ସଭାପତିଙ୍କୁ ସମ୍ବର୍ଦ୍ଧନା
ମୁନିଗୁଡ଼ା, (ନନ୍ଦ କିଶୋର ପଟ୍ଟନାୟକ): ଦୀର୍ଘ ୪୫ ଦିନର ମକା ମଦିନା ଗ୍ରସ୍ତରେ ଯାଇଥିବା ବେଳେ ନିଜ ଗ୍ରାମ ମୁନିଗୁଡାକୁ ଫେରିବା ଅବସରରେ ମୁନିଗୁଡା ମୁସଲିମ ସମାଜର ସଭାପତି ଏମଡି.ଆୟୁବୁ ଓ ତାଙ୍କ ଧର୍ମପତ୍ନୀ ଯୁବେଦା ବେଗମଙ୍କୁ ମୁନିଗୁଡା ରେଳଷ୍ଟେସନରେ ମୁନିଗୁଡାର ମୁସଲିମ ସମାଜର ସଦସ୍ୟ ମାନଙ୍କ ସମେତ ବିଭିନ୍ନ ସଂଗଠନ ତରଫରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରରେ ମୁସଲିମ ସମାଜର ଶେଖ ହବିବ,ଏମଡି.ଆରିଫ, କରାମତ ହୁସେନ,ଶେଖ ସତ୍ତାର, ଏମଡି.ଗଫାର,ଏମଡି. ୟାସିନଙ୍କ ସମେତ ବହୁ ସଂଖ୍ୟାରେ ମୁସଲିମ ସମ୍ପ୍ରଦାୟର ଯୁବକ,ଯୁବତୀ,ମହିଳା ମାନେ ମଧ୍ୟ ଉପସ୍ଥିତ ରହି ସ୍ୱାଗତ କରିଥିଲେ। ସେହିପରି ମୁନିଗୁଡା ବଣିକ ସଂଘର ପି. ବାଲାଜୀ ପାତ୍ର, ରୋଟାରୀ କ୍ଳବର ସଭାପତି ନରେଶ ପାତ୍ର, ସୁଦାମ ପଣ୍ଡା,ପ୍ରେସ କ୍ଳବର ସଭାପତି ରାଜିବ ଲୋଚନ ଦାସ,ସିମାଞ୍ଚଳ ପଣ୍ଡା ପ୍ରମୁଖଙ୍କ ସମେତ ବିଭିନ୍ନ ସଂଗଠନ ପକ୍ଷରୁ ଭବ୍ୟ ସ୍ବାଗତ କରାଯିବା ସହ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରାଯାଇଛି। ପରେ ତାଙ୍କୁ ଏକ ବିରାଟ ପଟୁଆରରେ ଷ୍ଟେସନରୁ ତାଙ୍କ ବାସଭବନ ପର୍ଯ୍ୟନ୍ତ ପାଛୋଟି ଅଣାଯାଇଥିଲା।


