ରାକେଶ ବେହେରାଙ୍କୁ ଥାର୍ଡ ଡିଗ୍ରି ମାମଲା: ଏଚ୍‌ଆରପସି ପକ୍ଷରୁ ତଦନ୍ତ ଜାରି

କଟକ, (ଓ୍ବାଇଏନଏସ): କଟକ ଜିଲ୍ଲାବାରଙ୍ଗ ଥାନାରେ ଗତ ୨୨ ତାରିଖ ଦିନ ରାତିରେ ସ୍ଥାନୀୟ ଅଞ୍ଚଳର ଯୁବକ ରାକେଶ ବେହେରାକୁ ଥାର୍ଡ ଡିଗ୍ରି ମାମଲାରେ ହ୍ୟୁମାନ ରାଇଟ୍‌ସ ପ୍ରୋଟେକ୍‌ସନ୍‌ ସେଲ୍‌ (ଏଚ୍‌ଆରପସି) ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଆଜି ଏଚ୍‌ଆରପିସିର ଟିମ୍‌ ଏସ୍‌ସିବି ହସ୍ପିଟଲ୍, ପୀଡ଼ିତଙ୍କ ଘର ଏବଂ ବାରଙ୍ଗ ଥାନା ଯାଇ ପଚରାଉଚରା କରୁଛି। ସେପଟେ ରାକେଶ ଉପରେ ହୋଇଥିବା ପୁଲିସର ଥାର୍ଡ ଡିଗ୍ରି ମାମଲାକୁ ଦୁର୍ଘଟଣାର ରୂପ ଦେବାକୁ ଯଥାସମ୍ଭବ ପ୍ରଚେଷ୍ଟା କରାଯାଉଥିବା ସନ୍ଦେହ ହେଉଛି। ରିପୋର୍ଟ ଏବଂ ଡିସିପିଙ୍କ ପ୍ରତିକ୍ରିୟାରେ ତାଳ ମେଳା ରହୁନାହିଁ। ବାଇକ୍ ଦୁର୍ଘଟଣା ଥିଓରିରୁ ରାକେଶର ପରିବାର ଲୋକେ ପୁଲିସର ଏହା ଚାଲ ବୋଲି ଅଭିଯୋଗ କରିଛନ୍ତି। ଏଚ୍‌ଆରପିସି ଅଧିକାରୀ ସବୁଡ଼ିଗକୁ ନେଇ ତଦନ୍ତ ଚଳାଇଛି। ରାକେଶ ବେହେରାକୁ ଘରୋଇ ହସପିଟାଲରେ ଭର୍ତ୍ତି ହେବା ପୂର୍ବରୁ ଗତ ୨୩ତାରିଖରେ ତାଙ୍କର ବାଇକ୍ ଦୁର୍ଘଟଣା ହୋଇଥିବା ଏମ୍‌ଏଲ୍‌ସି ରିପୋର୍ଟ କହୁଛି। ଗତ ୨୪ ତାରିଖ ରାତି ୧୨ଟା ୪୫ ମିନିଟିରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେହି ସମୟରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରୂ  ତାକୁ ଏସ୍‌ସିବି ସ୍ଥାନନ୍ତର କରାଯାଇଥିଲା। ଏବେ ସେ ସେଠାରେ ଚିକିତ୍ସିତ ହେଉଛନ୍ତି। ତେବେ ପ୍ରଶ୍ନ ଉଠୁଛି ରାକେଶ ପୁଲିସ ପାଖରେ ଥିବା ବେଳେ ସେ ବାଇକ୍‌ରେ ଗଲା କେମିତି? ବାଇକ ଆସିଲା କେଉଁଠୁ? ବାଇକ ଚଳାଉ ଥିଲା  କିଏ? ଦୁର୍ଘଟଣା କେଉଁଠି ଏବଂ କିପରି ହେଲା? ଏ ସବୁ ତଥ୍ୟ ଅନେକ କିଛି ସନ୍ଦେହ ସୃଷ୍ଟି କରୁଛି। ରାକେଶକୁ ଥାର୍ଡ ଡିଗ୍ରି  ଦିଆଯାଇଥିବା ଅଭିଯୋଗ ହୋଇଛି। ବାଇକ୍ ଦୁର୍ଘଟଣାର ରୂପ ଦେବାକୁ ଉଦ୍ୟମ କରାଯାଉଥିବା ବାପା କାର୍ତ୍ତିକ ବେହେରା ଅଭିଯୋଗ କରିଛନ୍ତି। ଖାଲି ସେତିକି ନୁହେଁ ରାକେଶ ମାମଲାରେ ଥାନା ଘେରାଉ ଦିନ ଡିସିପି ଋଷିକେଶ ଖିଲାରୀ କହିଥିଲେ, ୨୪ ତାରିଖ ଦିନ ରାକେଶ ବାରଙ୍ଗ ଥାନାକୁ ଡକାଯାଇ ଥିଲା ଓ ସେହି ଦିନ ତାକୁ ଛଡ଼ା ଯାଇଛି। ସେପଟେ ରାକେଶଙ୍କ ଏମ୍‌ଏଲ୍‌ସି ରିପୋର୍ଟ କହୁଛି ରାକେଶ ସେହି ଦିନ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଅର୍ଥାତ ରାକେଶ ଘରୋଇ ହସପିଟାଲରେ ଗୁରୁତର ଥିଲେ। ସେ ୨୪ତାରିଖରେ ଥାନାକୁ ଆସିଲେ କିପରି? ତେଣୁ ରାକେଶଙ୍କ ଘରୋଇ ହସପିଟାଲ ସଦର ଥାନାକୁ ଦେଇଥିବା ଏମ୍‌ଏଲ୍‌ସି ରିପୋର୍ଟ ଏବଂ ଡିସିପିଙ୍କ ବୟାନରେ ତାଳମେଳ ରହୁନାହିଁ। ରିପୋର୍ଟ ଏବଂ କଟକ ଡିସିପିଙ୍କ ବୟାନରେ ତାଳମେଳ ରହୁ ନାହିଁ। ପୁଲିସ ମିଛ କହୁଛି ବୋଲି ରାକେଶଙ୍କ ଶାଶୁ ଅଭିଯୋଗ ଆଣିଛନ୍ତି। ଅତିରିକ୍ତ ଏସପି  ଶୁଭ ଲକ୍ଷ୍ମୀ ପଟ୍ଟନାୟକ ଏବଂ ତଦନ୍ତକାରୀ ଅଧିକାରୀ ଡିଏସପି ରାକେଶ ଏବଂ ପରିବାର ଲୋକଙ୍କୁ ପଚରା ଉଚ୍ଚର କରିବ ଶହ ବାରଙ୍ଗ ଥାନା ଏବଂ ଘରକୁ ଯାଇ ତଦନ୍ତ କରୁଛନ୍ତି। ରାକେଶଙ୍କୁ ଥାନାକୁ ଡ଼ାକି କେରକରିବ ଏବଂ ବାଇକ ଦୁର୍ଘଟଣା କେମିତି ହେଲା ତାର ତଦନ୍ତ କରୁଛି ହରୋକ ଟିମ୍।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ