ବିଜ୍ଞାନ ମହାବିଦ୍ୟାଳୟର ୫୯ତମ ପ୍ରତିଷ୍ଠା ଦିବସ ପାଳିତ

ଆସିକା (ୱାଇଏନ୍‍ଏସ୍‍) : ଉଚ୍ଚଶିକ୍ଷାର ବିକାଶ ସାଙ୍ଗକୁ ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ସୃଷ୍ଟି କରିବା ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଆସିଥିବା ଆସିକା ବିଜ୍ଞାନ ମହାବିଦ୍ୟାଳୟର ୫୯ତମ ପ୍ରତିଷ୍ଠା ଦିବସ ଗୁରବାର ଶିକ୍ଷାନୁଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ବିଭୂତି ଭୂଷଣ ବେବର୍ତ୍ତାଙ୍କ ସଂଯୋଜନାରେ ଅନୁଷ୍ଠିତ ୫୯ତମ ପ୍ରତିଷ୍ଠା ଦିବସ ପାଳନ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଅଧ୍ୟାପକ ଡଃ ଅଭୟ କେଶରୀ ପରିଚ୍ଛା ପଟ୍ଟନାୟକ, ଶୈକ୍ଷିକା ଅଧିକାରୀ ଅଧ୍ୟାପିକା ଡଃ ନନ୍ଦିତା ଦାଶ, କାର୍ଯ୍ୟକ୍ରମର ସଂଯୋଜକ ଅଧ୍ୟାପକ ଡଃ ଅଜିତ୍‍ କୁମାର ମୁନି ପ୍ରମୁଖ ଯୋଗଦେଇ ଉଚ୍ଚଶିକ୍ଷାର ବିକାଶ ଲାଗି ୧୯୬୮ ମସିହା ଜୁଲାଇ ମାସ ୧୨ ତାରିଖରେ ସ୍ଥାପିତ ହୋଇଥିବା ଏହି ପୁରାତନ ଶିକ୍ଷାନୁଷ୍ଠାନର ଅତୀତ ଗୌରବ ସଂପର୍କରେ ସ୍ମୃତିଚାରଣ କରିବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା ପୂର୍ବକ ଏହି ପୁରାତନ ଶିକ୍ଷାନୁଷ୍ଠାନର ଐତିହ୍ୟ ଓ ସଂସ୍କୃତି ଉପରେ ଗୁରୁତ୍ୱାରୋପ କରି ଅଧ୍ୟୟନରତ ବିଦ୍ୟାର୍ଥୀମାନେ ଜୀବନରେ ସଂକଳ୍ପ, ଶୃଙ୍ଖଳା ଓ ସମର୍ପଣ ଭାବ ଜାରି ରଖିବା ସହ କଠିନ ପରିଶ୍ରମ, ନିଷ୍ଠାପର ପ୍ରୟାସ ମାଧ୍ୟମରେ ନିଜର ଉଜ୍ଜଳ ଭବିଷ୍ୟତ ଗଠନ କରି ସଫଳତାର ଶୀର୍ଷ ସୋପାନରେ ପହଞ୍ଚି ନିଜ ପିତାମାତା ଓ ଗୁରୁଜନଙ୍କ ସ୍ୱପ୍ନକୁ ସାକାର କରି ସଫଳତାର ସ୍ରୋତକୁ ଆହୁରି ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଥିବା ଲକ୍ଷ୍ୟ କରାଯାଇଥିଲା । ଥିଲେ । ଆସିକା ବିଜ୍ଞାନ ମହାବିଦ୍ୟାଳୟର ୫୯ତମ ପ୍ରତିଷ୍ଟା ଦିବସ ପାଳନ ଅବସରରେ ୨୦୨୫-୨୬ ଶିକ୍ଷା ବର୍ଷରେ ଯୁକ୍ତ-୨ ବିଜ୍ଞାନ ପାଠ୍ୟକ୍ରମରେ ଟପ୍ପର ହୋଇଥିବା ବିଦ୍ୟାର୍ଥୀ ବିଶ୍ୱଜିତ୍‍ ପ୍ରଧାନ, କଳା ପାଠ୍ୟକ୍ରମର ବିଦ୍ୟାର୍ଥୀ ଜେନା ସ୍ୱାତୀ ମଙ୍ଗୁଳୁ, ବାଣିଜ୍ୟ ପାଠ୍ୟକ୍ରମର ଏ.ରୁଦ୍ରମାଧବ ପାତ୍ର, ଧନ୍ଦାମୂଳକ ପାଠ୍ୟକ୍ରମର ଏସ୍‍.ଚିନ୍ମୟ ରେଡି ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଯୁକ୍ତ-୩ ସ୍ନାତକ ପାଠ୍ୟକ୍ରମରେ ସର୍ବୋଚ୍ଚ ନମ୍ବର ରଖିଥିବା ଓଡିଆ ପାଠ୍ୟକ୍ରମର ବିଦ୍ୟାର୍ଥୀ ଅନିଲ୍‍ ନାହାକ, ପ୍ରାଣୀବିଜ୍ଞାନ ପାଠ୍ୟକ୍ରମ ବିଦ୍ୟାର୍ଥୀ ନିକିତାରାଣୀ ଗୌଡ, ରାଜନୀତି ବିଜ୍ଞାନର ବିଦ୍ୟାର୍ଥୀ ପୂଜା ମହାନ୍ତି, ବାଣିଜ୍ୟ ପାଠ୍ୟକ୍ରମର ବିଦ୍ୟାର୍ଥୀ ସୁନୀତା ମହାରଣା, ହିନ୍ଦୀ ପାଠ୍ୟକ୍ରମର ବିଦ୍ୟାର୍ଥୀ ତୁଳସୀ ସ୍ୱାଇଁ, ଇପ୍ସିତା ମଲିକ, ମମତା ଭଂଜ, ସୁନେଲୀ ପରିଡା, ସୋନିଆ ବେଗମ୍‍, ଶୁଭଶ୍ରୀ ମହାପାତ୍ର, ଲିଜା ଗୌଡ, ସୁନିତା ସ୍ୱାଇଁ, ଚନ୍ଦନ ଗୌଡ, କେ.ସୁନେଲୀ ପାତ୍ରଙ୍କ ସମେତ ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କୃତି ରୋଭର୍‍, ଏନ୍‍ସିସି କ୍ୟାଡଟେ୍‍, ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀ, ଯୁବ ରେଡକ୍ରସର ସ୍ୱେଚ୍ଛାସେବୀଙ୍କ ସମେତ ବହୁ ପ୍ରତିଭାଧର ଓ ମେଧାବୀ ଛାତ୍ରଛାତ୍ରୀଙ୍କୁ ଟ୍ରଫି ଏବଂ ପ୍ରଶଂସା ପତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିବା ଦେଖିବାକୁ ମିଳିଥିଲା । ଆସିକା ବିଜ୍ଞାନ ମହାବିଦ୍ୟାଳୟର ୫୯ତମ ପ୍ରତିଷ୍ଠା ଦିବସ ପାଳନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ସରୋଜ କୁମାର ପଣ୍ଡା, ଅଧ୍ୟାପିକା ପଦ୍ମା ମଲିକ, ଅଧ୍ୟାପିକା କୁନିକା ଦାସ, ଅଧ୍ୟାପିକା ଯୋଗେଶ୍ୱରୀ ଧାରୁଆ, ଅଧ୍ୟାପିକା ଚୁନ୍‍ମୁନ୍‍ ମହାନ୍ତି, ଅଧ୍ୟାପକ ଶୁଭେନ୍ଦୁ କୁମାର ରଥ, ଡେମୋନ୍‍ଷ୍ଟ୍ରେଟର୍‍ ଧନଞ୍ଜୟ ମହାପାତ୍ର, ଅଧ୍ୟାପକ ଚନ୍ଦନ ମାରାଣ୍ଡି, ମାଧୁରୀ ହେମ୍ବ୍ରେମ୍‍, ସାଲ୍‍ କୁମାର ସ୍ୱାମୀ, ଦୟାନିଧି ବଡରଇତ, ପବିତ୍ର ଢଙ୍ଗଡାମାଝୀ, ଗୌତମ ମାଝୀ, ଅଶୋକ ସାହୁ, ସାରଥୀ ଗମାଙ୍ଗୋ, ବିଘ୍ନରାଜ ପାଢୀ, ଚିତ୍ରସେନ ବେହେରା, ଦେବାଶିଷ୍‍ ସାହୁ, ଏଲ୍‍.ଭାନୁ ରାଓ, ବିଭୁକଲ୍ୟାଣ ପଣ୍ଡା, ରଶ୍ମିପ୍ରିୟା କାଲୁ, ମିନତୀ ବେହେରା, ସନାତନ ପାଢୀ, ରାଜେଶ ସାହୁଙ୍କ ସମେତ ସମସ୍ତ ପ୍ରାଧ୍ୟାପକ, ପ୍ରାଧ୍ୟାପିକା, ଅଧ୍ୟାପକ, ଅଧ୍ୟାପିକା, ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ ଓ ସଚେତନ ନାଗରିକ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ