ସ୍ବାଧୀନତା ସଂଗ୍ରାମୀ ଛକ ନାମକରଣକୁ ସ୍ବାଗତ କଲେ ଓରାଳି ଗ୍ରାମବାସୀ

ହାଟଡ଼ିହି, (ଓ୍ବାଇଏନଏସ) : ପ୍ରଶାସନ ପକ୍ଷରୁ ଓରାଳି ଛକର ନୂତନ ନାମକରଣ ନିଷ୍ପତିକୁ   ଓରାଳି ଗ୍ରାମବାସୀ ଭୂୟସୀ ପ୍ରଶଂସା କରିଛନ୍ତି। ଭଦ୍ରକ ଜିଲ୍ଲାପାଳ ଡ଼.ଦିଲ୍ଲୀପ ରାଉତରାୟ ଓ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ଶାନ୍ତି ଓ ସମନ୍ନୟ କମିଟି ବୈଠକରେ ଉଭୟ ଗ୍ରାମର ଜନପ୍ରତିନିଧ୍ ଓ ଗ୍ରାମବାସୀ ପ୍ରମୁଖ ଯୋଗ ଦେଇଥିଲେ । ସର୍ବସମ୍ମତିକ୍ରମେ ‘ସ୍ବାଧୀନତା ସଂଗ୍ରାମୀ ଛକ’ କରାଯିବାକୁ ଘୋଷଣା କରାଯାଇଥିଲା। ଏହାକୁ ଉପସ୍ଥିତ ସମସ୍ତ ଗ୍ରାମବାସୀ ଖୁସି ମନରେ ଗ୍ରହଣ କରିବା ସଙ୍ଗେ ସଙ୍ଗେ ଭାଇଚାରା ବଜାୟ ରଖିବାକୁ ପ୍ରତିଶ୍ରୁତି ଦେଇଥିଲେ। ଯଥାଶୀଘ୍ର ସେଠାରେ ପୂର୍ବବିଭାଗ ପକ୍ଷରୁ ନୂତନ ନାମ ଫଳକ ଲଗାଯିବା ଏବଂ ଯାତ୍ରୀ ବିଶ୍ରାମାଗାର ଖୋଲାଯିବାକୁ  ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଥିଲା।  ଉଲ୍ଲେଖଯୋଗ୍ୟ, ସ୍ବାଧୀନତା ସଂଗ୍ରାମ ଆନ୍ଦୋଳନରେ ଓରାଳି ଗ୍ରାମର ୧୨ ଜଣ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇ ବିଭିନ୍ନ ଜେଲରେ କାରାଦଣ୍ଡ ଭୋଗିଥିଲେ | ସ୍ବାଧୀନତା ସଂଗ୍ରାମୀ କୀର୍ତ୍ତନ ବିହାରୀ ମହାନ୍ତି, ରାହାସ ବିହାରୀ ମହାନ୍ତି, ହୃଷୀକେଶ ଓଝା, ବଳରାମ ପଟ୍ଟନାୟକ, ଶ୍ରୀରାମ ପଟ୍ଟନାୟକ, ଗୋଲକ ପଟ୍ଟନାୟକଙ୍କ ସମେତ ସେମାନଙ୍କ ଧର୍ମପତ୍ନୀମାନେ ଦେଶପାଇଁ ଲଢ଼େଇ କରି ଜେଲ ଯାଇଥିଲେ । ଏହି ଐତିହାସିକ ଗ୍ରାମର ବସଷ୍ଟାଣ୍ଡକୁ ‘ସ୍ବାଧୀନତା ସଂଗ୍ରାମୀ ଛକ’ ଭାବେ ନାମିତ କରାଯାଇ ଥ‌ିବାରୁ ଉତ୍କଳମଣି ଯୁବକ ସଂଘ, ରାମନବମୀ ପୂଜା କମିଟି, ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ମୁଖ୍ୟମନ୍ତ୍ରୀ, ଭଦ୍ରକ ଓ କେନ୍ଦୁଝର ସାଂସଦ,  ଦୁଇ ବ୍ଲକର ବିଡ଼ିଓଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଗ୍ରାମବାସୀଙ୍କ ତରଫରୁ ସରପଞ୍ଚ ହରିଶ୍ଚନ୍ଦ୍ର ଜେନା, ସମିତିସଭ୍ୟ ଦେବବ୍ରତ ବେହେରା, ତିଳୋତ୍ତମା ନାୟକ, ମମତା ଜେନା, ଅନନ୍ୟା ପଟ୍ଟନାୟକ, ରାଣୀ ପ୍ରିୟଦର୍ଶିନୀ, ଲଲାଟ ମହାନ୍ତି, ଶୀତାଂଶୁ ଦକ୍ଷିଣରାୟ, ଫକୀର ରାଉତ, ଗୌରାଙ୍ଗ ରାଉତ, ଶିବପ୍ରସାଦ ରାଉତ, ଶୁଭମ୍ ରାଉତ, ତୋଫାନ ଭୋଇ, ନକୁଳ ଜେନା, ସୁଧାଂଶୁ ଦକ୍ଷିଣରାୟ, ମାନଗୋବିନ୍ଦ ଜେନା, ରମେଶ ବାରିକ, ପ୍ରତାପ ଜେନା, ପ୍ରଦୀପ ରାଉତ, ତ୍ରିଲୋଚନ ରାଉତ, ବାମନ ଜେନା, ଲାଲା ମହାନ୍ତି, ଅଶୋକ ପଟ୍ଟନାୟକ, ପ୍ରମୋଦ ବେହେରା କେନ୍ଦୁଝର ଓ ଭଦ୍ରକ ଜିଲ୍ଲାପାଳଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ