ବିଦ୍ୟୁତ ଖୁଣ୍ଟରେ ସର୍ଟ ସର୍କିଟ୍ ହୋଇ ଲାଗିଲା ନିଆଁ

କୋରାପୁଟ,  (ହେମନ୍ତ ପାଣିଗ୍ରାହୀ) : କୋରାପୁଟ୍ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକକୁ ଯିବା ମୁଖ୍ୟ ରାସ୍ତା ପାର୍ଶ୍ୱରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟ ଉପରେ ଯାଇଥିବା ବିଭିନ୍ନ ରକମର ତାର ଯୋଗୁଁ ହଠାତ୍ ଇଲେକ୍ଟ୍ରିକ୍ ଶର୍ଟ ସର୍କିଟ୍ ହୋଇ ଭୟଙ୍କର ଭାବରେ ନିଆଁ ଲାଗିଯାଇଥିଲା। ନିଆଁ ହୁତୁ ହୁତୁ ହୋଇ ଜଳୁଥିବା ଦେଖି ସ୍ଥାନୀୟ ଲୋକମାନେ ଭୟଭୀତ ହୋଇପଡ଼ିଥିଲେ। ତୁରନ୍ତ ବିଦ୍ୟୁତ୍ ବିଭାଗ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।ଖବର ପାଇ ସଙ୍ଗେ ସଙ୍ଗେ ଲକ୍ଷ୍ମୀପୁର ଅଗ୍ନିଶମ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଘଟଣାସ୍ଥଳ ନିକଟରେ ଘର ଓ ପରିବାର ସହ ଅନେକ ଲୋକ ବସବାସ କରୁଥିବାରୁ ଏକ ବଡ଼ ଧରଣର ଅଘଟଣ ଘଟିବାର ଆଶଙ୍କା ସୃଷ୍ଟି ହୋଇଥିଲା। ହେଲେ ଅଗ୍ନିଶମ କର୍ମଚାରୀଙ୍କ ତତ୍ପରତା ଯୋଗୁଁ ଅଳ୍ପକେ ଏକ ବଡ଼ ବିପଦ ଟଳିଯାଇଥିଲା। ବିଦ୍ୟୁତ୍ କର୍ମଚାରୀ ଇଲାପୁ ଗଣେଶଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ପୋଡ଼ିଯାଇଥିବା ବିଦ୍ୟୁତ୍ ତାରର ମରାମତି କାମ ଆରମ୍ଭ କରିଥିଲେ। ଶର୍ଟ ସର୍କିଟ୍ ଯୋଗୁଁ ଅନେକ ସମୟ ପାଇଁ ଲକ୍ଷ୍ମୀପୁର ସହରରେ ବିଦ୍ୟୁତ୍ ସେବା ବିଚ୍ଛିନ୍ନ ହୋଇଥିଲେ ମଧ୍ୟ, ବିଦ୍ୟୁତ୍ ବିଭାଗର ତୁରନ୍ତ ପଦକ୍ଷେପ ଫଳରେ ପୁଣିଥରେ ବିଦ୍ୟୁତ୍ ସେବା ସ୍ଵାଭାବିକ କରାଯାଇଥିଲା।ବିଶେଷ କରି ବିଦ୍ୟୁତ ପୋଲ ରେ ବିଦ୍ୟୁତ ତାର ସମେତ ଅନ୍ୟ କିଛି ତାର ଓ ପତାକା ଗୁଡିକ ଲାଗି ରହିଥିବା କାରଣରୁ ସର୍ଟ ସର୍କିଟ ହୋଇଥିବା ଜଣା ପଡିଥିଲା।ୱାଇର ଗୁଡିକ ବିପଦ ସଂକୁଳ ଅବସ୍ଥା ରେ ଅନେକ ପୋଲ ରେ ରହିଥିବା ବେଳେ ସେ ଗୁଡିକ ମଧ୍ୟ ସଜାଡ଼ିବାକୁ ସାଧାରଣ ରେ ଦାବୀ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ