ରଥଯାତ୍ରା ପାଇଁ ସମବାୟ ଚିନିଶିଳ୍ପରେ ପ୍ରସ୍ତୁତି ବୈଠକ

ଆସିକା (ୱାଇଏନ୍‍ଏସ୍‍) : ପୂର୍ବବର୍ଷ ମାନଙ୍କ ଭଳି ଚଳିତବର୍ଷ ମଧ୍ୟ ଜଗତକର୍ତ୍ତା ଶ୍ରୀ ଜଗନ୍ନାଥଙ୍କ ପ୍ରସିଦ୍ଧ ଘୋଷଯାତ୍ରାକୁ ଚିନିଶିଳ୍ପ ନୁଆଗାଁରେ ବିଧିବିଧାନ ଓ ନୀତିକାନ୍ତି ଅନୁଯାୟୀ ଉତ୍ସାହ ଓ ଉଦ୍ଦୀପନାର ସହ ଶୃଙ୍ଖଳିତ ଭାବେ ସମାପ୍ତ କରିବା ସକାଶେ ରୂପରେଖ ପ୍ରସ୍ତୁତ କରିବା ପାଇଁ ପ୍ରଶାସନିକ ଅଧିକାରୀ ଓ ମନ୍ଦିର ପରିଚାଳନା କମିଟିର କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ଚୁୁଡାନ୍ତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସିକା ବ୍ଳକ ଅନ୍ତର୍ଗତ କାଳଷଣ୍ଢପୁର ଗ୍ରାମ ପଞ୍ଚାୟତର ଚିନିଶିଳ୍ପ ନୁଆଗାଁରେ କେଉଁ ଆବାହମାନ କାଳରୁ ପୂଜା ପାଇ ଆସୁଥିବା ଜଗତର ନାଥ ଜଗନ୍ନାଥଙ୍କ ଆଗାମୀ ଘୋଷଯାତ୍ରା ପାଇଁ ଦ୍ରୁୁତ ଗତିରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ। ଆଉ ମାତ୍ର ୪ ଦିନ ପରେ ଅନୁଷ୍ଟିତ ହେବ ପବିତ୍ର ରଥଯାତ୍ରା। ତିନିଠାକୁର ଭକ୍ତଙ୍କ ଗହଣରେ ନବଦିନ ବ୍ୟାପୀ ମାଉସୀମା ମନ୍ଦିରକୁ ଯିବେ। ଆସନ୍ତା ୧୬ ତାରିଖରେ ଅନୁଷ୍ଟିତ ହେବାକୁ ଥିବା ପବିତ୍ର ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ଉତ୍ସାହ ଉଦ୍ଦୀପନାର ସହ ବିଧିବିଧାନ ଅନୁଯାୟୀ ସମ୍ପନ୍ନ କରିବା ସକାଶେ ଆସିକା ସମବାୟ ଚିନିଶିଳ୍ପର ସମ୍ମିଳନୀ କକ୍ଷରେ ଶ୍ରୀ ଜଗନ୍ନାଥ ସଂସ୍ଥାପନ ସମିତିର ସଭାପତି ତଥା ଶିଳ୍ପାନୁଷ୍ଠାନ ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ପ୍ରାକ୍‍ ପ୍ରସ୍ତୁତି ବୈଠକ ଅନୁଷ୍ଟିତ ହୋଇଯାଇଛି। ଆସିକା ସମବାୟ ଚିନିଶିଳ୍ପର ପରିଚାଳନା ନିର୍ଦ୍ଦେଶକ ତଥା ଶ୍ରୀ ଜଗନ୍ନାଥ ସଂସ୍ଥାପନ ସମିତିର ସଭାପତି ଡଃ ସୁଶାନ୍ତ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ତହସିଲଦାର ଅମରେଶ୍‍ ସାବତ, ଆସିକା ଥାନାର ଏଏସ୍‍ଆଇ ଶୁଭାସିଷ୍‍ ସ୍ୱାଇଁ, ଆସିକା ପୌର ପରିଷଦର କନିଷ୍ଠ ସହାୟକ ଅଶୋକ କୁମାର ସାହୁ, ଆସିକା ଅଗ୍ନିଶମ ସେବାକେନ୍ଦ୍ରର କେନ୍ଦ୍ର ଅଧିକାରୀ ସନତ୍‍ ପ୍ରଧାନ ଏବଂ ମୁଖ୍ୟ ଅଗ୍ନିଯୋଦ୍ଧା ଅଶୋକ କୁମାର ବାରିକ୍‍, ଆସିକା ସମବାୟ ଚିନିଶିଳ୍ପ ଶ୍ରୀ ଜଗନ୍ନାଥ ସଂସ୍ଥାପନ ସମିତିର ଉପସଭାପତି ସନ୍ତୋଷ କୁମାର ମଲିକ, କାର୍ଯ୍ୟକାରୀ ଉପସଭାପତି ପ୍ରଶାନ୍ତ କୁମାର କର, ସଂପାଦକ ତଥା ଚିନିଶିଳ୍ପର ଆକାଉଣ୍ଟସ୍‍ ଅଫିସର ଚିତ୍ତ ଚିନ୍ମୟ ରଂଜନ ନାୟକ, ସହ ସଂପାଦକ ବାସୁଦେବ ସ୍ୱାଇଁ, କୋଷାଧ୍ୟକ୍ଷ ଏସ୍‍.ସୁଜିତ୍‍ କୁମାର ପୃଷ୍ଟି, ସଦସ୍ୟ ଅରୁଣ କୁମାର ପାତ୍ର, ଅକ୍ଷୟ କୁମାର ସ୍ୱାଇଁ, ଶ୍ରୀନିବାସ ମହାପାତ୍ର, ରାମପ୍ରସାଦ ଶତପଥୀ, ବାଇଧର ନାହାକ, ଦାମୋଦର ସିୟ, ଅନିଲ୍‍ କୁମାର ଦାଶ, କୃଷ୍ଣଚନ୍ଦ୍ର ଲେଙ୍କାଙ୍କ ସମେତ ପ୍ରମୁଖ ଯୋଗଦେଇ ଆଗାମୀ ୧୬ ତାରିଖରେ ହେବାକୁ ଥିବା ରଥଯାତ୍ରା ଦିନ ଶ୍ରୀ ଜିଉଙ୍କ ପହଣ୍ଡି, ରଥଟଣା, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ରଥଯାତ୍ରା ଦିନ ଶୃଙ୍ଖଳିତ ରଥାଟଣା ପାଇଁ ପଦକ୍ଷେପ, ଜନଗହଳିକୁ ସଠିକ୍‍ ନିୟନ୍ତ୍ରଣ, ପାନୀୟ ଜଳର ସୁବନ୍ଦୋବସ୍ତ, ମନ୍ଦିର ଠାରୁ ମାଉସୀ ମା ମନ୍ଦିର ପର୍ଯ୍ୟନ୍ତ ରାସ୍ତାର ଦୁଇ ପାଶ୍ୱର୍କୁ ସ୍ୱଚ୍ଛ ଓ ସୁନ୍ଦର ରଖିବା, ଶ୍ରଦ୍ଧାଳୁ ଭକ୍ତଙ୍କ ସୁରକ୍ଷା, ନିଶାସେବନକାରୀଙ୍କ ଉପରେ ତୀକ୍ଷଣ ନଜର, ଟ୍ରାଫିକ୍‍ ବ୍ୟବସ୍ଥା ନିୟନ୍ତ୍ରଣ, ଖାଦ୍ୟ ଓ ପାନୀୟ ଜଳର ମାନ ଯାଞ୍ଚ, ଜରୁରୀକାଳୀନ ସ୍ୱାସ୍ଥ୍ୟସେବା, ନିରବିଚ୍ଛିନ୍ନ ବିଦ୍ୟୁତ ସେବା, ପରିଷ୍କାର ପରିଚ୍ଛନ୍ନତା, ଦିବ୍ୟାଙ୍ଗ ଓ ବୟୋଜ୍ୟେଷ୍ଠ ଏବଂ ମହିଳା ଶ୍ରଦ୍ଧାଳୁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ସମେତ ବିଭିନ୍ନ ନୀତିକାନ୍ତି ଓ ବିଧିବିଧାନକୁ ଶୃଙ୍ଖଳିତ ଭାବେ ସମାପ୍ତ କରିବା ଲାଗି ବିସ୍ତୃତ ଭାବେ ଆଲୋଚନା କରିବା ସାଙ୍ଗକୁ ରୂପରେଖ ପ୍ରସ୍ତୁତ କରାଯାଇଥିଲା। ଆସିକା ବ୍ଳକ ଅନ୍ତର୍ଗତ କାଳଷଣ୍ଢପୁର ଗ୍ରାମ ପଞ୍ଚାୟତର ଚିନିଶିଳ୍ପ ନୁଆଗାଁରେ ଅନୁଷ୍ଠିତ ହେବାକୁ ଥିବା ଆଗାମୀ ରଥଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ସାମିଲ ହେବାକୁ ଥିବା ବେଳେ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ସହ ଶାନ୍ତିଶୃଙ୍ଖଳା ରକ୍ଷା ଉପରେ ସର୍ବାଧିକ ପ୍ରାଥମିକତା ଦିଆଯାଇଥିଲା। ଆଗାମୀ ୧୬ ତାରିଖ ଗୁରବାର ଦିନ ଅନୁଷ୍ଟିତ ହେବାକୁ ଥିବା ରଥଯାତ୍ରା ସମୟରେ ଶ୍ରୀଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ରଥ ଜଗନ୍ନାଥ ମନ୍ଦିରରୁ ବାହାରି ମାଉସୀ ମା ମନ୍ଦିର ନିକଟରେ ପହଁଞ୍ଚିବା ପରେ ଦାରୁବ୍ରହ୍ମ ନବଦିନ ବ୍ୟାପି ଆଡପ ମଣ୍ଡପରେ ପୂଜାପାଇବେ। ଚଳିତ ବର୍ଷ ମହାପ୍ରଭୁଙ୍କ ଆଶୀର୍ବାଦରୁ ଚିନିଶିଳ୍ପ ନୁଆଗାଁରେ ଅନୁଷ୍ଠିତ ହେବାକୁ ଥିବା ରଥଯାତ୍ରା ଉତ୍ସବକୁ ଆନନ୍ଦ ଓ ଉଲ୍ଲାସର ସହ ଶୃଙ୍ଖଳିତ ଭାବେ ସମାପ୍ତ କରିବା ଲାଗି ଶ୍ରୀ ଜଗନ୍ନାଥ ସଂସ୍ଥାପନ ସମିତି ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଥିବା ଲକ୍ଷ୍ୟ କରାଯାଇଛି। ମହାପ୍ରଭୂ ଶ୍ରୀ ଜଗନ୍ନାଥ ହେଉଛନ୍ତି ଆମ ସମସ୍ତଙ୍କର ହୃଦୟର ଏବଂ ଭାବର ଠାକୁର ତେଣୁ ଆଗାମୀ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପ୍ତ କରିବା ଲାଗି ସମବାୟ ଚିନିଶିଳ୍ପର ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡା ସମସ୍ତଙ୍କ ସହଯୋଗ କାମନା କରିଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ