ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଆଦର୍ଶ ପ୍ରଧାନ ଶିକ୍ଷକଙ୍କ ପରଲୋକ

ଗୁଣପୁର, (ୱାଇଏନଏସ): ଅବସରପ୍ରାପ୍ତ ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରସନ୍ନ ତ୍ରିପାଠୀଙ୍କ ପରଲୋକ ଘଟିଛି। ଗତ ଡିସେମ୍ବର ୧୫ ତାରିଖରେ ଏକ ସଡ଼କ ଦୁର୍ଘଟଣାରେ ସେ ଗୁରୁତର ଭାବେ ଆହତ ହୋଇ ବିଶାଖାପାଟଣାସ୍ଥିତ ଏକ ଘୋରଇ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ। ଦୀର୍ଘ ୫ ମାସ କାଳ ଆପ୍ରାଣ ଉଦ୍ୟମ ସତ୍ତ୍ବେ ଅଚେତ ଅବସ୍ଥାରେ ରହିଥିଲେ। ଗତ ସପ୍ତାହରେ ଘରକୁ ତାଙ୍କୁ ଫେରାଇ ଆଣିଥିବା ବେଳେ ଗତକାଲି ସ୍ଵର୍ଗତଃ ତ୍ରିପାଠୀ ନିଜ ଗାଁ ଲିମାପଦରସ୍ଥିତ ବାସ ଭବନରେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିବା ବେଳେ ଶଯ୍ୟା ନିକଟରେ ଧର୍ମପତ୍ନୀ, ପୁଅ,ବୋହୁ, ଝିଅ ଜ୍ବାଇଁ ନାତି ନାତୁଣୀ ପରିବାର ବର୍ଗ ଉପସ୍ଥିତ ଥିଲେ। ସ୍ୱର୍ଗତ ତ୍ରିପାଠୀ ଏକାଧାରରେ ଜଣେ କର୍ତ୍ତବ୍ୟନିଷ୍ଠ, ଛାତ୍ରପ୍ରେମୀ ଅନୁଶାସନ ପ୍ରିୟ ନୀତିବାନ ବ୍ୟକ୍ତିତ୍ୱ ଥିଲେ। ଶିକ୍ଷକତା କ୍ଷେତ୍ର ରେ ତାଙ୍କର ଆଦର୍ଶ ଗୁଣାବଳୀ ଯୋଗୁଁ ୨୦୧୦ ମସିହା ରେ ସେ ରାଜ୍ୟପାଳ ପୁରସ୍କାର ପାଇଥିଲେ । ଜଣେ ଉଚ୍ଚକୋଟୀର ଶିକ୍ଷକ ହେବା ସଙ୍ଗେ ସଙ୍ଗେ ସେ ଥିଲେ ମହାନ୍ ଭଗବତ୍ ପ୍ରେମୀ। ତାଙ୍କ ମାର୍ଗ ଦର୍ଶନ ରେ ଆଖପଖ ଅଞ୍ଚଳରେ ଭାଗବତ ପାରାୟଣ ନାମ ସଂକୀର୍ତ୍ତନ ଓ ଅନେକ ଆଧ୍ୟାତ୍ମିକ କାର୍ଯ୍ୟ ଅନୁଷ୍ଠିତ ହୋଇଛି। ସ୍ଵର୍ଗତଃ ତ୍ରିପାଠୀ ହେଉଛନ୍ତି ଗୃହ ବିଭାଗରେ କାର୍ଯ୍ୟରତ ସୁମିତ ମିଶ୍ର (ମଣ୍ଟୁ)ଙ୍କ ଶ୍ଵଶୁର ଏବଂ ଶିକ୍ଷକ ଅଶ୍ବିନୀ ତ୍ରିପାଠୀଙ୍କ ଦାଦା ହେବେ। ତାଙ୍କ ମରଶରୀରକୁ ନିଜ ଗ୍ରାମ ଲିମାପଦର ବଂଶଧାରା ନଦୀ ଶ୍ମଶାନଘାଟ ରେ ଅନ୍ତିମ ସଂସ୍କାର କରାଯାଇଥିଲା । ତାଙ୍କ ବିୟୋଗରେ ଗୁଣପୁର ତଥା ଲିମାପଦର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ