ପୋଖରୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ

ନିମାପଡ଼ା,(ସନ୍ତୋଷ କୁମାର ଦାଶ): ଚାରିଛକ ଥାନା ଅନ୍ତର୍ଗତ ଛଣିଜଙ୍ଗ ପଞ୍ଚାୟତ ରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପୋଖରୀରେ ଗାଧୋଇବା ସମୟରେ ପାଣିରେ ବୁଡ଼ି ଜଣେ ଯୁବକଙ୍କର ପ୍ରାଣହାନି ଘଟିଛି। ମୃତ ଯୁବକ ଜଣକ ହେଉଛନ୍ତି ଆଇଶିମୂଳ ଗ୍ରାମର ପଦ୍ମନାଭ କାଣ୍ଡିଙ୍କ ପୁତ୍ର ଭରତ କାଣ୍ଡି (୨୪)।ପୋଲିସ ସୁତ୍ରରୁ ଜଣାପଡିଛି ଯେ,ଭରତ ଆଜି ଦୈନନ୍ଦିନ ପରି ଛଣିଜଙ୍ଗ ପଞ୍ଚାୟତ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ମାତ୍ର ଗାଧୋଇବା ସମୟରେ ଅସାବଧାନତାବଶତଃ ତାଙ୍କ ଗୋଡ଼ ଖସିଯାଇଥିଲା । ଫଳରେ ସେ ପୋଖରୀର ଗଭୀର ଜଳରାଶି ମଧ୍ୟକୁ ଚାଲିଯାଇଥିଲେ। ପହଁରୀ ନ ପାରିବାରୁ କିମ୍ବା ଅତ୍ୟଧିକ ଗଭୀରତା ଯୋଗୁଁ ସେ ଆଉ କୂଳକୁ ଫେରିପାରିନଥିଲେ। ସ୍ଥାନୀୟ ଲୋକମାନେ ଏହା ଦେଖିବା ପରେ ତୁରନ୍ତ ନିମାପଡ଼ା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପୋଖରୀ ମଧ୍ୟରୁ ବହୁ ଖୋଜାଖୋଜି କରି ଭରତଙ୍କୁ ଉଦ୍ଧାର କରିଥିଲେ। ଏହାପରେ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ନିକଟସ୍ଥ ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ପରୀକ୍ଷା କରିବା ପରେ ମୃତ ଘୋଷଣା କରିଥିଲେ ।ଏହି ଦୁଃଖଦ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳ ଏବଂ ଆଇଶିମୂଳ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ପୋଲିସ ଏହି ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ