କର୍ଣ୍ଣାଟକ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ବାଙ୍ଗାଲୁରୁ, – ଗୁରୁବାର ଠାରୁ ୨ ଦିନିଆ କର୍ଣ୍ଣାଟକ ଗସ୍ତ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ ଆଜି ତୁମକୁରସ୍ଥିତ ଶ୍ରୀ ସିଦ୍ଧଗଙ୍ଗା ମଠକୁ ଯିବେ । ସେଠାରେ ସେ ଏକ ଜନସଭାକୁ ସମ୍ବୋଧିତ କରିବେ । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ଯୋଜନାରେ ତୃତୀୟ କିସ୍ତି ମଧ୍ୟ ଚାଷୀଙ୍କୁ ଦେବେ । ମୋଦୀ ଜାନୁଆରୀ ୩ ତାରିଖରେ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସରେ ଯୋଗଦେବେ । ଏହା ପୂର୍ବରୁ ଏଠାରେ ସେ ଏକ ସଂଗ୍ରହାଳୟ ପାଇଁ ଭୂମିପୂଜନ ଓ ଶିଳାନ୍ୟାସ କରିବାର କାର‌୍ୟ୍ୟକ୍ରମ ରହିଛି । ଏହା ବ୍ୟତୀତ ସେ ଏକ ଜନସଭାକୁ ସମ୍ବୋଧିତ କରିବେ । ଏଠାରେ ଆୟୋଜିତ ଏକ ସମାରୋହରେ କିଛି ରାଜ୍ୟର କୃଷି ସମ୍ମାନଓ ପ୍ରଶସ୍ତି ପତ୍ର ସମ୍ମାନିତ କରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ