ବିଶ୍ୱଶାନ୍ତି ବାସୁଦେବ ମହାଯଜ୍ଞ ଉଦ୍‍ଯାପିତ

ଆସିକା  (ୱାଇଏନ୍‍ଏସ୍‍): ଐତିହ୍ୟ ଓ ସଂସ୍କୃତି ସଂପନ୍ନ ଭାଇଚାରାର ଗ୍ରାମ ରୂପେ ପରିଚିତ ଥିବା ଆସିକା ବ୍ଳକ ଅନ୍ତର୍ଗତ ଖାରିଆ ଗ୍ରାମ ପଞ୍ଚାୟତର ହୁମୁକି ଗ୍ରାମରେ ଗତ ୫ ତାରିଖ ଠାରୁ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ବିଧିବିଧାନ ତଥା ନୀତାକାନ୍ତି ଅନୁଯାୟୀ ଆରମ୍ଭ ହୋଇଥିବା ଶ୍ରୀ ଶ୍ରୀ ବିଶ୍ୱଶାନ୍ତି ବାସୁଦେବ ମହାଯଜ୍ଞ, ୪୮ ପ୍ରହର ନାମଯଜ୍ଞ, ଜ୍ଞାନଯଜ୍ଞ, ଗୋଯଜ୍ଞ ଓ ଅନ୍ନଯଜ୍ଞ ମହୋତ୍ସବ ଆଜି ଅର୍ଥାତ୍‍ ମଙ୍ଗଳବାର ଉଦ୍‍ଯାପିତ ହୋଇଯାଇଛି । ହୁମୁକି ଗ୍ରାମର ଆଧ୍ୟାତ୍ମିକପ୍ରେମୀ ଶ୍ରଦ୍ଧାଳୁ ଭକ୍ତ, ଉତ୍ସାହୀ ଯୁବପିଢୀଙ୍କ ସକ୍ରିୟ ସହଯୋଗରେ ଅନୁଷ୍ଠିତ ହୋଇଥିବା ସପ୍ତଦିବସୀୟ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଶହ ଶହ ଶ୍ରଦ୍ଧାଳୁ ଭକ୍ତ ସାମିଲ୍‍ ହୋଇଥିଲା ବେଳେ କର୍ମକାଣ୍ଡ ବିଶାରଦ ପ୍ରମୋଦ କୁମାର ତ୍ରିପାଠୀ, ସତ୍ୟବାଦୀ ତ୍ରିପାଠୀ, ପଣ୍ଡିତ ଡଃ ସୁଧାଂଶୁ ଶେଖର କର, ପଣ୍ଡିତ ଦୁର୍ଗାପ୍ରସାଦ ଦାଶ, ପଣ୍ଡିତ ଅନ୍ତର୍ଯ୍ୟାମୀ ଦାଶ, ସରୋଜ କାନ୍ତ ପାଣି, କାହ୍ନୁଚରଣ ପାଣି, ଦୁର୍ଗାପ୍ରସାଦ ପାଣିଙ୍କ ଭଳି ବହୁ ବିଦ୍ୱାନ ପଣ୍ଡିତ ମନ୍ତ୍ରୋଚାରଣରେ ଯଜ୍ଞସ୍ଥଳ ପ୍ରକମ୍ପିତ ହୋଇପଡିଥିବା ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମରେ ମହନ୍ତ ବ୍ରଜବନ୍ଧୁ ଦାଶ, ପ୍ରବଚକ ଗୋବିନ୍ଦ ମୁରାରୀ ଦାଶ ଯୋଗଦେଇ ଶ୍ରଦ୍ଧାଳୁ ଭକ୍ତଙ୍କୁ ଅଶ୍ରୀବଚନ ପ୍ରଦାନ କରିଥିଲେ । ଶ୍ରୀ ଶ୍ରୀ ବିଶ୍ୱଶାନ୍ତି ବାସୁଦେବ ମହାଯଜ୍ଞ ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭେଟନଇ, ବାଲିଛାଇ, ବାଲିଘାଇ, ମଠତେନ୍ତୁଳିଆ, ସୋଲଣ୍ଡି ଗ୍ରାମରେ ନାମ ସଂକୀର୍ତ୍ତନ ମଣ୍ଡଳୀ ସାମିଲ୍‍ ହୋଇଥିବା ଦେଖିବାକୁ ମିଳିଥିଲା । ଆଧ୍ୟାତ୍ମିକପ୍ରେମୀ ପ୍ରମୋଦ ଚନ୍ଦ୍ର ପଣ୍ଡା ଶ୍ରୀ ଶ୍ରୀ ବାସୁଦେବ ମହାଯଜ୍ଞର ମୁଖ୍ୟ କର୍ତ୍ତା ଭାବେ ରହି ନିଷ୍ଠାର ସହ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟକୁ ସଂପାଦନ କରିଥିଲା ବେଳେ ଆଧ୍ୟାତ୍ମିକପ୍ରେମୀ ବିଜୟ ଚନ୍ଦ୍ର ଗୌଡ, ଅଚ୍ୟୁତ କୁମାର ଡାକୁଆ, ସନ୍ତୋଷ କୁମାର ପୋଲାଇ, ପ୍ରକାଶ ଚନ୍ଦ୍ର ପୋଲାଇ, ସରୋଜ କୁମାର ପଣ୍ଡା, ପ୍ରମୋଦ କୁମାର ପଣ୍ଡା, ରମେଶ ଚନ୍ଦ୍ର ଚୌଧୁରୀ, ଶରତ ଚନ୍ଦ୍ର ନାୟକ, ଲିପୁ ପାଣିଗ୍ରାହୀ, ଦୁତୀକୃଷ୍ଣ ପଣ୍ଡା, ମାଧବ ପଣ୍ଡା, ଜୟରାମ ସାହୁ, ପ୍ରକାଶ ଚନ୍ଦ୍ର ସାହୁ, ଧବଳେଶ୍ୱର ସାହୁ, ସୁରେନ୍ଦ୍ର ନାହାକ, ରାଧାକୃଷ୍ଣ ପଣ୍ଡା, ପ୍ରଫୁଲ ଡାକୁଆ, ଦୁତୀକୃଷ୍ଣ ରାଉତ, ଗୌରହରି ଜେନା, ନାରାୟଣ ରାଉତ, ଜଗତ ଜେନା, ନିରଞ୍ଜନ ଜେନା, ଶତୃଘ୍ନ ନାହାକ, ଅମିତ୍‍ ପଣ୍ଡା, ଚିନ୍ମୟ ଚୌଧୁରୀ, ବୁଦ୍ଧିରାମ ରାଉତଙ୍କ ସମେତ ସମସ୍ତ ଗ୍ରାମବାସୀ ଏକ ମନ ଏକ ପ୍ରାଣରେ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ସଂପାଦନ କରିବା ଦିଗରେ ସକ୍ରିୟ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ