୨୦ ଜଣ ରାଜସ୍ଵ ନିରୀକ୍ଷକଙ୍କ ଅଦଳବଦଳ :ଧାମନଗରରୁ ୪ଜଣ ବଦଳି
ଧାମନଗର (ଓ୍ବାଇଏନଏସ): ଧାମନଗର ତହସିଲ ରେ କାର୍ଯ୍ୟରତ ଚାରି ଜଣ ରାଜସ୍ଵ ନିରୀକ୍ଷକଙ୍କୁ ବଦଳି କରାଯାଇଛି। ସେମାନଙ୍କ ସ୍ଥାନରେ ଅନ୍ୟ ଚାରି ଜଣଙ୍କୁ ମଧ୍ୟ ଧାମନଗର ତହସିଲକୁ ଅଣାଯାଇଅଛି। ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶ କୁ ଭଦ୍ରକ ଜିଲ୍ଲାପାଳ ପାଳନ କରିଥିବା ବେଳେ ଗତ ୧୦ ତାରିଖ ଦିନ ଭଦ୍ରକ ଜିଲ୍ଲାର ୨୦ ଜଣ ରାଜସ୍ଵ ନିରୀକ୍ଷକଙ୍କୁ ବିଭିନ୍ନ ତହସିଲ କାର୍ଯ୍ଯାଳୟ କୁ ବଦଳି କରିଛନ୍ତି। ଧାମନଗର ତହସିଲରେ କାର୍ଯ୍ୟରତ ସୁଶାନ୍ତ କୁମାର ମୁଦୁଲି ଓ ପ୍ରକାଶ କୁମାର ମଲ୍ଲିକଙ୍କୁ ଚାନ୍ଦବାଲି ତହସିଲକୁ ବଦଳି କରାଯାଇଥିବା ବେଳେ ସସ୍ମିତା ମହାପାତ୍ରଙ୍କୁ ବନ୍ତ ଏବଂ ଚୁଲବୁଲ ସିଂହଙ୍କୁ ଭଣ୍ଡାରିପୋଖରୀ ତହସିଲ କୁ ବଦଳି କରାଯାଇଛି।ସେହିପରି ଅଙ୍କିତା ସୋରେନ ଭଦ୍ରକ ତହସିଲରୁ ଧାମନଗର ତହସିଲ କାର୍ଯ୍ଯାଳୟକୁ ବଦଳି କରାଯାଇଥିବା ବେଳେ କୃଷ୍ଣଚନ୍ଦ୍ର ଦାସ ଓ କାଣ୍ଡା ମାରାଣ୍ଡି ବାସୁଦେବପୁର ରୁ ଧାମନଗର ଏବଂ ନୀଳମାଧବ ବାରିକ ଚାନ୍ଦବାଲି ରୁ ଧାମନଗର ତହସିଲକୁ ବଦଳି ହୋଇ ଆସିଛନ୍ତିI ସରକାରୀ କାର୍ଯ୍ୟାଳୟର ସୁପରିଚାଳନା ନିମନ୍ତେ ଏହି ବଦଳି କରାଯାଇଥିବା ବେଳେ ଆସନ୍ତା ଏକ ସପ୍ତାହ ମଧ୍ୟରେ ଦାୟିତ୍ଵ ହସ୍ତାନ୍ତର ଓ କାର୍ଯ୍ୟରେ ଯୋଗଦାନ କରିବା ପାଇଁ ନିର୍ଦ୍ଦେଶ ନାମରେ ଉଲ୍ଲେଖ କରାଯାଇଛି।


