ଜିଲ୍ଲା କସ୍ତୁରବା ବାଳିକା ବିଦ୍ୟାଳୟର ଶତ ପ୍ରତିଶତ ସଫଳତା

ସମ୍ବଲପୁର,(ଲିପନ ନାୟକ):ଚଳିତ ମାଟ୍ରିକ୍ ପରୀକ୍ଷାରେ କଂବିଭି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ (କେଜିବିଭି), ମହମ୍ମଦପୁର ର ସମସ୍ତ ୨୭ଜଣ ଛାତ୍ରୀ ସଫଳତା ହାସଲ କରି ସମଗ୍ର ଜିଲ୍ଲା ପାଇଁ ଗୈ।ରବ ଆଣିଛନ୍ତି। ଏହି ବର୍ଷ ଏହାର ଅନ୍ତେବାସୀ ମଧ୍ୟରୁ ଶୁଭଶ୍ରୀ ଡାକୁଆ ୫୫୯ ନମ୍ବର ରଖି ଏ ୧ ଲାଭ ଓ ଇତିଶ୍ରୀ ମିର୍ଦ୍ଧା ଏ ୨ ସଫଳତା ଲାଭ କରିଛନ୍ତି। ଶୁଭଶ୍ରୀ ରାଜ୍ୟରେ ସମସ୍ତ କେଜିବିଭି ବର୍ଗରେ ଏକମାତ୍ର ଛାତ୍ରୀ ହିସାବରେ ଏ୧ ରେଙ୍କ ପାଇଛନ୍ତି । ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଏହି ସଫଳତାକୁ ଛାତ୍ରଛାତ୍ରୀମାନଙ୍କର ଅକ୍ଳାନ୍ତ ପରିଶ୍ରମ, ଶିକ୍ଷକମାନଙ୍କର ନିଷ୍ଠା ଏବଂ ଅଭିଭାବକମାନଙ୍କର ସହଯୋଗର ଫଳ ବୋଲି କହିଛନ୍ତି। ଏହି ସଫଳତା ପଛରେ ସମ୍ବଲପୁର ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ଓ ଧନକଉଡ଼ା ବ୍ଲକ ଶିକ୍ଷାଧିକାରୀ କରନ ଶର୍ମା, ଜିଲ୍ଲା ବାଳିକା ଶିକ୍ଷା ସଂଯୋଜକ ଅବିନାଶ ସାହୁ ଓ ପ୍ରଧାନ ଶିକ୍ଷକ ପ୍ରଭାତୀ ପାଣଗ୍ରାହୀ, ଅନିଲ ମିଶ୍ର ତଥା ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ହଷ୍ଟେଲର ସମସ୍ତ କର୍ମଚାରୀଙ୍କର ପ୍ରେରଣା ଓ ଦିଗଦର୍ଶନ ଯୋଗୁଁ ଏହି ସଫଳତା ସମ୍ଭବ ହେଲା ବୋଲି ଶୁଭଶ୍ରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି। ସମ୍ବଲପୁର ଜିଲ୍ଲାର ଚାରୋଟି କେଜିବିଭି ରେ ୭ଶହ ଅବହେଳିତ, ଅନାଥ, ଅଧାରୁ ପାଠ ଛାଡ଼ିଥିବା ଛାତ୍ରୀମାନଙ୍କୁ ରଖି ସେମାନଙ୍କ ସାମଗ୍ରୀକ ବିକାଶ ନିମିତ୍ତ ସର୍ବବିଧ ଆବାସିକ ସୁବିଧା ସୁଯୋଗ ପ୍ରଦାନ କରାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ