ଅଗ୍ନିଶମ ସେବା କେନ୍ଦ୍ର ଅଧିକାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଆସିକା  (ୱାଇଏନ୍‍ଏସ୍‍) : ଅଗ୍ନିଶମ ବିଭାଗର ଦକ୍ଷ, ସଚ୍ଚୋଟ ଓ କର୍ତ୍ତବ୍ୟନିଷ୍ଟ ଅଫିସର ରୂପେ ଆସିକା ଅଞ୍ଚଳରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ଅନନ୍ୟ ଉଦାହରଣ ସୃଷ୍ଟି କରିଥିବା ଅଗ୍ନିଶମ ସେବା କେନ୍ଦ୍ରର ଅଧିକାରୀ କୈଳାଶ ଚନ୍ଦ୍ର ସାହୁଙ୍କୁ ହିଞ୍ଜିଳାକାଟୁକୁ ବଦଳି ହୋଇଯାଇଥିବା ଜଣାପଡିଛି । ଆସିକା ଅଗ୍ନିଶମ ସେବା କେନ୍ଦ୍ର କାର୍ଯ୍ୟାଳୟରେ ଗତ ୨୦୨୨ ମସିହା ଜୁନ୍‍ ମାସରୁ କେନ୍ଦ୍ର ଅଧିକାରୀ ରୂପେ ସଚ୍ଚୋଟତାର ସହ ଦାୟିତ୍ୱ ନିର୍ବାହ କରିଥିବା କୈଳାଶ ଚନ୍ଦ୍ର ସାହୁଙ୍କୁ ଏକ ଭାବବିହ୍ୱଳ ପରିବେଶ ମଧ୍ୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଆସିକା ଅଗ୍ନିଶମ ସେବା କେନ୍ଦ୍ରର ଭାରପ୍ରାପ୍ତ କେନ୍ଦ୍ର ଅଧିକାରୀ ଅଶୋକ କୁମାର ବାରିକ ଏହି ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ଯୋଗଦେଇ ବିଦାୟୀ କେନ୍ଦ୍ର ଅଧିକାରୀ କୈଳାଶ ଚନ୍ଦ୍ର ସାହୁଙ୍କ କର୍ତ୍ତବ୍ୟପରାୟଣତା, ସମୟାନୁବର୍ତ୍ତିତା, ଶାସନଗତ କ୍ଷମତା, ଦୈନନ୍ଦିନ କାର୍ଯ୍ୟ ସୁପରିଚାଳନା ସମେତ ବହୁମୁଖୀ କାର୍ଯ୍ୟଦକ୍ଷତା ଶୈଳୀ ଉପରେ ସ୍ମୃତିଚାରଣ କରିଥିବା ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମରେ ବିଦାୟୀ କେନ୍ଦ୍ର ଅଧିକାରୀ କୈଳାଶ ଚନ୍ଦ୍ର ସାହୁ ଅତ୍ୟନ୍ତ ଭାବବିହ୍ୱଳ ହୋଇ କହିଲେ ଯେ କାର୍ଯ୍ୟରତ କର୍ମଚାରୀମାନଙ୍କ ସହଯୋଗ ସବୁଦିନ ପାଇଁ ଚିର ସ୍ମରଣୀୟ ହୋଇ ରହିବ । ଆସିକା ଅଗ୍ନିଶମ ସେବା କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଥିବା ଏହି ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ଅନ୍ୟମାନଙ୍କ ମଧ୍ୟରେ ଭାରପ୍ରାପ୍ତ ଅଗ୍ନିଶମ ସେବା କେନ୍ଦ୍ର ଅଧିକାରୀ ଅଶୋକ କୁମାର ବାରିକ, ମୁଖ୍ୟ ଅଗ୍ନିଯୋଦ୍ଧା ଦ୍ୱାରିକାନାଥ ମେକାପ୍‍, ଗାଡିଚାଳକ ସନ୍ତୋଷ ନାୟକ, ଅଗ୍ନିଯୋଦ୍ଧା ପ୍ରକାଶ କହଁର, ସୁଶାନ୍ତ ବେହେରା, ବାବୁଲା ଗୌଡ, ଶୁଭଜିତ୍‍ ସାହୁ, ବିଟୁ ରାଉତ, ଅଜୟ କୁମାର ରାଉତ ପ୍ରମୁଖ ଯୋଗଦେଇ ପ୍ରାକ୍ତନ କେନ୍ଦ୍ର ଅଧିକାରୀ କୈଳାଶ ଚନ୍ଦ୍ର ସାହୁଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରିଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ