ସମୀର ଟିଭିଏସ ପକ୍ଷରୁ ଦୃଷ୍ଟିବାଧିତ ବିଦ୍ୟାଳୟରେ ରକ୍ଷାବନ୍ଧନ

କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ):ସମୀର ଟିଭିଏସ ପରିବାର ପକ୍ଷରୁ କେନ୍ଦ୍ରାପଡା ସହରର ଅଯୋଦ୍ଧା ନଗରସ୍ଥିତ ଦୃଷ୍ଟିବାଧିତ ବିଦ୍ୟାଳୟରେ ରକ୍ଷାବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ସମୀର ଟିଭିଏସର ନିର୍ଦ୍ଦେଶକ ସମୀର କୁମାର ଚାନ୍ଦଙ୍କ ନେତୃତ୍ୱରେ ତାଙ୍କ ସମୀର ଟିଭିଏସ ପରିବାରର ସଦସ୍ୟ/ସଦସ୍ୟାମାନେ ଦୃଷ୍ଟିବାଧିତ ବିଦ୍ୟାଳୟରେ ପହଞ୍ଚି ଅନ୍ତେବାସୀ ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକମାନଙ୍କ ହାତରେ ରାକ୍ଷୀ ବାନ୍ଧିଦେଇ ସେମାନଙ୍କୁ ମିଠା ଖୁଆଇ ଦେଇଥିଲେ। ସମୀର ଟିଭିଏସ ପରିବାର ପକ୍ଷରୁ ଏଭଳି ଏକ ସୁନ୍ଦର କାର୍ଯ୍ୟକ୍ରମ ଦ୍ୱାରା ବିଦ୍ୟାଳୟର ଅନ୍ତେବାସୀ ଛାତ୍ରଛାତ୍ରୀଙ୍କ ମନରେ ଖୁସି ଓ ଆନନ୍ଦର ବାତାବରଣ ଖେଳାଇଦେଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ