ଫୁଲତୋଡା ବଦଳରେ ବହି ପ୍ରଦାନ କୁ ଜିଲ୍ଲାପାଳଙ୍କ ଗୁରୁତ୍ବ

ଛତ୍ରପୁର : ନୂଆବର୍ଷ ଅବସରରେ ବିଭିନ୍ନ ବ୍ୟକ୍ତି ବିଶେଷ ସେମାନଙ୍କ ସାଙ୍ଗସାଥୀ ତଥା ବନ୍ଧୁ ପରିଜନଙ୍କୁ ଫୁଲତୋଡା ଏବଂ ଡାଏରୀ ଦେଇ ପ୍ରାୟତଃ ସ୍ବାଗତ କରିଥାଆନ୍ତି । ଫୁଲତୋଡାରେ ବ୍ୟବହୃତ ପ୍ଲାଷ୍ଟିକ ଏବଂ ଜରି ପରିବେଶ ପରିପନ୍ଥୀ ଅଟେ । କେତେକ କ୍ଷେତ୍ରରେ ବ୍ୟକ୍ତି ବିଶେଷଙ୍କୁ ଅପରିମିତ ଡାଏରୀ ପ୍ରଦାନ ହୋଇଥିବା ଦେଖିବାକୁ ମିଳେ । ଫୁଲତୋଡା ଗୁଡିକର ଚମକର ସ୍ଥାୟୀତ୍ବ ମଧ୍ୟ ସ୍ବଳ୍ପ ଅବଧି ଅଟେ । ଏସବୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନୂଆବର୍ଷର ସ୍ବାଗତ ପରମ୍ପରାକୁ ଫୁଲତୋଡା ଏବଂ ଡାଏରୀ ପ୍ରତି ବଦଳରେ ପୁସ୍ତକ ପ୍ରଦାନକୁ ଗୁରୁତ୍ବ ଦେଇଛନ୍ତି । ଏହା ଦ୍ବାରା ବହି ପ୍ରତି ଅଧିକ ଆଦର ସୃଷ୍ଟି ହେବା ସହିତ ପୁସ୍ତକର ବିକ୍ରୟ ବୃଦ୍ଧି ହେବ ଏବଂ ଅଧିକ ପାଠକ ସୃଷ୍ଟି ହୋଇପାରିବେ । ବିଶେଷକରି ପାଠ୍ୟପୁସ୍ତକ ପ୍ରଦାନ ଉପରେ ଜିଲ୍ଲାପାଳ ଗୁରୁତ୍ବ ଆରୋପ କରିଛନ୍ତି । ଏହା ଦ୍ବାରା ଭିନ୍ନ ଏକ ପରମ୍ପରା ସୃଷ୍ଟି ହୋଇପାରିବ ବୋଲି ଜିଲ୍ଲାପାଳ ଆଶା ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ