ଗୋଖାଦ୍ୟରେ ଅପମିଶ୍ରଣ ଅଭିଯୋଗ : ଦୁଗ୍ଧ ଚାଷୀ ହନ୍ତସନ୍ତ

କାକଟପୁର/ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ): ଅସ୍ତରଙ୍ଗ ଓ କାକଟପୁର ବ୍ଲକ ଅଂଚଳରେ ବିଭିନ୍ନ ଗ୍ରାମରେ ଗୋଖାଦ୍ୟ ଦୋକାନ ଖୋଲାଯାଉଥିବା ବେଳେ ଗୋଖାଦ୍ୟ ଯଥା ଚୋକଡ, ଚୁନିର ବ୍ୟାପକ ଅପମିଶ୍ରଣ ଏଵେ ଦୁଗ୍ଧ ଚାଷୀଙ୍କ ଚିନ୍ତାର କାରଣ ପାଲଟିଛି। ଗୋପାଳନ ତଥା ଦୁଗ୍ଧଚାଷୀ ଙ୍କ ଉର୍ନ୍ନତି ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିବା ସହ ରାଜକୋଷରୁ ବ୍ୟାପକ ଅର୍ଥ ବିନିଯୋଗ କରୁଛନ୍ତି।କିଛି ଅସାଧୁ ବ୍ୟବସାୟୀ ଓ କିଛି କ୍ଷୀର ଷ୍ଟୋର କରିଥିବା ବ୍ୟକ୍ତିବିଶେଷ ଘୁଣ୍ୟ ମନୋବୃତ୍ତି ପାଇଁ ଗୋ ସଂମ୍ପଦ ଦିନକୁ ଦିନ ଅଞ୍ଚଳରୁ ଲୋପ ହେବାକୁ ବସିଲାଣି। ପୁରୀ ଜିଲ୍ଲାର କାକଟପୁର ଓ ଅସ୍ତରଙ୍ଗ ବ୍ଲକ ରେ ଗୋପାଳନ ଏକ ପ୍ରମୁଖ ଜୀବିକା ତଥା ବ୍ୟବସାୟୀକ ପନ୍ଥା। କାକଟପୁର ବ୍ଲକର ୧୬ତି ଓ ଅସ୍ତରଙ୍ଗ ବ୍ଲକର ୧୫ଟି ପଂଚାୟତ ରେ ପାଖାପାଖି ୨୦ହଜାର ରୁ ଉର୍ଦ୍ଧ ଗୋପାଳନ କରୁଥିବା ବ୍ୟକ୍ତି ଥିବା ବେଳେ ସେମାନଙ୍କ ମଧ୍ୟରୁ ଅନେକଙ୍କ ଘରବାଡ଼ି ବ୍ୟତୀତ କୌଣସି ଜମିବାଡ଼ି ନଥିବା ସ୍ୱତେ ଏହି ବ୍ୟକ୍ତି ମାନେ ଦୁଗ୍ଧ ଚାଷ କୁ ସେମାନଙ୍କ ଜୀବିକା ନିର୍ବାହ ମୁଖ୍ୟପନ୍ଥା ଭାବେ ଗ୍ରହଣ କରିଛନ୍ତି। ଗୋଖାଦ୍ୟର ଅତ୍ୟାଧିକ ମୂଲ୍ୟବୃଦ୍ଧି ଯୋଗୁଁ ଗୋପାଳନ ଉପରୁ ଦୁଗ୍ଧଚାଷୀ ମାନେ ଆଶା ଓ ଭରସା ତୁଟାଇବାକୁ ବସିଲେଣି।ବଜାରରେ ଚୋକଡ଼ ବସ୍ତା ୫୦କିଗ୍ରା କୁ ୧୫୦୦ଟଙ୍କା ରହିଥିବା ବେଳେ ଚୁନି ୪୦କିଗ୍ରା କୁ ୧୩୩୦ଟଙ୍କା ରହିଛି। କାକଟପୁର ଓ ଅସ୍ତରଙ୍ଗ ବ୍ଲକରେ କିଛି ବ୍ୟବସାୟୀ ଓ କିଛି କ୍ଷୀର ଷ୍ଟୋର କରିଥିବା ବ୍ୟକ୍ତି ବିଶେଷ ରାଜ୍ୟ ତଥା ରାଜ୍ୟ ବାହାରୁ ଗୋଖାଦ୍ୟ ମଗାଇଥାନ୍ତି।କେତେକ ବ୍ୟବସାୟୀ ଏହି ଚୋକଡ ରେ କୁଣ୍ଡା ଏବଂ ଖଡ଼ି ପଥର ଗୁଣ୍ଡମିଶାଇ ଅପମିଶ୍ରଣ କରୁଥିବା ଅଭିଯୋଗ ଉଠିଛି। ଏପରିକି ରାତି ଅଧରେ ଚୋକଡ ବ୍ୟବସାୟୀ ମାନେ ନିଜର ଗହମ ମିଲି ନଥିଲେ ମଧ୍ୟ ଅପ ମିଶ୍ରିତ ଚୋକଡକୁ ନୂଆ ବ୍ରାଣ୍ଡ ଅଖାରେ ସିଲେଇ ମେସିନ ସହାୟତା ରେ ପ୍ୟାକିଂ କରି ବଜାର କୁ ଛାଡ଼ୁଛନ୍ତି। ଚୋକଡ ର ଅତ୍ୟଧିକ ମୂଲ୍ୟବୃଦ୍ଧି ସମ୍ପର୍କରେ ଜଣେ ବ୍ୟବସାୟୀ କହିଛନ୍ତି ଗହମର ଅତ୍ୟଧିକ ମୂଲ୍ୟବୃଦ୍ଧି ଏହାର ମୁଖ୍ୟ କାରଣ। ତେଣୁ ଏହାର ମୂଲ୍ୟ କିଣିବା ଉପରେ ନିର୍ଭର କରେ।ତେବେ ଯାହା ହେଉନା କାହିଁକି ଚୋକଡ଼ ଭଳି ଏକ ମୁଖ୍ୟ ଗୋଖାଦ୍ୟ କୁ ଅପମିଶ୍ରିତ କରି ବଜାରକୁ ବିକ୍ରି କରୁଥିବା ଅସାଧୁ ବ୍ୟବସାୟୀ ଙ୍କ କାର୍ଯ୍ୟକଳାପ ଉପରେ ଅଙ୍କୁଶ ଲଗାଇବାକୁ ସାଧାରଣ ରେ ଦାବୀ ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ