ପୋଖରୀରେ ଗାଧେଇଵା ବେଳେ ବୁଡିଯାଇ ୨ ବନ୍ଧୁଙ୍କ ମୃତ

କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ ):ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକର ପୂଜାରୀଗୁଡା ପଞ୍ଚାୟତର ବଡ଼ ନାୟକ ଗୁଡା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟି ଯିବାରୁ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ଆଜି ବିବ୍ୟାଲ୍ୟରେ ସୁରଭି କାର୍ଯ୍ୟକ୍ରମ ରିଥିବାରୁ ଗ୍ରାମର ଦୁଇ ଛାତ୍ରୀ ବିଦ୍ୟାଳୟକୁ ଯାଇ ଫେରି ଆସିଥିଲେ ନିଜ ଘରକୁ। ଘଟକୁ ଆସି ଗ୍ରାମର ଉପର ମୁଣ୍ଡରେ ଥିବା ପୋଖରୀକୁ ଗାଧେଇ ବାକୁ ଯାଇଥିଲେ। ଗ୍ରାମର ଶିରି ତିଆକର ଝିଅ  କାମି ତିଆକା (୧୨)ବର୍ଷ ଓ ମିଶ୍ର କାଡ୍ରାକା ର ଝିଅ ନିଲୁ କାଡ୍ରାକା(୧୪)ବର୍ଷ ଗାଧେଇବା ବେଳେ ଗଭୀର ପାଣିରେ ପଡି ଯାଇଥିଲେ ଜଣେ ଜଣକୁ ଉଦ୍ଧାର କରିବାକୁ ଯାଇ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା। ପରେ ଗ୍ରାମବାସୀ ଦେଖି ପାଣିରୁ ଉଭୟଙ୍କୁ ବାହାର କରିଥିଲେ। ଘଟଣା ସମ୍ପର୍କରେ ପୋଲିସ ଓ ରାଜସ୍ୱ ବିଭାଗକୁ ଜଣାଇଥିବାରୁ ଦୁଇ ବିଭାଗର ଅଧିକାରୀ ପହଁଚି ଗଟଣା ତଦନ୍ତ କରୁଥିବା ଦେଖିବାକୁ ମିଳିଛି।ଉକ୍ତ ନାବାଳିକା ଝିଅମାନେ ଜଣେ ମାଝୀଗୁଡା ଓ ଅନ୍ୟଜଣେ ବଡ଼ ନାୟକ ଗୁଡା ବିଦ୍ୟାଳୟରେ ପଢୁଥିଲେ। ଘଟଣା ଘଟିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ତଦନ୍ତ ପରେ ଥାନାରେ ଏକ ଅପମୃତ ମାମଲା ରୁଜ ହୋଇଛି।ଶବ ବ୍ୟବଚ୍ଛେଦ ପରେ ପାରିବଳୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ଜଣା ପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ