ସର୍ପାଘାତରେ ଗୁରୁତର ଥିବା ଚାଷୀଙ୍କ ମୃତ୍ୟୁ
ହାଟଡିହି (ଓ୍ବାଇଏନଏସ): ସର୍ପାଘାତରେ ଗୁରୁତର ଥିବା ଡ଼ଅଁର ଚାଷୀ ଜିତେନ୍ଦ୍ର ବେହେରା (୫୫)ଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି। ଗତ ରବିବାର ଦିନ ବିଲକୁ ସାର ପକାଇବାକୁ ଯାଇଥିଵା ବେଳେ କୌଣସି ବିଷାକ୍ତ ସାପ କାମୁଡି ଦେଇଥିଲା। ସାଙ୍ଗରେ ଥିବା ଅନ୍ୟ ଜଣେ ଚାଷୀ ତାଙ୍କୁ ଘରକୁ ଆଣିଥିଲେ। ତାଙ୍କୁ ପ୍ରଥମେ ଶାଳନିଆଁ ପରେ ଭଦ୍ରକ ଡାକ୍ତରଖାନା କୁ ନେଇ ଚିକିତ୍ସା କରାଇବା ସମୟରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିଲା।ଚିକିତ୍ସାଧିନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ମୃତ ଜିତେନ୍ଦ୍ରଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।


