ରାଜ୍ୟ ସ୍ତରୀୟ ଝଙ୍କଡ ଓ ରଜ ମହୋତ୍ସବ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଓଡିଶାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମୂର୍ଚ୍ଛନା ଓ ଓଡ଼ିଶା କଲଚର ଆର୍ଟ ଏକାଡେମୀ ପକ୍ଷରୁ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଓ ଓପିଜିସିଏଲର ମିଳିତ ସହଭାଗିତାରେ ଜିଲ୍ଲା ସଂସ୍କୃତି ଭବନରେ ରାଜ୍ୟ ସ୍ତରୀୟ ଝଙ୍କଡ଼ ମହୋତ୍ସବ ଓ ରଜ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଜଗସିଂହପୁରର ବିଧାୟକ ଅମରେନ୍ଦ୍ର ଦାସ ଏହି ଉତ୍ସବକୁ ଉଦ୍‌ଘାଟନ କରିଥିଲେ। ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ବସନ୍ତ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓପିଜିସିଏଲ୍‌ର ଅର୍ଥ ନିର୍ଦ୍ଦେଶକ ଗଗନ ବିହାରୀ ସ୍ୱାଇଁ। ଉତ୍ସବରେ ମୁଖ୍ୟବକ୍ତା ଭାବେ ସଂସ୍କୃତି ଗବେଷକ ତଥା ବାଗ୍ମୀ ପ୍ରଶାନ୍ତ କୁମାର ଶତପଥୀ,ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ କବୟିତ୍ରୀ ଓ ସମାଜସେବୀ ଡ. ସଂଗୀତା ମିଶ୍ର , ଶିକ୍ଷାବିତ ପ୍ରଫେସର ଅକ୍ଷୟ କୁମାର ସାସମଲ,ବିଶିଷ୍ଟ ଶିକ୍ଷାବିତ ସମାଜସେବୀ ପ୍ରଶନ୍ନ କୁମାର ବାରିକ, ଆଡଭୋକେଟ ବୀରନାରାୟଣ ପାତ୍ର, ବିଶ୍ୱଦେବ ସମାଜ ସଭାପତି ସୁଶାନ୍ତ କୁମାର ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ। ବରଗଡର କଂସ ମହାରାଜ ଦେବରାଜ ଛତ୍ରିଆ ଅନ୍ୟତମ ଅତିଥି ଭାବେ ଯୋଗଦେଇ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ। ପ୍ରାରମ୍ଭରେ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ବଂଶୀଧର ସ୍ୱାଇଁ। ଏହି ଉତ୍ସବରେ ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ୯୦ ଜଣ କଳାକାର, କବି ଓ ସମାଜସେବୀଙ୍କୁ ମା ଶାରଳା ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ୬୦ ଜଣଙ୍କୁ ବାଣୀକ୍ଷେତ୍ର ସମ୍ମାନ ପ୍ରଦାନ କରାଯାଇଥିଲା। ୫୦ଜଣ ପ୍ରତିଭାଙ୍କୁ ରଜକୁଇନ ଓ ରଜକିଙ୍ଗ ଆୱାର୍ଡ଼ ସ୍ୱରୂପ ରଜ ମୁକୁଟ ପିନ୍ଧା ଯାଇଥିଲା। ପ୍ରାରମ୍ଭରେ ମୋନାଲିସା ମୁଦୁଲିଙ୍କ ସହଯୋଗରେ ଗଙ୍ଗ ଶିଉଳିର ବାସ୍ନା ପକ୍ଷରୁ କବି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଉପସ୍ଥାପକ ଭାବେ ପ୍ରଦୀପ କୁମାର ବିହାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଗାୟତ୍ରୀ ଗୀତାଞ୍ଜଳି ଦାସ, ବବିନା ପଟ୍ଟନାୟକ, ନିରାକାର ମହାରଣା, ବିଜୟ କେତନ ସାହୁ, ସୁଭାସିନୀ ପରିଡ଼ା ଓ କାଳିଆ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ