ଷୋହଳ ଖଣ୍ଡ ଗୋପାଳ ସମାଜର ସାଧାରଣ ବୈଠକ

ଆସିକା (ୱାଇଏନ୍‍ଏସ୍‍) : ଗଞ୍ଜାମ ଜିଲ୍ଲାର ଅନ୍ୟତମ ସର୍ବବୃହତ୍‍ ଜାତିଭିତ୍ତିକ ସଂଗଠନ ଷୋହଳ ଖଣ୍ଡ ଗୋପାଳ ସମାଜର ସାଧାରଣ ବୈଠକ ଓ ନିର୍ବାଚନ ସଂକ୍ରାନ୍ତୀୟ ସାଧାରଣ ସଭା ସ୍ଥାନୀୟ କାଳଷଣ୍ଢପୁର ସ୍ଥିତ କାଳୀମନ୍ଦିରର କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଷୋହଳ ଖଣ୍ଡ ଗୋପାଳ ସମାଜ ଧରାକୋଟ ତାଲିକା ପରିଚାଳନା ପରିଷଦ ଏବଂ ଆସିକା ଖାଲସା ତାଲୁକାର ମିଳିତ ସହଯୋଗରେ ଅନୁଷ୍ଠିତ ଏହି ଗଞ୍ଜାମ ଜିଲ୍ଲାସ୍ତରୀୟ ନିର୍ବଚନ ସଂକ୍ରାନ୍ତୀୟ ସାଧାରଣ ସଭାରେ ସଂଗଠନର ପୂର୍ବତନ ଜିଲ୍ଲା ସଭାପତି ନନ୍ଦକିଶୋର ମହାଙ୍କୁଡ ସଭାପତିତ୍ୱ କରିଥିଲା ବେଳେ ସଂଗଠନର ବହୁ ପୁରୁଖା ସଦସ୍ୟ ଯୋଗଦେଇ ଗୋପାଳ ସମାଜର ଐତିହ୍ୟ ଓ ସଂସ୍କୃତି ଉପରେ ଆଲୋକପାତ କରିବା ସାଙ୍ଗକୁ ସଂଗଠନକୁ ଆହୁରି କିପରି ସୁଦୃôଢ କରାଯାଇପାରିବ ତାହାରି ଉପରେ ମାର୍ଗଦର୍ଶନ ଓ ପ୍ରେରଣା କରି ଗୋପାଳ ସମାଜର ଛାତ୍ରଛାତ୍ରୀ ଏବଂ ସଂପ୍ରଦାୟର ସାମାଜିକ ଓ ଆର୍ଥିକ ଅଭିବୃଦ୍ଧି, ଶିକ୍ଷା ଏବଂ ମହିଳା ସଶକ୍ତିକରଣ, ଅଧାରୁ ପାଠ ଛାଡୁଥିବା ପିଲାଙ୍କୁ ପାଠ ପଢିବା ଲାଗି ଆଗ୍ରହ ସକାଶେ ସଚେତନତା ସୃଷ୍ଟି କରିବା, ଉଚ୍ଚଶିକ୍ଷା ପାଇଁ ପ୍ରୋତ୍ସାହନ ଯୋଗାଇଦେବା, ପ୍ରତ୍ୟେକ ସଭ୍ୟଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ, ଯୁଗପୋଯୋଗୀ ବିବାହ ବ୍ୟବସ୍ଥାର ସଂଜ୍ଞା ନିରୂପଣ, ସାଙ୍ଗଠନିକ ଶକ୍ତି ଅଭିବୃଦ୍ଧି, ବୃଦ୍ଧ ବୃଦ୍ଧାଙ୍କ ସେବା ଓ ଯତ୍ନ, ଆଦର୍ଶ ଓ ସୁସ୍ଥ ଗୋପାଳ ସମାଜ ଗଠନ, ବାଲ୍ୟ ବିବାହ ଉଚ୍ଛେଦ, ଯୌତୁକ ପ୍ରଥା ନିଷେଧ, ଅସହାୟ ଓ ଗରିବ ଏବଂ ନୀରିହ କନ୍ୟାମାନଙ୍କ ବିବାହ ପାଇଁ ପ୍ରୋତ୍ସାହନ ସମେତ ବିଭିନ୍ନ କଲ୍ୟାଣକାରୀ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରାଯାଇଥିଲା । ଗଞ୍ଜାମ ଜିଲ୍ଲା ଷୋହଳ ଖଣ୍ଡ ଗୋପାଳ ସମାଜର ନିର୍ବାଚନ ସଂକ୍ରାନ୍ତୀୟ ଏହି ସାଧାରଣ ସଭାରେ ପ୍ରସ୍ତାବକ ଓ ସମର୍ଥକଙ୍କ ସହମତିକୁ ଗୁରୁତ୍ୱ ଦେଇ ଆଗାମୀ ୩ ବର୍ଷ ପାଇଁ ସଭାପତି ରୂପେ ଅରୁଣ କୁମାର ଗୌଡ, କାର୍ଯ୍ୟକାରୀ ସଭାପତି ରୂପେ ନାରାୟଣ ମହାଙ୍କୁଡ, ଉପସଭାପତି ରୂପେ ଧୋବା ଗୌଡ, ସଂପାଦକ ରୂପେ ପର୍ଶୁରାମ ଗୌଡ, ସହସଂପାଦକ ରୂପେ ଶତୃଘ୍ନ ଗୌଡ, କୋଷାଧ୍ୟକ୍ଷ ରୂପେ ବିଜୟ କୁମାର ଗୌଡଙ୍କ ସମେତ ସଂଗଠନକୁ ସୁପରିଚାଳନା କରିବା ନିମନ୍ତେ ଅତିରିକ୍ତ ସଦସ୍ୟ ରୂପେ ସଂଗଠନର ସମୀକ୍ଷକ ପଦବୀ ଲାଗି କାମେଶ୍ୱର ଗୌଡ, ଆଇନ ପରାମର୍ଶଦାତା ରୂପେ ଗଣେଶ ମହାଙ୍କୁଡ, ଅତିରିକ୍ତ ଉପସଭାପତି ରୂପେ ପିତାମ୍ବର ଗୌଡ ଓ ନରସିଂହ ଗୌଡ, ସହସଂପାଦକ ରୂପେ ସାରଥୀ ପ୍ରସାଦ ଗୌଡ ଓ ଇନ୍ଦ୍ରମଣି ଗୌଡ, ଉପଦେଷ୍ଟା ରୂପେ ନନ୍ଦକିଶୋର ମହାଙ୍କୁଡ, କୈଳାଶ ଚନ୍ଦ୍ର ଗୌଡ, ଉଲ୍ଲାସ ଗୌଡ, ରମେଶ ଚନ୍ଦ୍ର ଗୌଡଙ୍କୁ ମନୋନୀତ କରାଯାଇଥିବା ଜଣାପଡିଛି । ଗଞ୍ଜାମ ଜିଲ୍ଲା ଷୋହଳ ଖଣ୍ଡ ଗୋପାଳ ସମାଜର ଏହି ନିର୍ବାଚନ ସଂକ୍ରାନ୍ତୀୟ ସାଧାରଣ ସଭାରେ ବିଭିନ୍ନ ତାଲୁକାର ମୁଖ୍ୟ କାର୍ଯ୍ୟକର୍ତ୍ତାମାନେ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା ବେଳେ ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ ସଂଗଠନର ସକ୍ରିୟ ସଦସ୍ୟ ବୁଲୁ ଗୌଡ, ଅଭିମନ୍ୟୁ ଗୌଡ, ବିଜୟ କୁମାର ଗୌଡ, ସୁରେନ୍ଦ୍ରନାଥ ଗୌଡ, ସାରଙ୍ଗଧର ଗୌଡ, ବିଦେଶୀ ଗୌଡ, ସଂଜୟ କୁମାର ଗୌଡ, ମନୋଜ କୁମାର ଗୌଡ, ପ୍ରକାଶ ଗୌଡ, ଧୋବା ଗୌଡ, ପାଣ୍ଡବ ଗୌଡଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ସକ୍ରିୟ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ