ସର୍ଭର ସ୍ଳୋ ଯୋଗୁଁ ଆସିକାରେ ଚାଷୀ ପଞ୍ଜିକରଣ ମନ୍ଥର
ଆସିକା(ୱାଇଏନ୍ଏସ୍) :ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଏବଂ ସମବାୟ ବିଭାଗ ଓ କୃଷି କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ୨୦୨୬-୨୭ ଖରିଫ ଋତୁରେ ଧାନ ବିକ୍ରୟ କରିବା ଲାଗି ଚାଷୀ ପଞ୍ଜିକରଣ ପ୍ରକ୍ରିୟା ଜାରି ରହିଥିବା ଲକ୍ଷ୍ୟ କରାଯାଇଛି। ଆସିକା ବ୍ଳକ ଅନ୍ତର୍ଗତ ବଡଖୋଲି, ବରଗାଁ, ଧନିଜା, ହରିଡାପଦର, ମଙ୍ଗଳପୁର, ବାଲିସିରା, ଗହଙ୍ଗୁ, କାଳଷଣ୍ଢପୁର, ଘଟକୁରି, ଆସିକା, ମୁନିଗାଡି, ନିମିନା, ଜଗଦଳପୁର, ନୂଆଗାଁ, ପାଣ୍ଡିଆପଥର, ଦେବଭୂମୀ, ଗୁଣ୍ଠପଡା, ବେଣାପାଟ, ନଳବଣ୍ଟା, ରାମେଶ୍ୱର ସେବା ସମବାୟ ସମିତି ପକ୍ଷରୁ ଚାଷୀ ପଞ୍ଜିକରଣ ପ୍ରକିୟା ବିଧିବଦ୍ଧ ଭାବେ ଜାରି ରହିଥିବା ଜଣାପଡିଛି। ଆସିକା ବ୍ଳକ ଓ ପୌର ପରିଷଦ ପରିସରଭୁକ୍ତ ଅଞ୍ଚଳରେ ୨୦୨୬-୨୭ ଖରିଫ୍ ଋତୁରେ ଧାନ ବିକ୍ରୀ କରିବା ପାଇଁ ଗତ ୬ ତାରିଖରୁ ଚାଷୀ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇସାରିଥିଲା ବେଳେ ଗତ ୧୮ ତାରିଖ ଅପରାହ୍ନ ସୁଦ୍ଧା ମାତ୍ର ୧ ହଜାର ଜଣ ଚାଷୀ ନାମ ପଞ୍ଜିକରଣ କରିଥିବା ଜଣାପଡିଛି । ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କର ସଦର ଶାଖା ଅଧୀନସ୍ଥ ନିମିନାରେ ୯୧ ଜଣ, ଗୁଣ୍ଠପଡାରେ ୬୨ ଜଣ, ହରିଡାପଦରରେ ୪୩ ଜଣ, ନୁଆଗାଁରେ ୫୦ ଜଣ, ଧନିଜାରେ ୫୮ ଜଣ, ମୁନିଗାଡିରେ ୯୮ ଜଣ, ଘଟକୁରୀରେ ୫ ଜଣ, ପାଣ୍ଡିଆପଥରରେ ୨୧ ଜଣ, ବାଲିସିରାରେ ୯୨ ଜଣ, ଦେବଭୁମୀରେ ୫୬ ଜଣ, ମଙ୍ଗଳପୁରରେ ୭୭ ଜଣ, କାଳଷଣ୍ଢପୁରରେ ୧୩ ଜଣ, ଜଗଦଳପୁରରେ ୬୫ ଜଣ, ଗହଙ୍ଗୁରେ ୨୬ ଜଣ, ବରଗାଁରେ ୪୦ ଜଣ, ବେଣାପାଟରେ ୩୮ ଜଣ, ବଡଖୋଲିରେ ୪୯ ଜଣ, ଆସିକାରେ ୩୭ ଜଣ, ନଳବଣ୍ଟାରେ ୭୮ ଜଣ, ରାମେଶ୍ୱରରେ ମାତ୍ର ଜଣେ ଚାଷୀ ଏହିଭଳି ସମୂଦାୟ ଗତ ୧୮ ତାରିଖ ସୁଦ୍ଧା ମାତ୍ର ୧୦୦୦ଜଣ ଚାଷୀ ନାମ ପଞ୍ଜିକରଣ କରିଥିବା ଜଣାପଡିଛି । ଆସିକା ବ୍ଳକ ଓ ପୌର ପରିଷଦ ପରିସରଭୁକ୍ତ ଅଞ୍ଚଳର ୨୦ଟି ସେବା ସମବାୟ ସମିତି ପକ୍ଷରୁ ନାମ ପଞ୍ଜିକରଣ ପ୍ରକ୍ରିୟା ଜାରି ରହିଥିବା ଲକ୍ଷ୍ୟ କରାଯାଇଛି । ଚଳିତ ଖରିଫ ଋତୁରେ ସରକାରଙ୍କ ପକ୍ଷରୁ ଧାନ ସଂଗ୍ରହ ନିମନ୍ତେ ଅନ୍ଲାଇନ୍ ମାଧ୍ୟମରେ ଚାଷୀ ମାନଙ୍କ ନାମ ପଞ୍ଜିକରଣ କାର୍ଯ୍ୟ ଜାରି ରହିଥିଲା ବେଳେ ଏହା ଆସନ୍ତା ୩୧ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି। ଧାର୍ଯ୍ୟ ସମୟସୀମା ମଧ୍ୟରେ ଏକ ନିର୍ଭୁଲ ଓ ଯୋଗ୍ୟ ଚାଷୀ ନାମପଞ୍ଜିକରଣ ତାଲିକା ଯେପରି ପ୍ରସ୍ତୁତ ହୋଇପାରିବ ତାହାକୁ ଦୃଷ୍ଟିରେ ରଖି ସମବାୟ ସମିତି ସମୂହ ଆସିକା ସର୍କଲର ସହକାରୀ ନିବନ୍ଧକ ବିଜୟ କୁମାର ସାହୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବ୍ୟାପକ ପଦକ୍ଷେପ ମାନ ଗ୍ରହଣ କରାଯାଉଥିବା ଲକ୍ଷ୍ୟ କରାଯାଇଛି। ଆସିକା ବ୍ଳକ ଓ ପୌର ପରିଷଦ ପରିସରଭୁକ୍ତ ଅଞ୍ଚଳର ୨୦ଟି ସେବା ସମବାୟ ସମିତି ପକ୍ଷରୁ ଚାଷୀ ପଞ୍ଜିକରଣ ପ୍ରକ୍ରିୟା ଜାରି ରହିଥିବା ଲକ୍ଷ୍ୟ କରାଯାଇଛି । ଚାଷୀ ପଞ୍ଜିକରଣରେ ସ୍ୱଚ୍ଛତା ଆଣିବା ଲକ୍ଷ୍ୟରେ ସରକାର ଚଳିତବର୍ଷ ପୂର୍ବ ନିୟମରେ କିଛିଟା ପରିବର୍ତ୍ତନ ଆଣିଛନ୍ତି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଆସିକାର ୨୦ଟି ପ୍ରାଥମିକ ସେବା ସମବାୟ ସମିତି ପକ୍ଷରୁ ଚାଷୀ ପଞ୍ଜିକରଣ ପ୍ରକ୍ରିୟା ଜାରି ରହିଥିବା ବେଳେ କେତେକ ସମୟରେ ସର୍ଭର ସ୍ଳୋ ପାଇଁ ଚାଷୀ ପଞ୍ଜିକରଣ କ୍ଷେତ୍ରରେ ମନ୍ଥରତା ଦେଖାଦେଇଛି ବୋଲି କେତେକ ମହଲରେ ଆଲୋଚିତ ହେଉଥିବା ଲକ୍ଷ୍ୟ କରାଯାଉଛି । ସାଂପ୍ରତିକ ପରିସ୍ଥିତିରେ ଚାଷୀ ପଞ୍ଜିକରଣ ବେଳେ ଏଗ୍ରିଷ୍ଟାକ୍ ବାଧ୍ୟତାମୂଳକ କରାଯାଇନଥିଲା ବେଳେ ଟୋକନ୍ ଉତ୍ପତି ପୂର୍ବରୁ ଅର୍ଥାତ୍ ନଭେମ୍ବର ମାସ ମଧ୍ୟରେ ଏଗ୍ରିଷ୍ଟାକ୍ ପ୍ରମାଣ ପତ୍ର ଦେବାକୁ କରାଯାଇଥିବା ଜଣାପଡିଛି । ଚଳିତ ଖରିଫ ଋତୁରେ ସରକାରଙ୍କ ପକ୍ଷରୁ ଧାନ ସଂଗ୍ରହ ନିମନ୍ତେ ଚାଷୀ ମାନଙ୍କ ନାମ ପଞ୍ଜିକରଣ କାର୍ଯ୍ୟ ପ୍ରାଥମିକ ସେବା ସମବାୟ ସ୍ତରରେ ଆରମ୍ଭ ହୋଇସାରିଥିଲା ବେଳେ ଏହା ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି। ଆସନ୍ତା ନଭେମ୍ବର ମାସ ପହିଲାରୁ ଧାନସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇ ୨୦୨୭ ମସିହା ମାର୍ଚ୍ଚ ମାସ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି । ନିର୍ଦ୍ଦିଷ୍ଟ ତଥା ଧାର୍ଯ୍ୟ ସମୟସୀମା ମଧ୍ୟରେ ଏକ ନିର୍ଭୁଲ ଓ ଯୋଗ୍ୟ ଚାଷୀ ନାମପଞ୍ଜିକରଣ ତାଲିକା ଯେପରି ପ୍ରସ୍ତୁତ ହୋଇପାରିବ ତାହାକୁ ଦୃଷ୍ଟିରେ ରଖି ସମବାୟ ସମିତି ସମୂହ ଆସିକା ସର୍କଲର ସହକାରୀ ନିବନ୍ଧକ ବିଜୟ କୁମାର ସାହୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବିଭାଗୀୟ ଉପ-ସହକାରୀ ନିବନ୍ଧକ ନୃସିଂହ ପ୍ରସାଦ ପଣ୍ଡା, କମଳ କୁମାର ଆଚାର୍ଯ୍ୟ, ଶ୍ରୀମତୀ ଜ୍ୟୋତିର୍ମୟୀ ପ୍ରଧାନ, ଶ୍ରୀମତୀ ସୁମନ ବେହେରା, ସୁଶ୍ରୀ ତୁଳସୀରାଣୀ ପଣ୍ଡା, ସୁଶ୍ରୀ ବିନୋଦା ନାହାକଙ୍କ ସମେତ ବିଭାଗୀୟ ଅଧିକାରୀମାନେ ବ୍ୟାପକ ପଦକ୍ଷେପ ମାନ ଗ୍ରହଣ କରୁଥିବା ଲକ୍ଷ୍ୟ କରାଯାଇଛି। ଆସିକା ବ୍ଳକ ଓ ପୌର ପରିଷଦ ପରିସରଭୁକ୍ତ ଅଞ୍ଚଳର ୨୦ଟି ସେବା ସମବାୟ ସମିତି ପକ୍ଷରୁ ଚାଷୀ ପଞ୍ଜିକରଣ ପ୍ରକ୍ରିୟା ଜାରି ରହିଥିବା ଲକ୍ଷ୍ୟ କରାଯାଇଛି । ଗତବର୍ଷ ଆସିକା ବ୍ଳକ ଓ ପୌର ପରିଷଦ ଅନ୍ତର୍ଭୁକ୍ତ ଅଞ୍ଚଳରେ ୭୯୪୨ ଜଣ ଚାଷୀ ଧାନବିକ୍ରୀ କରିବା ପାଇଁ ସେମାନଙ୍କ ନାମ ପଞ୍ଜିକରଣ କରିଥିଲେ । ଚଳିତବର୍ଷ ମଧ୍ୟ ପ୍ରାୟ ସେହି ସମାନ ସଂଖ୍ୟକ ଚାଷୀ ଧାନବିକ୍ରୀ ପାଇଁ ନାମ ପଞ୍ଜିକରଣ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ଧାନବିକ୍ରୀ ପୂର୍ବରୁ ଚାଲିଥିବା ଏହି ପଞ୍ଜିକରଣରେ କିପରି ସ୍ୱଚ୍ଛତା ରହିବ ସେଥିପାଇଁ ପ୍ରଶାସନ ଗୁରୁତ୍ୱ ଦେଉଥିବା ଜଣାପଡିଛି ।


