ଗୁଣି ଗାରେଡିରେ ସମ୍ପୃକ୍ତ ଥିବା ସନ୍ଦେହ କରି ମାଆକୁ ହତ୍ୟା କଲା ପୁଅ

ବନ୍ତ,(ଚାନ୍ଦିନୀ ମହାନ୍ତି) : ରବିବାର ଭଦ୍ରକ ଜିଲା ବନ୍ତ ଥାନା ଅଧିନ ଜିରିଣା ଗ୍ରାମରେ ଗୁଣି ଗାରେଡିରେ ମାଆ ସମ୍ପୃକ୍ତ ଥିବା ସନ୍ଦେହ କରି ମାଆକୁ କୁରାଢି ଓ ପନିକିରେ ପୁଅ ହତ୍ୟା କରିଥିବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ମୃତକ ଜଣକ ଗଦାଧର ସାହୁଙ୍କ ପତ୍ନୀ ପୁଷ୍ପାରାଣୀ ସାହୁ(୫୫) ହୋଇଥିବା ବେଳେ ହତ୍ୟାକାରୀ ପୁଅ ପ୍ରୀତମ କୁମାର ସାହୁ(୨୬) ବୋଲି ପୋଲିସ ସୂତ୍ରରୁ ଜଣାଯାଇଛି । ପୋଲିସ ସୂଚନା ଅନୁଯାୟୀ, ପୂର୍ବାହ୍ନ ପ୍ରାୟ ୧୧ଟା ୧୫ମି ବେଳେ ପ୍ରୀତମ ତାଙ୍କ ମାଆକୁ ପୂର୍ବ ଶତୃତା ଯୋଗୁଁ କୁରାଢି ଓ ପନିକିରେ ଆକ୍ରମଣ କରିଥିଲେ । କାରଣ ତାଙ୍କ ମାଆ ଗୁଣି ଗାରେଡିରେ ସମ୍ପୃକ୍ତ ଥିବା ସନ୍ଦେହ କରିଥିଲେ । ଆକ୍ରମଣ ଫଳରେ ପୁଷ୍ପାରାଣୀଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ôଚ ମୃତ ଶରୀରକୁ ଜବତ କରିବା ସହ ସାକ୍ଷୀ ମାନଙ୍କ ଠାରୁ ବୟାନ ରେକର୍ଡ କରି ହତ୍ୟାରେ ବ୍ୟବହୃତ କୁରାଢି ଓ ପନିକିକୁ ଜବତ କରିଥିଲା । ସେହିପରି ଘଟଣା ସ୍ଥଳରେ ସାଇଟିଫିକ୍ ଟିମ୍ ପହଞ୍ôଚ ଅଧିକ ତଦନ୍ତ କରିଥିଲା । ଏହି ଘଟଣାରେ ଗଦାଧର ସାହୁଙ୍କ ଅଭିଯୋଗ କ୍ରମେ ପୋଲିସ ୧୯୨/୨୬ ମୂଳେ ମାମଲା ରୁଜ୍ଜୁ କରି ପ୍ରୀତମକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏଥିସହ ପୋଲିସ ଜବତ କରିଥିବା ଶବକୁ ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ