ଅରୂପା ତରଫରୁ ପ୍ରଥମ ଥର ପାଇଁ ବାଣିଜ୍ୟ ମେଳା-୨୦୨୬
ମାଲକାନଗିରି, (ଡଃ ଶିବ ନାରାୟଣ ପାତ୍ର): ଓଡ଼ିଶାର ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଉତ୍ପାଦକ ସଂଘ ‘ଅରୂପା’ ତରଫରୁ ପ୍ରଥମ ଥର ପାଇଁ ମାଲକାନଗିରିରେ ଏକ ବିଶାଳ ବାଣିଜ୍ୟ ମେଳା ଆୟୋଜିତ ହୋଇଯାଇଛି। ‘ଅରୂପା’ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରମୁଖ ସଂସ୍ଥା, ଯାହା ୧୯୯୦ ମସିହାରୁ ଗ୍ରାମାଞ୍ଚଳ ଓ ସହରାଞ୍ଚଳର କାରିଗର,ବୁଣାକାର କୃଷକ ଏବଂ ଏମଏସଏମଇ ସେକ୍ଟରର ବିକାଶ ପାଇଁ ନିରନ୍ତର କାର୍ଯ୍ୟ କରିଆସୁଛି।,ବିଶେଷ କରି ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ହସ୍ତଶିଳ୍ପ ମେଳା ଆୟୋଜନ କରି କାରିଗରମାନଙ୍କୁ ସ୍ୱାବଲମ୍ବୀ କରିବା ଏବଂ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ବିକ୍ରିବଟା ପାଇଁ ସୁଯୋଗ ସୃଷ୍ଟି କରିବା ‘ଅରୂପା’ର ମୁଖ୍ୟ ଲକ୍ଷ୍ୟ। ଦୀର୍ଘ ୩୬ ବର୍ଷ ଧରି ଏହି ସଂସ୍ଥା ନିଜର କାର୍ଯ୍ୟକ୍ରମ ଜାରି ରଖିଛି। କାରିଗରମାନଙ୍କୁ ବିଭିନ୍ନ ପ୍ରକାରର ତାଲିମ (ଟ୍ରେନିଂ) ପ୍ରଦାନ। ସ୍ୱାସ୍ଥ୍ୟ ବୀମା ଓ ସ୍ୱାସ୍ଥ୍ୟ ସେବା ସୁବିଧା। କାରିଗର ଚିହ୍ନଟ ପତ୍ର ପ୍ରଦାନ ଏବଂ କଞ୍ଚାମାଲ ଯୋଗାଣ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ସମସ୍ତ ଜିଲ୍ଲାର କାରିଗରଙ୍କୁ ଅବଗତ କରାଇବା। ମେଳାର ମୁଖ୍ୟ ଆକର୍ଷଣ ଗତ ଅଗଷ୍ଟ ୫ ତାରିଖରୁ ମାଲକାନଗିରିରେ ଆରମ୍ଭ ହୋଇଥିବା ଏହି ବାଣିଜ୍ୟ ମେଳା ଅଗଷ୍ଟ ୩୦ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ନୂଆଗୁଡ଼ା ଷ୍ଟାଡିୟମ୍ ପଡ଼ିଆଠାରେ ଚାଲୁରହିବ। ଏହି ମେଳାରେ ଘର ସଜାବଟ ସାମଗ୍ରୀ, କାଠର ଗୃହୋପକରଣ, ମାଟି ନିର୍ମିତ ସାମଗ୍ରୀ, ବାଉଁଶ ତିଆରି ଜିନିଷ ଓ ମୀନା ବଜାର। ପିଲାମାନଙ୍କ ପାଇଁ ଦୋଳି ଓ ବିଭିନ୍ନ ମନୋରଞ୍ଜନର ବ୍ୟବସ୍ଥା। ବୁଣାକାରମାନଙ୍କ ଦ୍ୱାରା ତିଆରି ସମ୍ବଲପୁରୀ, ବ୍ରହ୍ମପୁରୀ, ପାଟ ଶାଢ଼ୀ, କାଠକାମ, ଗୁରୁଜୀ ଡ୍ରେସ, ଆୟୁର୍ବେଦିକ ଔଷଧ, କଟକର ସୁନା-ରୂପା ତାରକସି କାମ ଏବଂ ରାଜସ୍ଥାନୀ ଗହଣା ଆଦି ସୁଲଭ ମୂଲ୍ୟରେ ଉପଲବ୍ଧ। ପ୍ରତ୍ୟେକ ସଂଧ୍ୟାରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ। ଏହି ମେଳା ଅଗଷ୍ଟ ୩୦ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବାକୁ ଥିବାରୁ ସ୍ଥାନୀୟ ଜନସାଧାରଣ ଏହାର ଭରପୂର ଫାଇଦା ଉଠାଇବା ପାଇଁ ଆୟୋଜକଙ୍କ ତରଫରୁ ନିବେଦନ କରାଯାଇଛି।


