ଆର୍ଟ ଅଫ ଗିଭିଂ କାର୍ଯ୍ୟକ୍ରମ
ଛତ୍ରପୁର(ଓ୍ବାଇଏନଏସ) : କିଟ୍ ଓ କିସ୍ ର ପ୍ରତିଷ୍ଠାତା ଡକ୍ଟର ଅଚ୍ଯୁତ ସାମନ୍ତଙ୍କ ଦ୍ବାରା ପ୍ରତିଷ୍ଠିତ ଆର୍ଟ ଅଫ ଗିଭିଂ କାର୍ଯ୍ଯକ୍ରମର ୧୩ତମ ପ୍ରତିଷ୍ଠା ଦିବସ ଅବସରରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ସହରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷର ଥିମ ସେୟାର ଟୁ ସାଇନ ଅବସରରେ ଛତ୍ରପୁର ଷ୍ଟାଡିଅମ ଠାରେ ସନରାଇଜର୍ସ କ୍ଳବ ପକ୍ଷରୁ ଏକ ଭଳିବଲ ମ୍ୟାଚ ଆୟୋଜିତ ହୋଇଥିଲା l ଆର୍ଟ ଅଫ ଗିଭିଙ୍ଗ ବିଷୟରେ ଲୋକଙ୍କୁ ସଚେତନ କରିବା ସହିତ ପ୍ରତିଷ୍ଠାତା ଶ୍ରୀ ସାମନ୍ତ ଙ୍କ ଏହି ମହତ କାର୍ଯ୍ୟର ଉଦେଶ୍ୟ ବିଷୟରେ ସମସ୍ତଙ୍କୁ ଅବଗତ କରାଯାଇଥିଲା l ଭୁବନେଶ୍ୱର କୀଟ ୟୁନିଭରସିଟି ର ଡେପୁଟି ଲାଇବ୍ରେରୀୟାନ ଅଶୋକ କୁମାର ସାହୁ ଓ କାର୍ଯ୍ୟ ନିର୍ବାହୀ ଷ୍ଟାଫ ସୁଶାନ୍ତ କୁମାର ପଟ୍ଟନାୟକ ସଂଯୋଜକ ଭାବେ ଯୋଗ ଦେଇ ଆର୍ଟ ଅଫ ଗିଭିଂ ର ୧୩ ବର୍ଷର ସଫଳତା ବର୍ଣ୍ଣନା କରିବା ସହିତ ଖେଳାଳି ମାନଙ୍କୁ ଟି ସାର୍ଟ, ବଲ ଓ ନେଟ ପ୍ରଦାନ କରିଥିଲେ l ଗତ ୨୦୧୩ ମସିହାରୁ ଆରମ୍ଭ ହୋଇଥିବା ଏହି ଆର୍ଟ ଅଫ ଗିଭିଂ ଗତ ୧୩ ବର୍ଷ ଧରି ବିଭିନ୍ନ ଥିମ କୁ ନେଇ ପାଳନ କରାଯାଉଥିବା ବେଳେ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଙ୍କ ଏଭଳି ନିଆରା ପ୍ରୟାସ କୁ ସମସ୍ତେ ଭୁରି ଭୁରି ପ୍ରଶଂସା କରିଥିଲେ l ଏହି ଅବସରରେ ଛତ୍ରପୁର ସନରାଇଜର୍ସ ଭଲିବଲ ଟିମର ସଭାପତି ସମୀର ପଟ୍ଟନାୟକ, ସମ୍ପାଦକ ରଜନୀ କାନ୍ତ ପଟ୍ଟନାୟକ କୋଷାଧ୍ୟକ୍ଷ ଲକ୍ଷ୍ମୀ ନାରାୟଣ ପାତ୍ର, ଖେଳାଳୀ ସୁବାସ ସେଠି, ସୁଧାକର ଦୋରା, ଲିଙ୍ଗରାଜ ରେଡ୍ଡୀ ଙ୍କ ସମେତ ବହୁ ଖେଳାଳୀ ମାନେ ଯୋଗ ଦେଇ ଭଲିବଲ ଖେଳିଥିଲେ l


