ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ କାର ଚାଳକ ମୃତ

କଟକ,(ଓ୍ବାଇଏନଏସ): କଟକ ତ୍ରିଶୁଳିଆ ବ୍ରିଜରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ଦ୍ରୁତଗାମୀ ହାଇୱା କାରକୁ ଧକ୍କା ଦେବାରୁ ଘଟଣାସ୍ଥଳରେ ହିଁ କାର ଚାଳକଙ୍କ ମୃତ୍ୟୁ ଘଟିବା ସହ ୩ ଜଣ ଆହତ ହୋଇଛନ୍ତି । ଭୋର ସମୟରେ କାଠଯୋଡ଼ି ବ୍ରିଜ୍ ଉପରେ ଘଟିଥିବା ଏହି ଭୟଙ୍କର ସଡ଼କ ଦୁର୍ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ହାଇୱା ଟି କାରକୁ ଜୋରଦାର ଧକ୍କା ଦେଇଥିଲା । ଧକ୍କା ଏତେ ଜୋରଦାର ଥିଲା ଯେ କାରଟି ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଯାଇଥିଲା। ମୃତ ଡ୍ରାଇଭର ଅନୁଗୋଳ ସମଲବ୍ୟାରେଜ ଥାନା ଚନ୍ଦ୍ରବେଳି ଗାଁର ଅଜିତ ସାହୁ । ସୂଚନା ଅନୁଯାୟୀ, ମଙ୍ଗଳବାର ଭୋର ପ୍ରାୟ ୩ ଟାରେ ଏହି ଦୁର୍ଘଟଣା କଟକ-ତ୍ରିଶୁଳିଆ ବ୍ରିଜରେ ମଝିରେ ଘଟିଛି। ଚନ୍ଦ୍ରବେଳି ଗାଁର ଦାଦା, ଖୁଡି ଓ ପୁତୁରା ଏକ କାରରେ ଭୁବନେଶ୍ୱରର ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ସୋମବାର ରାତିରେ ବାହାରିଥିଲେ। ହେଲେ ତ୍ରିଶୁଳିଆ ବ୍ରିଜରେ ବିପରୀତ ଦିଗରୁ ଆସୁଥିବା ହାଇୱା ସହିତ ଦୁର୍ଘଟଣା ଘଟିଥିଲା। ଫଳରେ କାର ଚାଳକ କାର ରେ ଚାପିହୋଇ ରହି ଯାଇଥିଲେ। ଯାହାକୁ ନେଇ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।ହାଇୱା ଚାଳକ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ । ବାରଙ୍ଗ ଥାନା ଅଧିକାରି ପହଞ୍ଚି ବ୍ରିଜ ଉପରୁ ଦୁଇ ଗାଡ଼ିକୁ ହଟାଇ ତଦନ୍ତ ଆରମ୍ଭ କରିଛନ୍ତି। ଏହାପରେ ଆମ୍ବୁଲାନ୍ସ ଯୋଗେ ୩ ଜଣ ଆହତଙ୍କ ସମେତ ମୃତ ଚାଳକଙ୍କୁ କଟକ ଏସସିବି ମେଡିକାଲ ପଠାଇଥିଲେ। ଦୁର୍ଘଟଣାର ପ୍ରକୃତ କାରଣ କ’ଣ ଏବଂ କେଉଁ ପରିସ୍ଥିତିରେ ଏହି ଅଘଟଣ ଘଟିଲା, ସେନେଇ ପୁଲିସ ସମସ୍ତ ଦିଗରୁ ତଦନ୍ତ ଚଳାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ