ଏକ ନୀଳ ରଙ୍ଗର ବ୍ୟଲୀନୋ କାର ଯାହାର ଗାଡି ନମ୍ବର ଓଡି 14ଏନ 2988 ଦୃଘଟଣା ଗ୍ରସ୍ତ ହୋଇଛି ।ସୂଚନା ଅନୁଯାଇ ଅସ୍ତରଙ୍ଗ ବ୍ଲକ ଗବଠେଙ୍ଗ ଗ୍ରାମର ଚିତ୍ତରଞ୍ଜନ କର ପରିବାର ସହ ଗ୍ରାମକୁ ଆସିଥିଲେ ଅସ୍ତରଙ୍ଗ ବଜାର ତିନି ଛକ ଠାରେ ଅନ୍ୟମନଷ୍କ କାରଣରୁ ଗାଡିଟି ଦ୍ରୁତ ଗତିରେ ଯାଇ ପୂର୍ତ୍ତ ବିଭଗ ର ସାଇନ ବୋଡ଼କୁ ଧକା ଦେଇ କେନାଲ ଭିତରକୁ ପସିଯାଇଥିଲା । ଦୁର୍ଘଟଣା ଟି ଏତେ ଜୋର ରେ ହୋଇଥିଲା ଯେ ପୂର୍ତ୍ତ ବିଭଗର ସାଇନ ବୋଡ଼ ଭାଗୀ ତଳେ ପଡିଯାଇଥିଲା ।କାରରେ ଥିବା ସମସ୍ତ ଯାତ୍ରୀ ଅଳ୍ପକେ ବଞ୍ଚି ଯାଇଥିବା ବେଳେ କାରଟି ଦୃଘଟଣା ଗ୍ରସ୍ତ ହୋଇଥିଲା । ପରେ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଗାଡି ଭିତରୁ ସମସ୍ତଙ୍କୁ ବାହାରକୁ ଅଣାଯାଇଥିଲା ତେବେ ଗାଡ଼ିରେ ଥିବା ସମସ୍ତେ ସୁସ୍ଥଥିବା ଜଣା ପଡିଛି । ପରେ ଏକ ଜେସିବି ସାହାଯ୍ୟରେ କାରକୁ କେନାଲ ବାହାରକୁ ଅଣା ଯାଇଥିଲା ।


