ଆଇପ୍ରେମସ୍ ତରଫରୁ ଅନ୍ୱେଷଣ ଓ ପୁସ୍ତକ ଉନ୍ମୋଚନ

ବ୍ରହ୍ମପୁର,(ସୁଦିପ କୁମାର ସାହୁ): ଆଇପ୍ରେମର ବାର୍ଷିକ ଉତ୍ସବ ଅନ୍ୱେଷଣ ୨୦୨୬ ନାମରେ ରାଜ୍ୟସ୍ତରୀୟ ସାଂସ୍କୃତିକ ଉତ୍ସବ, ଗଞ୍ଜାମ କଳା ପରିଷଦ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ଖ୍ୟାତନାମା ଉଦଘୋଷକ ହୃଷିକେଶ ପାଣିଗ୍ରାହୀ, ଯୋଗଦେଇଥିବାବେଳେ, ସମ୍ମାନିତ ଅତିଥିଭାବେ ଡକ୍ଟର ସରୋଜ କୁମାର ଦାସ, ଆସିଷ୍ଟାଣ୍ଟ ରେଜିଷ୍ଟର ବ୍ରହ୍ମପୁର ବିଶ୍ୱବଦ୍ୟାଳୟଏବଂ ପ୍ରେମ୍ ସିଂହ ବିଷ୍ଟ , ନୂଆ ଦିଲ୍ଲୀ , ଏନ ସନ୍ତୋଷ କୁମାର ରେଡ୍ଡୀ, ନିର୍ଦ୍ଦେଶକ ଉର୍ଜା ଏକାଡେମୀ ଓ ବ୍ବରିଷ୍ଠ ସାମ୍ବାଦିକ ତଥା ଗାୟକ ସୁଦୀପ୍ କୁମାର୍ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଅନୁଷ୍ଠାନର ନିର୍ଦ୍ଦେଶକ ଡକ୍ଟର ପ୍ରବୀଣ କୁମାର ପାଢ଼ୀ ସ୍ବାଗତ ଭାଷଣଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ। ସ୍ବସ୍ତି ସୁନ୍ଦର୍ ସିଅ ,ଅଜିତ୍ ପଣ୍ଡା ମଞ୍ଚପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ଏମର୍ଜିଂ ବିଜିନେସ ପ୍ରାକ୍ଟିସ୍ସ ଆଣ୍ଡ ସଷ୍ଟେଇନ୍ବିଲିଟି ଏବଂ ବିଜୀନେସ ଇକୋନୋମିକ୍ସ ଦୁଇଟି ପୁସ୍ତକର ଉନ୍ମୋଚନ କରାଯାଇଥିଲା । ଏଥିରେ ନବଜୀବନ ଆଶ୍ରମ, ନେକ୍ସଟ୍ ଲେଭେଲ ଡାନ୍ସ ଷ୍ଟୁଡିଓ, ଉତ୍କଳିକା ନୃତ୍ୟ ଅନୁଷ୍ଠାନ ଆଦି ପ୍ରମୁଖ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ ମାନଙ୍କ ତରଫରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରଦର୍ଶନ କରାଯାଇଥିଲା। ଏଥିରେ ଉଦୀୟମାନ ତାରକା, ଅଙ୍କିତା, ସତ୍ୟ ସୁନ୍ଦର ଦାସ ଏବଂ ସମସ୍ତ ସହଯୋଗୀ ମାନଙ୍କୁ ସେମାନଙ୍କର ସମାଜ ପ୍ରତୀ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା ଏହି କାର୍ଯକ୍ରମକୁ ଡକ୍ଟର ମଧୁସ୍ମିତା ମିଶ୍ର, ଅନୁପ ପଣ୍ଡା, ପ୍ରଭୃତି ସଂଯୋଜନା କରିଥିବାବେଳେ ଆଶୁତୋଷ ରଶ୍ମିରଞ୍ଜନମୁଦୁଲି, ସୁଶାନ୍ତ ଗୋଚ୍ଛାୟତ, ଜିତୁରାଜ୍ ବେହେରା, ପ୍ରଭୃତି ଛାତ୍ର ଓ ଛାତ୍ରୀ ପ୍ରମୁଖ ଏହାକୁ ପରିଚାଳନା କରିବାରେ ସହଯୋଗ ପ୍ରଦାନ କରିଥିଲେ। ଶେଷରେ ଅନୁପ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ