ଭୋଟର ପରିଗଣନାରେ ସଫଳତା: ସୁପରଭାଇଜରଙ୍କ ସମେତ ୯ ବିଏଲ୍‍ଓ ସମ୍ବର୍ଦ୍ଧିତ

ଆସିକା  (ୱାଇଏନ୍‍ଏସ୍‍): ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ ଅନୁଯାୟୀ ୧୨୮ ଆସିକା ବିିଧାନସଭା ନିର୍ବାଚନ ମଣ୍ଡଳୀରେ ଚାଲିଥିବା ଭୋଟର ପରିଗଣନା ଫର୍ମ (ଏନୁମେରେଟର୍‍ ଫର୍ମ) ଇ-ପରିପୂରଣ (ଡିଜିଟାଇଜେସନ୍‍) କାର୍ଯ୍ୟକ୍ରମରେ ଶତ ପ୍ରତିଶତ ସଫଳତା ହାସଲ କରିଥିବାରୁ ପ୍ରଶାସନ ପକ୍ଷରୁ ବିଏଲ୍‍ଓ ସୁପରଭାଇଜର୍‍ ଶିବଶଙ୍କର ଜେନାଙ୍କ ସମେତ ବୁଥ୍‍ସ୍ତରୀୟ ଅଧିକାରୀ ଗୀତାଞ୍ଜଳୀ ପଣ୍ଡା, ମିନତୀ କୁମାରୀ ବରାଡ, ମିତାଞ୍ଜଳୀ ସାହୁ, ମିନତୀ ଗୌଡ, ସଙ୍ଗିତା ସରିତା ସେଠୀ, ସ୍ୱର୍ଣ୍ଣଲତା ଗୌଡ, ମଞ୍ଜୁଳା କୁମାରୀ ମିଶ୍ର, ବିନତା ପାତ୍ର, ଲଳିତା କୁମାରୀ ପଣ୍ଡାଙ୍କୁ ପ୍ରଶଂସା ପତ୍ର, ଉତ୍ତରୀୟ, ଉପହାର ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିବା ଜଣାପଡିଛି । ଆସିକା ପଞ୍ଚାୟତ ସମିତିର ସମ୍ମିଳନୀ କକ୍ଷରେ ଏହି ଅବସରରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୧୨୮ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟର ପଞ୍ଜିକରଣ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଟୁଲିଆମ୍ମା ପ୍ରଧାନ, ଅତିରିକ୍ତ ନିର୍ବାଚନ ପଞ୍ଜିକରଣ ଅଧିକାରୀ ତଥା ଆସିକା ବିଡିଓ ରାଜେନ୍ଦ୍ର ପ୍ରସାଦ ନାୟକ, ଅତିରିକ୍ତ ନିର୍ବାଚନ ପଞ୍ଜିକରଣ ଅଧିକାରୀ ତଥା ଆସିକା ଏବିଡିଓ ସୁଶାନ୍ତ କୁମାର ବେହେରା, ଅତିରିକ୍ତ ନିର୍ବାଚନ ପଞ୍ଜିକରଣ ଅଧିକାରୀ ତଥା ଆସିକା ତହସିଲର ଅତିରିକ୍ତ ତହସିଲଦାର ଅମରେଶ୍‍ ସାବତ, ବିଏଲ୍‍ଓ ସୁପରଭାଇଜର୍‍ ରାମନାଥ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଭୋଟର ପରିଗଣନା ଫର୍ମ ଇ-ପରିପୂରଣରେ ସମ୍ବର୍ଦ୍ଧିତ ହୋଇଥିବା ବିଏଲ୍‍ଓ ସୁପରଭାଇଜର୍‍ ଶିବଶଙ୍କର ଜେନାଙ୍କ ସମେତ ଅନ୍ୟ ୯ ଜଣ ବୁଥ୍‍ସ୍ତରୀୟ ଅଧିକାରୀଙ୍କ ନିଷ୍ଠା, କର୍ତ୍ତବ୍ୟପରାୟଣତା ଓ ପରିଶ୍ରମକୁ ପ୍ରଶଂସା କରିବା ସାଙ୍ଗକୁ ନିର୍ବାଚନୀ ତଥ୍ୟ ଓ ସମୟ ଉପଯୋଗୀ ଭୋଟର ପରିଗଣନା ଫର୍ମ ଇ-ପରିପୂରଣ (ଡିଜିଟାଇଜେସନ୍‍) ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଆହୁରି ସୁଦୃଢ କରିବ ବୋଲି ପ୍ରକାଶ କରିବା ସହିତ ଅନ୍ୟ ବିଏଲ୍‍ଓ ମାନେ ମଧ୍ୟ ଏହି ଉଦାହରଣକୁ ପ୍ରେରଣା ନେଇ ନିଜ ଦାୟିତ୍ୱ ଓ କର୍ତ୍ତବ୍ୟକୁ ସୁଚାରୂ ରୂପେ ସଫଳତାର ସହ ସଂପାଦନ କରିବାକୁ ପରାମର୍ଶ ଦେଇଥିବା ଦେଖିବାକୁ ମିଳିଥିଲା । ୧୨୮ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନସ୍ଥ ଭୋଟର ପରିଗଣନା ଫର୍ମ ଇ-ପରିପୂରଣରେ ସଫଳତା ହାସଲ କରି ସମ୍ବର୍ଦ୍ଧିତ ହୋଇଥିବା ୯ ବୁଥ୍‍ସ୍ତରୀୟ ଅଧିକାରୀଙ୍କ ମଧ୍ୟରୁ ୫ ଜଣ ବିଏଲ୍‍ଓ ସୁପରଭାଇଜର୍‍ ଶିବଶଙ୍କର ଜେନାଙ୍କ ପ୍ରେରଣା ଓ ମାର୍ଗଦର୍ଶନରେ କାମ କରି ସଫଳତା ପାଇଥିବା ଜଣାପଡିଛି । ୧୨୮ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରାୟ ଭୋଟରଙ୍କ ନିକଟରେ ପରିଗଣନା ଫର୍ମ ପହଞ୍ଚିସାରିଥିବା ବେଳେ ଏବେ ପ୍ରଶାସନ ପକ୍ଷରୁ ଇ-ପରିପୂରଣ (ଡିଜିଟାଇଜେସନ୍‍) ଉପରେ ସର୍ବାଧିକ ଫୋକସ୍‍ କରାଯାଉଥିବା ଜଣାପଡିଛି । ଆସନ୍ତା ୨୮ ତାରିଖ ପୂର୍ବରୁ ପରିଗଣନା ଫର୍ମ ବଣ୍ଟନ ଶେଷ ସାଙ୍ଗକୁ ସଂଗ୍ରହ ଓ ଡିଜିଟାଇଜେସନ୍‍ କାର୍ଯ୍ୟ ସଂପୁର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ