ବିଶିଷ୍ଠ ସାହିତ୍ୟିକା ନିଖିଳାପ୍ରଭା ମିଶ୍ରଙ୍କ ଲେଖନୀରୁ କୃଷ୍ଣା ପୁସ୍ତକ ଉନ୍ମୋଚନ

ଛତ୍ରପୁର (ଓ୍ବାଇଏନଏସ) : ବିଶିଷ୍ଠ ସାହିତ୍ୟିକା ତଥା ଓଡ଼ିଆ ଅଧ୍ୟାପିକା ନିଖିଳାପ୍ରଭା ମିଶ୍ରଙ୍କ ଲେଖନୀରୁ “କୃଷ୍ଣା” ନାମକ ଏକ ପୁସ୍ତକ ରବିବାର ଉନ୍ମୋଚନ ହୋଇଯାଇଛି l ଛତ୍ରପୁର ଗୌରୀ ଶଙ୍କର କଲ୍ୟାଣ ମଣ୍ଡପ ରେ ଆୟୋଜିତ ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ଛତ୍ରପୁର ର ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ଛତ୍ରପୁର ଅଗ୍ନିଶ୍ରମ ବିଭାଗର ଆସିଷ୍ଟାଣ୍ଟ ଫାୟାର ଅଫିସର ଧନଞ୍ଜୟ ମଲ୍ଲିକ, ଛତ୍ରପୁର ସାହିତ୍ୟ ସଂସଦର ସଭାପତି ବ୍ରଜ ମୋହନ ଆଚାର୍ଯ୍ୟ, ଅଧ୍ୟାପକ ଭି. ରାଜେନ୍ଦ୍ର ରାଜୁ, ସମାଜସେବୀ ଅରୁଣ ଶତପଥୀ, ପଣ୍ଡିତ ନୀଳକଣ୍ଠ ଉତ୍କଳ ଏକାଡେମୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ. ରାଜେନ୍ଦ୍ର କୁମାର ଦାଶ, ଅଧ୍ୟାପକ ବିଷ୍ଣୁ ପ୍ରସାଦ ଦାଶ ପ୍ରମୁଖ ଉପସ୍ଥିତ ରହି ସାହିତ୍ୟ ପ୍ରତି ଲେଖିକା ଶ୍ରୀମତୀ ମିଶ୍ର ଙ୍କ ଭଲ ପାଇବା ବିଷୟରେ ବର୍ଣ୍ଣନା କରିବା ସହିତ ପୁସ୍ତକ ରେ ସ୍ଥାନ ପାଇଥିବା ବିଭିନ୍ନ ଉପାଖ୍ୟାନ ବିଷୟରେ ଆଲୋଚନା କରିଥିଲେ l ବିଶିଷ୍ଟ ସାହିତ୍ୟିକ ତଥା ଆଇନଜୀବୀ ପ୍ରଶାନ୍ତ କୁମାର ଶତପଥୀ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିବା ବେଳେ ବହୁ କବି, ଗାଳ୍ପିକ ଓ ସାହିତ୍ୟିକ ମାନେ ଯୋଗ ଦେଇଥିଲେ l ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ୱାରା ଜଗନ୍ନାଥ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହିତ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରାଯାଉଥିଲା l ଅନ୍ୟ ମାନଙ୍କ ମଧ୍ୟରେ ଚାଷୀ ନେତା ସିମାଞ୍ଚଳ ନାହାକ, ଶିକ୍ଷକ ଅଜିତ କୁମାର ସେଠି, ତୁଳସୀ ରାମ ମେହେର, ଶ୍ରୀକାନ୍ତ ମହାନ୍ତି, ଜତିରାଜ ନାହାକଙ୍କ ସମେତ ବହୁ ସାହିତ୍ୟିକ ମାନେ ଉପସ୍ଥିତ ଥିଲେ l ସମସ୍ତ କାର୍ଯ୍ୟକ୍ରମ କୁ ଇ. ଶିବ ପ୍ରସାଦ, ପ୍ରଶାନ୍ତ ମହାଙ୍କୁଡ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ