ବଡରମ୍ପାସରେ ୪୭ ତମ ରାବଣ ପୋଡି ଉତ୍ସବ
ହାଟଡିହି (ଓ୍ବାଇଏନଏସ): ହାଟଡିହି ବୃକ୍ ବଡରମ୍ପାସ ଠାରେ ୪୭ତମ ରାବଣପୋଡ଼ି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ରାବଣପୋଡି କମିଟିର ସଭାପତି ନାରାୟଣ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ସାଂସଦ ଅନନ୍ତ ନାୟକ, ବିଜେପି ନେତା ଆଲୋକ ସେଠୀ, ସାଂସଦ ପ୍ରତିନିଧି ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ବଡରମ୍ପାସ ସରପଞ୍ଚ ରବୀନ୍ଦ୍ର ଜେନା, ବଡରମ୍ପାସ ସେବା ସମବାୟ ସମିତିର ପୂର୍ବତନ ସଭାପତି ନିରଞ୍ଜନ ସାହୁ, ପ୍ରଭାରୀ ଯୁଧିଷ୍ଠିର ମଲ୍ଲିକ, ମଣ୍ଡଳ ସଭାପତି ହରେକୃଷ୍ଣ ସ୍ୱାଇଁ, ସମାଜସେବୀ ସୁଶାନ୍ତ ସେନାପତି ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହି ରାବଣପୋଡି ଉତ୍ସବ ହେଉଛି ଗ୍ରାମର ଏକତା, ଭାଇଚାରାର ପର୍ବ। ଏହି ରାବଣ ପୋଡି ହେଉଛି ଅସତ୍ୟ ଉପରେ ସତ୍ୟର ଜୟ, ଏଣୁ ଲୋକମାନେ ନିଜ ନିଜ ମନରୁ ଅସତ୍ୟକୁ ଦୂରେଇ ସତ୍ୟ ପ୍ରତିଷ୍ଠା ପାଇଁ ଆଗେଇ ଆସନ୍ତୁ ବୋଲି ମତ ରଖିଥିଲେ। ଆଜିର ଯୁବପିଢ଼ି ନିଶାଦ୍ରବ୍ୟ ସେବନରୁ ଦୁରେଇ ରହିବା, ବିଭିନ୍ନ କୁସଂସ୍କାରରୁ ଦୁରେଇ ରହିବା ସହିତ ସାଇବର ଠକେଇରୁ ନିଜକୁ ସୁରକ୍ଷିତ କରିବାକୁ ଆହ୍ୱାନ ଦେଇଥିଲେ। ଆଜିର ଯୁବ ଗୋଷ୍ଠୀ ଅନ୍ୟାୟ ଅନୀତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାକୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ସାଂସଦ ଅନନ୍ତ ନାୟକ ରାବଣ ପ୍ରତିମୂର୍ତିରେ ଅଗ୍ନି ସଂଯୋଗ କରିଥିଲେ। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରଯିବା ସହ ଟିଭି ସିରିଏଲର ବଡ଼ ବୋହୂ ଅଭିନେତାର ଅଭିନେତା ଶିଭଂଶି ଓ ଜି ସାର୍ଥକର ଏକ ସିରିଏଲ ଅଭିନେତ୍ରୀ ଶ୍ରାବଣୀ ଯୋଗଦେଇ ଦର୍ଶକଙ୍କୁ ଅମୋଦିତ କରିଥିଲେ। ରାବଣପୋଡି ଉତ୍ସବ ଦେଖିବାକୁ ଆଖ ପାଖ ଅଞ୍ଚଳରୁ ହଜାର ହଜାର ଲୋକଙ୍କ ସମାଗମ ହୋଇଥିବାବେଳେ ନନ୍ଦିପଦା ପୁଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। ଗୋପାଳ କୃଷ୍ଣ ସେନାପତି ସ୍ୱାଗତ ଭାଷଣ ଦେଇଥିବା ବେଳେ ବଳରାମ ସାହୁ, ଶ୍ରୀଧର ସାହୁ, ଦେବେନ୍ଦ୍ର ଜେନା , ସନ୍ତୋଷ ଜେନା, ପ୍ରସାନ୍ତ କୁମାର ପାତ୍ର, ରଙ୍ଗାଧର ଦାସ, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


