ସବୁଜ ସାର୍ଟକୁ ନେଇ ଚର୍ଚ୍ଚାରେ ସନି
ମୁମ୍ବାଇ : ବିଭିନ୍ନ ସମୟରେ ଅଭିନେତ୍ରୀ ସନି ଲିଓନି ନିଜ କଷ୍ଟ୍ୟୁମ୍କୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି। ନିକଟରେ ତାଙ୍କୁ ଏକ ସବୁଜ ସାର୍ଟରେ ଦେଖିବାକୁ ମିଳିଛି। ବଲିଉଡ୍ର ସବୁଠାରୁ ସୁନ୍ଦର ଏବଂ ବୋଲ୍ଡ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। ସେ ପ୍ରାୟତଃ ନିଜର ଲୁକ୍ସ ଏବଂ ସେକ୍ସି ଅନ୍ଦାଜ ପାଇଁ ଚର୍ଚ୍ଚାରେ ରହିଥାଆନ୍ତି। ସନି ସବୁବେଳେ ନିଜର ପ୍ରିନ୍ସେସ୍ ଭଳି ବିଉଟି ଦ୍ୱାରା ଫ୍ୟାନ୍ମାନଙ୍କୁ ଦିଓ୍ଵାନା କରିବାରେ ସଫଳ ହୋଇଛନ୍ତି। ନିକଟରେ ତାଙ୍କୁ ଏକ ଇଭେଣ୍ଟରେ ଦେଖିବାକୁ ମିଳିଥିଲା, ଯେଉଁଠି ସେ ନିଜ ସ୍ୱାମୀ ଡେନିୟଲ୍ ଓ୍ଵେବରଙ୍କ ସହ ପହଞ୍ଚିଥିଲେ। ତେବେ ଇଭେଣ୍ଟରେ ସନି ପିନ୍ଧିଥିବା ସବୁଜ ରଙ୍ଗର ଏକ ଶାର୍ଟକୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା। ଏଥିରେ ଯଦିଓ ସେ ସୁନ୍ଦର ଦେଖାଯାଉଥିଲେ, କିନ୍ତୁ କେହି କେହି ତାଙ୍କୁ ବିନା ପ୍ୟାଣ୍ଟରେ ପହଞ୍ଚିଯାଇଥିବା କହିଥିଲେ। ସନିଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ରେଷ୍ଟୁରାଣ୍ଟରେ ସ୍ପଟ୍ କରାଯାଇଥିଲା, ଯାହାର ଫଟୋଗୁଡ଼ିକ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ରେଷ୍ଟୁରାଣ୍ଟ ବାହାରେ ସନିଙ୍କୁ ତାଙ୍କ ସ୍ୱାମୀଙ୍କ ସହିତ ଦେଖିବାକୁ ମିଳିଥିଲା। ଏହି ସମୟରେ ସନି କେବଳ ଏକ ଶାର୍ଟ ପିନ୍ଧିଥିଲେ, ଯେଉଁଥିରେ ସେ ଖୁବ୍ ବୋଲ୍ଡ ଲାଗୁଥିଲେ।


