ସଂସ୍କୃତ ଶିକ୍ଷକ ସଙ୍ଘର ବୈଠକ

କେନ୍ଦ୍ରାପଡ଼ା,(ଚିତ୍ ରଞ୍ଜନ ଦାଶ):କେନ୍ଦ୍ରାପଡା ସଂସ୍କୃତ ଶିକ୍ଷକ ସଙ୍ଘର ପ୍ରଥମ ବୈଠକ ସହରର ତିନିମୁହାଣୀସ୍ଥିତ ଶ୍ରୀରାମମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ପଣ୍ଡିତ ସୁବାଷ ଚନ୍ଦ୍ର ପାଣି ବେଦପାଠ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ। ଏଥିସହିତ ସେ ସାଂଗଠନିକ କାର୍ଯ୍ୟାବଳୀ ଉପରେ ଆଲୋକପାତ କରିଥିଲେ। ସମ୍ପାଦକ ପଣ୍ଡିତ ବଳରାମ ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଉପଦେଷ୍ଟାମଣ୍ଡଳୀର ସକ୍ରୀୟ ସଭ୍ୟ ଅବସରପ୍ରାପ୍ତ ଶିକ୍ଷକ ନିରଞ୍ଜନ ସାହୁ ସଂସ୍କୃତ ଶିକ୍ଷାର ପ୍ରଚାର ପ୍ରସାର ପାଇଁ ସମସ୍ତ ସହଯୋଗ କରିବାକୁ ପ୍ରତିଶୃତି ଦେଇଥିଲେ। ବୈଠକରେ ଚଳିତବର୍ଷ ପ୍ରତ୍ୟେକ ସଂସ୍କୃତ ବିଦ୍ୟାଳୟରେ ସଂସ୍କୃତ ଦିବସ ପାଳନ ନିମନ୍ତେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସହସମ୍ପାଦିକା କାମିନିପ୍ରଭା ଜେନା, କୋଷାଧ୍ୟକ୍ଷ କଳ୍ପତରୁ ନାୟକ, ଶିକ୍ଷକ ପ୍ରଭାତରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ ଉପସଭାପତି ପ୍ରମୋଦ କୁମାର ରଥ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ