ଓୟୂଜେ ପକ୍ଷରୁ ଦହି ସରବତ ବଣ୍ଟନ
ବାଲେଶ୍ବର(ସରୋଜ ପଣ୍ଡା): ଜଳବାୟୁ ପରିବର୍ତ୍ତନ ଜନିତ ପରିସ୍ଥିତି ଯୋଗୁଁ ଗ୍ରୀଷ୍ମ ପ୍ରବାହ ସବୁ ସମୟରେ ଲାଗି ରହିଥିବାରୁ ଏ ଦିଗରେ ଜନସାଧାରଣ ସଚେତନ ହୋଇ ନିଜେ ନିଜକୁ ସୁସ୍ଥ ରଖିବା ପାଇଁ ବାର ଆସୋସିଏସନ୍ ସଭାପତି ମନୋଜ କୁମାର ନାୟକ ପରାମର୍ଶ ଦେଇଛନ୍ତି।ଆଜି ଓଡିଶା ସାମ୍ୱାଦିକ ୟୁନିଅନ ବାଲେଶ୍ବର ଜିଲ୍ଲା ଶାଖା ପକ୍ଷରୁ ଆୟୋଜିତ ଏକ ଜଳଛତ୍ର ଓ ଦହି ସରବତ ବଣ୍ଟନ କାର୍ଯ୍ୟକ୍ରମ କୁ ଉଦଘାଟନ କରି ଶ୍ରୀ ନାୟକ କହିଲେ ଯେ, ଜନସାଧାରଣ ଙ୍କୁ ସଚେତନ କରିବା, ବିଭିନ୍ନ କ୍ଷେତ୍ରରେ ସମ୍ମୁଖୀନ ହେଉଥିବା ସମସ୍ୟା କୁ ପ୍ରଶାସନ ର ଦୃଷ୍ଟିକୁ ଆଣିବା ସାମ୍ୱାଦିକ ଙ୍କ ଦାୟିତ୍ଵ ଓ କର୍ତ୍ତବ୍ୟ। ଏହା ସହିତ ସମାଜ ସେବା କରିବା ସାମ୍ୱାଦିକ ଙ୍କ ଆଉ ଏକ ଦାୟିତ୍ଵ ବୋଲି ସେ କହିଥିଲେ।ସେ କହିଲେ ଯେ, ଜଳଛତ୍ର , ସ୍ୱଚ୍ଛ ଭାରତକାର୍ଯ୍ୟକ୍ରମ, ରକ୍ତଦାନ ଶିବିର, ବୃକ୍ଷ ରୋପଣ ଆଦି ଅନେକ କାର୍ଯ୍ୟକ୍ରମ ଓଡ଼ିଶା ସାମ୍ୱାଦିକ ୟୁନିଅନ କରୁଥିବା ବାସ୍ତବିକ ସ୍ଵାଗତ ଯୋଗ୍ୟ ପଦକ୍ଷେପ। ସମ୍ବାଦ ଲେଖା ଓ ପରିବେଷଣ ସହଏହି ସେବା ମୂଳକ କାର୍ଯ୍ୟକ୍ରମ ଚାଲୁ ରଖିବାକୁ ସେ ସମସ୍ତ ସଦସ୍ୟ ଙ୍କୁ ପରାମର୍ଶ ଦେଇଥିଲେ। ଜିଲ୍ଲା ଶାଖା ସଭାପତି ଗଙ୍ଗାଧର ରାଉତ ଙ୍କ ଆବାହକତ୍ୱରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ସାଧାରଣ ସଂପାଦକ ବିବେକାନନ୍ଦ ଦାସ, ବରିଷ୍ଟ ସଦସ୍ୟ ରାମନାରାୟଣ ଶତପଥି ,ଅଜିତ କୁମାର ମହାନ୍ତି, ପ୍ରସନ୍ନଜିତ ଆଶ,ଅଧିପ୍ କୁମାର ଜେନା, ଆଶୁତୋଷ ମଲ୍ଲିକ,ଲୋକନାଥ ପିରି, ଅମ୍ରିତା ପିରୀ,ହାଇଦର ଖାନ, ଅଜୀମ ବାଲେଶ୍ଵରୀ, ସୋମନାଥ ସାହୁ, କହ୍ନେଇ ଚରଣ ପ୍ରଧାନ ଆଇନଜୀବୀ, ଅଜୟ କୁମାର ପାତ୍ର ସମାଜ ସେବୀ ଅରୁଣ ଚାଟାର୍ଜୀ ,ଭବାନୀ ଶଙ୍କର ପାଣିଗ୍ରାହୀ ,ଗୋପବନ୍ଧୁ ଗିରି , ହରେକୃଷ୍ଣ ପାତ୍ର, ମୀନାନ୍ଦ୍ର ଦାସ, ସିପୁନ କୁମାର ମହାନ୍ତି ଆଲୋକ କୁମାର ମଲ୍ଲିକ, ବାପୁନ କୁମାର ସାହୁ ,ଅଭିରାମ ବାରିକ ପ୍ରମୁଖ ଙ୍କ ସମେତ ବହୁ ଆଇନଜୀବୀ,ସ୍ଥାନୀୟ ବ୍ୟବସାୟୀ, ଅଟୋ ଚାଳକ ମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।।


