୫୩ନମ୍ବର ଜାତୀୟ ରାଜପଥ କାମ ନିମ୍ନମାନର: କତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କଲା ଯୁବ ସ୍ୱାଭିମାନ ମଞ୍ଚ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଚଣ୍ଡିଖୋଲରୁ ପାରାଦ୍ୱୀପ ପର୍ଯ୍ୟନ୍ତ ନିର୍ମାଣ ଚାଲିଥିବା ୫୩ ନଂ. ଜାତୀୟ ରାଜପଥ କାମ ନିମ୍ନମାନର ହେଉଥିବା ନେଇ କେନ୍ଦ୍ରାପଡ଼ାର ସାମାଜିକ ଅନୁଷ୍ଠାନ ଯୁବ ସ୍ୱାଭିମାନ ମଞ୍ଚ ପକ୍ଷରୁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ହୋଇଛି। ଅନୁଷ୍ଠାନ ପକ୍ଷରୁ ଅଭିଯୋଗରେ ଦର୍ଶାଯାଇଛି ଯେ ରାଜପଥ ନିର୍ମାଣ କରିବା ପାଇଁ ଯେଉଁ ଠିକା ସଂସ୍ଥା ଦାୟିତ୍ୱ ନେଇଛି ସେ ନିମ୍ନମାନର କାର୍ଯ୍ୟ କରୁଛି। ଯାହା ଫଳରେ ରାସ୍ତାରେ ଫାଟ ସୃଷ୍ଟି ହେଲାଣି। ଏହାଦ୍ୱାରା ଜନସାଧାରଣଙ୍କ ଠାରୁ ଟିକସ ଆକାରରେ ଆଦାୟ ହେଉଥିବା ଅର୍ଥ ଅପଚୟ ହେଉଛି। ତେଣୁ ଏହାର ସ୍ୱାଧୀନ ଭାବେ ତଦନ୍ତ କରିବା ପାଇଁ ସ୍ୱାଭିମାନ ମଞ୍ଚର ସଭାପତି ଇଂ ସ୍ମୃତି ରଞ୍ଜନ ଜେନା ଦାବି କରିଛନ୍ତି। ସୂଚନା ଥାଉକି ଚଣ୍ଡିଖୋଲରୁ ପାରାଦ୍ୱୀପ ମଧ୍ୟରେ ୮ ଥାକିଆ ରାସ୍ତା ନିର୍ମାଣ ପାଇଁ ୩୬୦୦ କୋଟି ଟଙ୍କା ଅଟକଳ କରାଯାଇଛି। ହେଲେ ଯେଉଁ ଠିକାସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି ସେ ମନ ଇଚ୍ଛା କାର୍ଯ୍ୟ କରୁଛି। ଫଳରେ ଗତ କିଛି ମାସ ତଳେ ଶ୍ୟାମସୁନ୍ଦରପୁର ଠାରେ ରାସ୍ତାର ଏକ ବିରାଟ ଅଂଶ ଧସି ଯାଇଥିଲା। ତେଣୁ ସଂପୃକ୍ତ ଠିକାସଂସ୍ଥାକୁ ତାଗିଦ କରି ସଠିକ ମାନର କାର୍ଯ୍ୟ କରିବା ପାଇଁ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଓ ଜାତୀୟ ରାଜପଥ ସଚିବଙ୍କ ନିକଟରେ ଅନୁଷ୍ଠାନର ସଭାପତି ଶ୍ରୀ ଜେନା ଅଭିଯୋଗ କରିଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ ଏହି ନିର୍ମାଣାଧିନ ଜାତୀୟ ରାଜପଥ ରାସ୍ତାର ବିଭିନ୍ନ ସ୍ଥାନରେ ନମ୍ନମାନର କାର୍ଯ୍ୟ ହେଉଥିବା ନେଇ ବାରମ୍ବାର ଜାତୀୟ ରାଜପଥ କତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ହୋଇଆସୁଛି। କିନ୍ତୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ସଂପୃକ୍ତ ଠିକାସଂସ୍ଥା ସେହି ତୃଟୀକୁ ବାରମ୍ବାର ଦୋହରାଉଥିବା ଦେଖିବାକୁ ମିଳିଛି। ଏଦିଗରେ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସାଧାରଣରେ ଦାବି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ