ବିଜୟଙ୍କ ଫିଲ୍ମରେ ନଜର ଆସିବେ ମାଲବିକା
ଚେନ୍ନାଇ : ତାମିଲ ଫିଲ୍ମ ଅଭିନେତା ବିଜୟଙ୍କ ୬୪ ତମ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି ମାଲାୟଲମ ଅଭିନେତ୍ରୀ ମାଲବିକା ମୋହନନ୍ । ଲୋକେଶ କଙ୍ଗାରାଜଙ୍କ ଅଭିନୀତ ଏହି ଅନ୍ଟାଇଟଲ୍ଡ ଫିଲ୍ମର ସୁଟିଂ ଆଫ୍ରିକା ଏବଂ ଟାଞ୍ଜାନିଆରେ ଆରମ୍ଭ ହୋଇଛି । ମାଲବିକା ମୋହନନ ଟାଞ୍ଜାନିଆର ଏକ ଚିଡିଆଖାନାର ଫଟୋ ସେୟାର କରିଛନ୍ତି । ବିଜୟ ଏବଂ ମାଳବିକାଙ୍କ ବ୍ୟତୀତ ବିଜୟ ସେଥୁପତି, ଶାନ୍ତନୁ, ଅର୍ଜୁନ ଦାସ, ଗୌରୀ କିଶାନ ଏବଂ ଭିଜେ ରମ୍ୟା ପ୍ରମୁଖ ଚରିତ୍ରରେ ନଜର ଆସିବାକୁ ଯାଉଛନ୍ତି । ପ୍ରଥମ ଥର ବିଜୟ ଏବଂ ବିଜୟ ସେଥୁପତି ଏକତ୍ର ନଜର ଆସିବାକୁ ଯାଉଛନ୍ତି । ଫିଲ୍ମଟି ଜୁନ୍ ୨୦୨୦ରେ ରିଲିଜ୍ ହେବାକୁ ଯାଉଛି ।


