ଉଚ୍ଚ ଶିକ୍ଷା ବିଭାଗର କମିଶନର ସମୀକ୍ଷା ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା): ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗର କମିଶନର ତଥା ସେକ୍ରେଟାରୀ ଏବଂ ବାଲେଶ୍ୱର ଜିଲ୍ଲାର ଭୋଟର ତାଲିକା ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ଅରବିନ୍ଦ ଅଗ୍ରୱାଲଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ସମୀକ୍ଷା ବୈଠକରେ ପ୍ରଥମେ ଶ୍ରୀଯୁକ୍ତ ଅଗ୍ରୱାଲ ଜିଲ୍ଲାର ବିଭିନ୍ନ ବିଭାଗର କାର୍ଯ୍ୟ ପ୍ରଗତି, ଲୋକସେବା ପ୍ରଦାନ ବ୍ୟବସ୍ଥା, ସରକାରୀ ଯୋଜନାର କାର୍ଯ୍ୟାନ୍ୱୟନ ଏବଂ ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟ ସମ୍ପର୍କରେ ସମୀକ୍ଷା କରିଥିଲେ। ବୈଠକରେ ବିଭିନ୍ନ ବିଭାଗ ପକ୍ଷରୁ ସେମାନଙ୍କ କାର୍ଯ୍ୟକ୍ରମର ଅଗ୍ରଗତି, କ୍ଷେତ୍ରସ୍ତରରେ ଦେଖାଦେଉଥିବା ସମସ୍ୟା ଏବଂ ତାହାର ସମାଧାନ ପାଇଁ ଗ୍ରହଣ କରାଯାଉଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରାଯାଇଥିଲା।ଏହାପରେ ସେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) କାର୍ଯ୍ୟକ୍ରମର ପ୍ରଗତି, ମତଦାତାଙ୍କ ପଞ୍ଜୀକରଣ, ତଥ୍ୟର ସଠିକତା, ଯୋଗ୍ୟ ମତଦାତାଙ୍କ ଅନ୍ତର୍ଭୁକ୍ତି ଏବଂ ଅଯୋଗ୍ୟ ନାମ ବିଲୋପ ପ୍ରକ୍ରିୟା ଉପରେ ବିସ୍ତୃତ ସମୀକ୍ଷା କରିଥିଲେ । ଜିଲ୍ଲାର ସମସ୍ତ ୮ଗୋଟି ବିଧାନସଭା ନିର୍ବାଚନମଣ୍ଡଳୀର ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ERO) ଓ ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (AERO) ମାନେ ନିଜ ନିଜ ଅଞ୍ଚଳର ଅଗ୍ରଗତି ସମ୍ପର୍କରେ ଉପସ୍ଥାପନା କରିଥିଲେ।  ସମୀକ୍ଷା ସମୟରେ ଶ୍ରୀ ଅଗ୍ରୱାଲ ବିଭିନ୍ନ ପ୍ରସଙ୍ଗରେ ଅଧିକାରୀମାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। କାର୍ଯ୍ୟାନ୍ୱୟନରେ ଦେଖାଦେଉଥିବା ସମସ୍ୟାଗୁଡ଼ିକର ତ୍ୱରିତ ଓ ବ୍ୟବହାରିକ ସମାଧାନ ପାଇଁ ସେ ଆବଶ୍ୟକ ପରାମର୍ଶ ଓ ମାର୍ଗଦର୍ଶନ ପ୍ରଦାନ କରିଥିଲେ। ସମସ୍ତ କାର୍ଯ୍ୟରେ ସ୍ୱଚ୍ଛତା, ସମୟାନୁବର୍ତ୍ତିତା, ଉତ୍ତମ ସମନ୍ୱୟ ଏବଂ ଜନସେବାକୁ ସର୍ବାଧିକ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରିବାକୁ ସେ ଅଧିକାରୀମାନଙ୍କୁ ଆହ୍ୱାନ କରିଥିଲେ।
ଏହି ସମୀକ୍ଷା ବୈଠକରେ  ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ସମେତ ଜିଲ୍ଲାର ସମସ୍ତ ୮ଟି ବିଧାନସଭା ନିର୍ବାଚନମଣ୍ଡଳୀର ERO ଓ AERO ଏବଂ ବିଭିନ୍ନ ବିଭାଗର ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ