ଟ୍ରଷ୍ଟ ପକ୍ଷରୁ ବଳଦେବ ହାଇସ୍କୁଲକୁ ଆକୁଆଗାର୍ଡ ପ୍ରଦାନ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବଳଦେବ ହାଇସ୍କୁଲକୁ ଏକ ଆକୁଆଗାର୍ଡ ପ୍ରଦାନ କରାଯାଇଛି। ବିଦ୍ୟାଳୟ ପକ୍ଷରୁ ଏକ ଆକୁଆଗାର୍ଡର ନିତ୍ୟାନ୍ତ ଆବଶ୍ୟକତା ଥିବା ସମ୍ପର୍କରେ ଟ୍ରଷ୍ଟକୁ ଅବଗତ କରାଯାଇଥିଲା। ଏସମ୍ପର୍କରେ ଜାଣିବା ପରେ ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ସୁଦୂର ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମରିଟସ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସ ଆକୁଆଗାର୍ଡ ଯୋଗାଇଦେବାକୁ ପରାମର୍ଶ ଦେଇଥିଲେ। ଡ. ଦାସଙ୍କ ପରାମର୍ଶ କ୍ରମେ ଟ୍ରଷ୍ଟି ଭୁବନମନୋହନ ଦାସ ଟ୍ରଷ୍ଟ ପକ୍ଷରୁ ଏକ ନୂତନ ଆକୁଆଗାର୍ଡ ବଳଦେବ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ରୁବିନା ପ୍ରଧାନଙ୍କୁ ପ୍ରଦାନ କରିଛନ୍ତି। ପ୍ରଦାନି ସମୟରେ ତପନ କୁମାର ଦାସ ଓ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ନୃସିଂହ ତ୍ରିପଠୀ ଉପସ୍ଥିତ ଥିଲେ। ଏଠାରେ ସୂଚନା ଯୋଗ୍ୟ ଯେ ଟ୍ରଷ୍ଟ ପକ୍ଷରୁ ବନ୍ୟା, ବାତ୍ୟା, ଅଗ୍ନିକାଣ୍ଡ ଭଳି ପ୍ରାକୃରତିକ ବିପର୍ଯ୍ୟୟ ସମୟରେ ସହାୟତା, ଚିକିତ୍ସା ସହାୟତା ଓ ଗରୀବ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ନିମନ୍ତେ ମେଧାବୃତ୍ତି ପ୍ରଦାନ କରାଯାଇଥାଏ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ