ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ନୂତନ କୋଠାବିଧାୟକଙ୍କ ଦ୍ୱାରା ଉଦଘାଟିତ

ଛତ୍ରପୁର (ଓ୍ବାଇଏନଏସ):  ବହୁ ଦିନ ର ପ୍ରତୀକ୍ଷା ପରେ ଆଜି ଅନ୍ତ ଘଟିଛି l  ଛତ୍ରପୁର ବ୍ଲକ ଅନ୍ତର୍ଗତ ସୁନ୍ଦରପୁର ଠାରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ର ନିଜସ୍ୱ ନୂତନ କୋଠା ଉଦଘାଟିତ ହୋଇଯାଇଛି l  ଏହାର ଦ୍ୱାରା ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ହେବା ସହିତ ପାଖାପାଖି ୧୪ ହଜାର ରୁ ଅଧିକ ଲୋକ ଏହାର ସୁବିଧା ପାଇବେ l  ଏହାକୁ  ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ  ଶୁଭ ଉଦଘାଟନ କରିଛନ୍ତି l ୨୧ ନଂ ଜିଲ୍ଲା ପରିଷଦ ସଭ୍ୟା ରଶ୍ମିତା ନାହାକ, ସମିତି ସଭ୍ୟା ସୁଜ୍ଞାନୀ ସେଠି, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା ବ୍ଲକ ଅଧ୍ୟକ୍ଷା ଙ୍କ ପ୍ରତିନିଧି ମୁନା ଦାସ, ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକ୍ଷୀକ ଡାକ୍ତର ସ୍ୱାଧୀନ କୁମାର ରଥ, ବିପିଏମ ଶଶାଙ୍କ ଶେଖର ପଣ୍ଡା, ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ ଓ ଆରୋଗ୍ୟ ମନ୍ଦିର ର ଇନଚାର୍ଜ ଆୟୁଷ ଡାକ୍ତର ମମତା ମିଶ୍ର, ବ୍ରହ୍ମପୁର ରୋଟାରି କ୍ଳବ ର ସଭାପତି ରୋଟାରିୟନ ସାର୍ଥକ, ସମ୍ପାଦକ ରୋଟାରିୟନ ଭବାନୀ ଓ ଚ୍ୟାୟରମ୍ୟାନ ଡ଼ା ସ୍ଵାତି ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଯୋଗଦେଇ ଲୋକଙ୍କୁ ପ୍ରଦାନ କରାଯାଉଥିବା ସ୍ୱାସ୍ଥ୍ୟ ସେବା  କାର୍ଯ୍ୟ କୁ ବୁଲି ଦେଖିଛନ୍ତି l  ଏହି ଅବସର ରେ ଅଧିକ୍ଷିକ ଡାକ୍ତର ସ୍ୱାଧୀନ ରଥ ଙ୍କ ତତ୍ୱବଧାନ ରେ ପ୍ରଧାନମନ୍ତ୍ରୀ ମାତୃତ୍ୱ ସୁରକ୍ଷା ଅଭିଯାନ ଆନୁକୂଲ୍ୟ ରେ ୧୦୧ ଜଣ ଗର୍ଭବତୀ ମହିଳା ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଯାଞ୍ଚ  କରାଯିବା ସହିତ ଅନ୍ୟାନ୍ୟ ରୋଗରେ ପୀଡିତ ୮୫ ଜଣ ରୋଗୀ ଏକ୍ସରା କରାଯାଇଥିଲା  l  ପ୍ରାରମ୍ଭ ରେ ଆରୋଗ୍ୟ ମନ୍ଦିର ପରିସର ରେ ସବୁଜ ସପ୍ତାହ ପାଳନ ଉପଲକ୍ଷେ    ବିଧାୟକ ଶ୍ରୀ ନାୟକ  ଔଷଧୀୟ ଚାରାରୋପଣ କରିଥିଲେ। ଦୀର୍ଘ ଦିନ ଧରି ଏହି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ର କୋଠା ନିର୍ମାଣ ହୋଇ ହସ୍ତାନ୍ତର ହେଉନଥିବା ଖବର ପ୍ରସାରଣ ପରେ ଏହାକୁ ଆଜି ଉଦଘାଟନ କରାଯାଇ ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଯାଇଛି l  ଏହି କାର୍ଯ୍ୟକ୍ରମ ରେ ସୁନ୍ଦରପୂର ସରପଞ୍ଚ ଗଗନ କୁମାର ବେହେରା ଅନୁପସ୍ଥିତ ରହିଥିଲେ l କାହିଁକି ଏତେବଡ଼ କାର୍ଯ୍ୟକ୍ରମ ରେ ଖୋଦ ସରପଞ୍ଚ ଅନୁପସ୍ଥିତ ରହିବା ତାହା ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ