ଓଡିଶା ଫାର୍ମାସୀଷ୍ଟ ସେବା ପକ୍ଷରୁ ବିଧାୟକଙ୍କୁ ଦାବୀ ପତ୍ର
ଛତ୍ରପୁର,(ଓ୍ବାଇଏନଏସ): ଫାର୍ମାସୀଷ୍ଟ ଅଧିକାରୀ ମାନେ ରାଜ୍ୟର ସ୍ବାସ୍ଥ୍ୟ ସେବା ବ୍ୟବସ୍ଥାର ଏକ ଅବିଭାଜ୍ୟ ଅଂଶ ଭାବେ ଔଷଧ ବିତରଣ, ରୋଗୀ ସେବା ସହଯୋଗ, ବିଭିନ୍ନ ଜାତୀୟ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମର ସଫଳ କାର୍ଯ୍ୟନୟନ ଓ ସରକାରୀ ହସ୍ପିଟାଲମାନଙ୍କ ସୁଚାରୁ ପରିଚାଳନାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ଓଡ଼ିଶାର ଫାର୍ମାସୀ ଅଧିକାରୀ ମାନଙ୍କ ବେତନ ଅନ୍ୟାନ୍ୟ ରାଜ୍ୟ ଓ କେନ୍ଦ୍ର ସରକାରୀ ସଂସ୍ଥାମାନଙ୍କ ତୁଳନାରେ ଅତ୍ୟନ୍ତ କମ ଅଟେ। ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଫାର୍ମାସୀ ଅଧିକାରୀ ମାନଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ଓ ବର୍ଦ୍ଧିତ ଦାୟିତ୍ୱକୁ ଦୃଷ୍ଟିରେ ରଖି ଫାର୍ମାସୀଷ୍ଟ ଅଧିକାରୀ ଙ୍କ ସଂଘ ମୂଳ ବେତନ ସଂଶୋଧନ , ପଦୋନ୍ନତି ସୁବିଧା ଓ ବୃତ୍ତିଗତ ସ୍ବୀକୃତି ସମ୍ପର୍କିତ ଯୁକ୍ତିସଂଗତ ଦାବିଗୁଡ଼ିକୁ ଓଡିଶା ର ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଙ୍କୁ ଓଡିଶା ଫାର୍ମାସୀଷ୍ଟ ଅଧିକାରୀ ସେବା ସଂଘ ଗଞ୍ଜାମ ଜିଲ୍ଲା ଶାଖା ତରଫରୁ ଏକ ଲିଖିତ ଦାବୀ ପତ୍ର ପ୍ରଦାନ କରାଯାଇଛି।ଏହି ଅବସର ରେ ଗଞ୍ଜାମ ଜିଲ୍ଲା ସଂଘ ଶାଖାର ସଭାପତି ସୁଧାକର ପାଣିଗ୍ରାହୀ ଏବଂ ପଙ୍କଜ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ l ଦାଵି କୁ ଯଥାଶୀଘ୍ର ପୂରଣ ନ କଲେ ଆଗାମୀ ଦିନ ରେ ଆନ୍ଦୋଳନ ପନ୍ଥା ଗ୍ରହଣ କରାଯିବ ବୋଲି ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଚେତାବନୀ ଦିଆଯାଇଛି l


