‘ମନା’ର ସଚେତନତା କାର୍ଯ୍ୟକ୍ରମ ପାଇଁ ନିଷ୍ପତ୍ତି
ବାଲେଶ୍ୱର (ସରୋଜ ପଣ୍ଡା): ମିଳିତ ନିଶା ନିବାରଣ ଅଭିଯାନ (ମନା), ବାଲେଶ୍ୱରର ଅଷ୍ଟମ ମାସିକ ବୈଠକ ସଭାପତି ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ପ୍ରଭାକର ସାହୁଙ୍କ ଅଧ୍ୟକ୍ଷତାରେ ଅପରାହ୍ନ ୪ଟା ୩୦ମିନିଟ୍ରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଗୁରୁତ୍ୱର ସହିତ ଗ୍ରହଣ କରି ‘ମନା’ ତା’ର ଆଗରୁ ଜାରି ରଖିଥିବା ନିଶାବିରୋଧୀ ସଚେତନତା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବ ବୋଲି ସର୍ବସମ୍ମତିକ୍ରମେ ସଭାରେ ସିଦ୍ଧାନ୍ତ ନିଆଗଲା। ଏହି ନିଷ୍ପତ୍ତି ଅନୁସାରେ ଆଗାମୀ ୧୭-୦୮-୨୦୨୬ରେ ସତ୍ୟସାଇ ବିଦ୍ୟାବିହାର ଓ ୧୯-୦୮-୨୦୨୬ରିଖରେ ପୋଲିସ୍ ଲାଇନ୍ ହାଇସ୍କୁଲ୍ରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସ୍ଥିର ହେଲା। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍, ବାଲେଶ୍ୱର ମୁଖ୍ୟ ଶାଖାର ପରିଚାଳକ ଶ୍ରୀ ସତ୍ୟାଶିଷ ପଟ୍ଟନାୟକ ଯୋଗଦେଇ ‘ମନା’ର କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ। ଉପଦେଷ୍ଟା ସୁବ୍ରତ କର, ଜିଲ୍ଲା ସଂଯୋଜକ ଡ. କ୍ଷିତୀଶ୍ୱର ଦାଶ, ପ୍ରଫୁଲ୍ଲ କୁମାର ଦାସ, ଗୀତାଞ୍ଜଳି ସିଂହ, ଅକ୍ଷୟ କୁମାର ତ୍ରିପାଠୀ, ରବି ନାରାୟଣ ଭୋଳ, ଶଚୀନ୍ଦ୍ର ଦାସ, ଭାସ୍କର ଚନ୍ଦ୍ର ମିଶ୍ର, ରମେଶ ଚନ୍ଦ୍ର ଜେନା, ଯୋଗେଶ ଚନ୍ଦ୍ର ପ୍ରଧାନ, ଶ୍ୟାମସୁନ୍ଦର ଜେନା, ସୀତାରାମ ପ୍ରଧାନ, ସତ୍ୟାଶୀଷ ପଟ୍ଟନାୟକ, ସନ୍ଦୀପ ସିଂହବାବୁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ ଦୟାନିଧି ମହାପାତ୍ର ଧନ୍ୟବାଦ ଜ୍ଞାପନ କରିଥିଲେ।


