ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତିପ୍ରସ୍ତର ସ୍ଥାପନ
ନାଉଗାଁ(ଓ୍ବାଇଏନଏସ) :ରାଜ୍ୟ ସରକାରଙ୍କ ଆନୁକୂଲ୍ୟରେ ୨ୟ ପର୍ଯ୍ୟାୟରେ ୨୦୪ଟି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତିପ୍ରସ୍ତର ସ୍ଥାପନ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକର ତିରୁଣାସ୍ଥିତ ଗୋପବନ୍ଧୁ ସ୍ମାରକୀ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବିଧାୟକ ଅମରେନ୍ଦ୍ର ଦାସ ଭିତିପ୍ରସ୍ତର ସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟା ଅମିତା ସ୍ୱାଇଁ,ବ୍ଳକ ଶିକ୍ଷାଧିକାରୀ ଦିଲିପ କୁମାର ବଡପଣ୍ଡା, ତିରୁଣା ପଂଚାୟତ ସମିତି ସଭ୍ୟା ଲକ୍ଷ୍ମୀପ୍ରିୟା ପରିଡା, ପ୍ରାକ୍ତନ ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ପୁହାଣ, ବଂଶୀଧର ଦାସ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶରତ ରାଉତ,ସମାଜସେବୀ ପ୍ରଦିପ୍ତ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ। ପିଲାମାନଙ୍କୁ ଚିରାଚରିତ ଢାଂଚାରେ ଶିକ୍ଷା ପ୍ରଦାନ ନ କରାଯାଇ ବିଭିନ୍ନ କୌଶଳ ପ୍ରଦାନ କରି ଶିକ୍ଷା ପ୍ରଦାନ କରାଯିବା ଉକ୍ତ ବିଦ୍ୟାଳୟ ପ୍ରତିଷ୍ଠା କରିବାର ମୁଖ୍ୟ ଲକ୍ଷ୍ୟ ବୋଲି ବିଧାୟକ ଦାସ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସିଆରସିସି ଅକ୍ଷୟ କୁମାର ରାଉତ ସଂଯୋଜନା କରୁଥିବା ବେଳେ ସମଗ୍ର ଶିକ୍ଷା ଅଭିଯାନର ବୈଷୟିକ ପରାମର୍ଶଦାତା ପୁନମ ବିଶ୍ୱାଳ,ଶିକ୍ଷୟିତ୍ରୀ ସୁପ୍ରଭା ବେହେରା, ସିଆରସିସି ସରୋଜିନ ସାହୁ,ଶିକ୍ଷକ ସୁଧୀର ବିଶ୍ୱାଳ,ବୁଲାକି ସେଠୀ,ବିଭୁତି ବିଶ୍ୱାଳ,ସିଆରସିସି ପିତାମ୍ବର ପରିଡା, ଗଙ୍ଗାଧର ବିଶ୍ୱାଳ,କାଶିନାଥ ବେହେରା, ରଶ୍ମୀରଂଜନ ପୁହାଣ, କ୍ରିଡା ଶିକ୍ଷକ ଫିରୋଜ କୁମାର ଖଣ୍ଡୁଆଳଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ,ସମସ୍ତ ସଦସ୍ୟ,ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀମାନେ ପରିଚାଳନା କରିଥିଲେ।


