୧୯ ଦିନରେ ପହଞ୍ଚିଲା ବକ୍ସାଇଟ ଡମ୍ପିଙ୍ଗ ନିଷ୍ପତି ବିରୋଧ
ମୁନିଗୁଡ଼ା, (ନନ୍ଦ କିଶୋର ପଟ୍ଟନାୟକ):ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ତଥା ଅମ୍ବାଦଳା ଥାନା ଅନ୍ତର୍ଗତ ଦହିଖାଲ ନିକଟରେ ବହୁ ରାଷ୍ଟ୍ରୀୟ ବେଦାନ୍ତ ଆଲୁମିନା କମ୍ପାନୀ ପକ୍ଷରୁ ଅତି ନିକଟ ଭବିଷ୍ୟତରେ ଦହିଖାଲ ଗ୍ରାମ ନିକଟରେ ବକ୍ସାଇଟ ଡମ୍ପିଙ୍ଗ କରିବାକୁ ନିଷ୍ପତି ନେବା ସହ ଏହାର କାର୍ଯ୍ୟ ଆରମ୍ଭ କରିବାକୁ ମଧ୍ୟ ନିଷ୍ପଭି ନିଆଯାଇଥିବା ଜଣାପଡିଛି। ଯାହାକୁ ନେଇ ଏବେ ଦହିଖାଲ ଓ ଏହାର ଆଖପାଖ ଅଞ୍ଚଳର ସର୍ବସାଧାରଣ ଗ୍ରାମବାସୀ ବର୍ତ୍ତମାନ ଏହାକୁ ନେଇ ଚିନ୍ତା ପ୍ରକଟ କରିବା ସହ ଗତ ୫ ତାରିଖରୁ ହାଟଦହିଖାଲର ହାଟପଦା ଠାରେ ଦୀର୍ଘ ୧୯ ଦିନ ଧରି ଶାନ୍ତିପୂର୍ଣ ରିଲେ ଧାରଣାରେ ବସି ରହିଥିବା ବେଳେ କଂଗ୍ରେସ ଦଳ ଏହାକୁ ନୈତିକ ସମର୍ଥନ ଜଣାଇବାଥିବା ବେଳେ ମଙ୍ଗଳବାର ବିଷମକଟକ ନିର୍ବାଚନ ମଣ୍ଡଳୀ ବିଧାୟକ ନୀଳମାଧବ ହିକକା ଆନ୍ଦୋଳନ ସ୍ଥଳରେ ପହଞ୍ଚି ଆନ୍ଦାଳନକାରୀ ମାନଙ୍କ ସହ ବିସ୍ତୃତ ଆଲୋଚନା କରିବା ପରେ ନ୍ୟାର୍ଯ୍ୟ ଦାବି ବିଷୟରେ ବିଧାନସଭାରେ ସ୍ଵର ଉଠାଇବେ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି। ଏହି ଅବସରରେ ଅଞ୍ଚଳବାସୀ, ଆନ୍ଦାଳନକାରୀ ମାନେ ସ୍ଥାନୀୟ ଜନସାଧାରଣଙ୍କ ଜୀବନ,ସ୍ବାସ୍ଥ୍ୟ,ପରିବେଶ ଏବଂ ଜୀବିକା ଉପରେ ଗୁରୁତର କୁପ୍ରଭାବ ପକାଇବା ସହିତ ଅତ୍ୟନ୍ତ କ୍ଷତିକାରକ ଓ ଅମାନବିକ ଅଟେ । ବକ୍ସାଇଟ ଡମ୍ପିଙ୍ଗ କାର୍ଯ୍ୟ ଦ୍ବାରା ଭାରୀ ଯାନବାହନର ଚଳାଚଳ ବୃଦ୍ଧି ପାଇବ, ଧୂଳିକଣା ଓ ବାୟୁ ପ୍ରଦୂଷଣ ସୃଷ୍ଟି ହେବ, ଯାହା ଫଳରେ ଲୋକ ମାନେ ବିଭିନ୍ନ ପ୍ରକାର ଶ୍ବାସଜନିତ ଏବଂ ଚର୍ମ ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି। ଏହା ସହିତ ପରିବେଶ ଓ ସାଧାରଣ ଜନଜୀବନ ମଧ୍ୟ ଗୁରୁତର ଭାବରେ ପ୍ରଭାବିତ ହେବ। ଜନସ୍ବାର୍ଥ, ପରିବେଶ ସୁରକ୍ଷା ଓ ସାଧାରଣ ଲୋକଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଉକ୍ତ ବକ୍ସାଇଟ ଡମ୍ପିଙ୍ଗ କାର୍ଯ୍ୟକୁ ତୁରନ୍ତ ବନ୍ଦ କରିବା ପାଇଁ ପ୍ରଶାସନ ହସ୍ତକ୍ଷେପ ଓ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁ ବୋଲି ବିଧାୟକ ଶ୍ରୀ ହିକକାଙ୍କୁ ଅନୁରୋଧ କରିଥିଲେ। ଆନ୍ଦୋଳନକାରୀ ମାନେ ଗତ ୧୬ ତାରିଖ ଦିନ ମୁନିଗୁଡ଼ା ବ୍ଲକ କାର୍ଯ୍ୟାଳୟ ପରିସରରେ ରାୟଗଡ଼ା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଏହି ସମସ୍ୟା ତଥା ଦାବିକୁ ନେଇ ଅଭିଯୋଗ କରିଥିଲେ ସୁଦ୍ଧା ବର୍ତମାନ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନାହିଁ ବୋଲି ବିଧାୟକଙ୍କୁ ଜଣାଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ କଂଗ୍ରେସ ସାଧାରଣ ସମ୍ପାଦକ ଦୁର୍ଗାପ୍ରସାଦ ପଣ୍ଡା,ଜିଲ୍ଲା କଂଗ୍ରେସ ଉପ ସଭାପତି ଶଙ୍କର୍ଷଣ ମଙ୍ଗରାଜ,ବ୍ଲକ କଂଗ୍ରେସ ସଭାପତି ନୀଳାମ୍ବର ବିଭାର,ବ୍ଲକ ସାଂସଦ ପ୍ରତିନିଧି ମାନସ ବେହେରା, ନିର୍ବାଚନ ମଣ୍ଡଳ ଯୁବ କଂଗ୍ରେସ ସଭାପତି ବାଦଲ ବେହେରା ପ୍ରମୁଖଙ୍କ ସମେତ ବହୁ କର୍ମୀ ଆନ୍ଦୋଳନ ସ୍ଥଳରେ ପହଞ୍ଚି ଧାରଣାରତ ଆନ୍ଦୋଳନ କାରୀଙ୍କ ଆପତ୍ତି ଶୁଣିଥିଲେ। ମାନନୀୟ ବିଧାୟକ ଶ୍ରୀ ହିକକା ସେମାନଙ୍କ ନ୍ୟାର୍ଯ୍ୟ ଦାବି ବିଷୟରେ ବିଧାନ ସଭାରେ ସ୍ଵର ଉଠାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସମସ୍ୟାର ଚୂଡ଼ାନ୍ତ ସମାଧାନ ନହେବା ପର୍ଯ୍ୟନ୍ତ ଆମେ ଧାରଣା ସମୟରେ ଆଇନ ଶୃଙ୍ଖଳା ଏବଂ ଶାନ୍ତି ବଜାୟ ରଖାଯିବ ଏବଂ ଶାନ୍ତିପୂର୍ଣ୍ଣ ରିଲେ ଧାରଣାରେ ବସି ରହିବୁ ବୋଲି ରାଧାମାହୋନ ଟାକ୍ରି, ଦଶରଥ ସୁନାନି,ଭୀମରାଜ ସିକାକା, ଆବ୍ରାହାମ ଗଣ୍ଟା,ସୁବାଷ ପୋତାଲି, ଗୋପାଳକୃଷ୍ଣ ମାଝି,ଚକ୍ରପାନି କୌଶଲ୍ୟା, ଅଜିତ ବାଥିଲିଆ,ଲବ ସିକକା,ରାମ ସିକକା,କର୍ଲୁ ଆସାରୀ,କୈଳାଶ ଟାକ୍ରୀ ପ୍ରମୁଖଙ୍କ ସମେତ ଅନେକ ଆନ୍ଦାଳନକାରୀ ମାନେ ପ୍ରକାଶ କରିଛନ୍ତି।


